• About
  • Contact
Sunday, April 19, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ମହିଳାଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଦ୍ୱାରା ହିଁ ସୁସ୍ଥ ରାଷ୍ଟ୍ର ଗଠନ ସମ୍ଭବ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୧୧/୨–ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୩୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉଦଘାଟନ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଶୋଭନା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଆୟୋଗର ବାର୍ଷିକ ରିପୋର୍ଟ, ନ୍ୟୁଜଲେଟର ‘ବିଜୟିନୀ’, ପାସପୋର୍ଟ ଟୁ ଓମେନ ଏମପାୱାରମେଣ୍ଟ’ ଏବଂ ନୂତନ ୱେବସାଇଟ୍ ଏବଂ ସଫଳ ମିଳନ ହୋଇଥିବା ଦମ୍ପତିଙ୍କୁ ନେଇ ଏକ ସଂକଳନ ‘ପୁନର୍ମିଳନ’ ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଉପ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର କେବଳ ମହିଳା ବିକାଶ ନୁହେଁ, ବରଂ ‘ମହିଳା-ନେତୃତ୍ୱାଧୀନ ବିକାଶ’ ଆଦର୍ଶରେ ବିଶ୍ୱାସ କରନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରୀ ମହାଲିଙ୍ଗ କହିଥିଲେ, ଏକ ସୁସ୍ଥ ରାଷ୍ଟ୍ରର ଗଠନ ଏକ ସୁସ୍ଥ ରାଜ୍ୟରୁ ହିଁ ଆରମ୍ଭ ହୋଇଥାଏ ଏବଂ ମହିଳାମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଦ୍ୱାରା ହିଁ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ। ସେ ସରକାରଙ୍କ ବିଭିନ୍ନ ଜନହିତକର ପଦକ୍ଷେପ ବିଶେଷ କରି ‘ଖୁସି’ ଯୋଜନା ଅଧୀନରେ କିଶୋରୀମାନଙ୍କୁ ମାଗଣା ସାନିଟାରୀ ନାପକିନ ପ୍ରଦାନ କରାଯାଉଥିବା ବିଷୟରେ ଆଲୋକପାତ କରିଥିଲେ। ଏଥିସହ କୃମି ମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛନ୍ତି। ୧ରୁ ୧୯ ବର୍ଷ ବୟସର ପିଲାଙ୍କୁ ଏବଂ ୨୦ରୁ ୨୪ ବର୍ଷ ବୟସର ପ୍ରଜନନକ୍ଷମ ମହିଳାଙ୍କୁ ଔଷଧ ବଣ୍ଟନ କରାଯାଉଥିବା କହିଥିଲେ। ଏହି ଅବସରରେ ରାଜ୍ୟ ମହିଳା କମିଶନର ସଦସ୍ୟମାନଙ୍କୁ ସେମାନଙ୍କର ନିଷ୍ଠାପର ଉଦ୍ୟମ ଜାରି ରଖିବା ସହ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ସେ ଆହ୍ୱାନ ଦେଇଥିଲେ।

ଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ପ୍ରଶିକ୍ଷଣ ନେଇ ଅନ୍ତର୍ଜାତୀୟସ୍ତରରେ ଆମ ରାଜ୍ୟର ଛାତ୍ରୀମାନେ ଦକ୍ଷତା ପ୍ରଦର୍ଶନ କରି ଗୌରବ ଆଣିଛନ୍ତି ବୋଲି ଶିଳ୍ପମନ୍ତ୍ରୀ ବକ୍ତବ୍ୟ ରଖିଥିଲେ। ସମାବେଶକୁ ସମ୍ବୋଧନ କରି ଆୟୋଗର ଅଧ୍ୟକ୍ଷା ମହିଳାଙ୍କ ବିରୋଧରେ ଲିଙ୍ଗଭିତ୍ତିକ ହିଂସା ଓ ଅପରାଧ ସମ୍ବନ୍ଧୀୟ ସମସ୍ୟା ସମାଧାନରେ ଆୟୋଗର ଉଲ୍ଲେଖନୀୟ ସଫଳତା ବିଷୟରେ ଆଲୋକପାତ କରିଥିଲେ।

ସୂଚନାଯୋଗ୍ୟ ଯେ, ୨୦୨୪–୨୫ ଆର୍ଥିକ ବର୍ଷରେ ଆୟୋଗ ନିକଟରେ ହୋଇଥିବା ଅଭିଯୋଗ ଦାଖଲ ମଧ୍ୟରୁ ୧,୮୭୯ଟି ମାମଲା ଶୁଣାଣି ମାଧ୍ୟମରେ ସମାଧାନ କରାଯାଇଥିଲା, ଯାହା ମହିଳାଙ୍କ ଅଧିକାର ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବା ଦିଗରେ ଆୟୋଗର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ପୀଡ଼ିତାମାନଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ସେମାନଙ୍କ ଦ୍ୱାରଦେଶରେ ନ୍ୟାୟ ପ୍ରଦାନ କରିବା ପାଇଁ ଆୟୋଗ ଜିଲ୍ଲା ପ୍ରଶାସନର ସହାୟତାରେ ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ କୋର୍ଟ କ୍ୟାମ୍ପ ଆୟୋଜିତ ହୋଇଥିଲା। ଏହି ଆର୍ଥିକ ବର୍ଷରେ ଆୟୋଗ ବଲାଙ୍ଗୀର ଏବଂ ଗଜପତି ଜିଲ୍ଲାରେ ଦୁଇଟି ଜିଲ୍ଲା ସ୍ତରୀୟ କୋର୍ଟ କ୍ୟାମ୍ପ ଆୟୋଜନ କରିଥିଲା, ଯେଉଁଠାରେ ପ୍ରତ୍ୟେକ ଜିଲ୍ଲାରେ ୭ଟି ଲେଖାଏଁ ମୋଟ ୧୪ଟି ମାମଲାର ସମାଧାନ କରାଯାଇଥିଲା। ଏହା ବ୍ୟତୀତ ମହିଳାମାନଙ୍କ ମଧ୍ୟରେ ଆଇନଗତ ସଚେତନତା ସୃଷ୍ଟି କରିବା ପାଇଁ ଆୟୋଗ ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛି। ଏହି ପ୍ରୟାସକୁ ଅଧିକ ମଜବୁତ କରିବା ପାଇଁ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି।

୨୦୨୪–୨୫ ବର୍ଷରେ ଆୟୋଗ ପକ୍ଷରୁ ୨୬ଟି ଜିଲ୍ଲାରେ ୮୫ଟି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଆୟୋଗର ଅଧିକାରୀମାନେ ନିୟମିତ ଭାବେ ସୁଧାର ଗୃହ ପରିଦର୍ଶନ କରି ଅନ୍ତେବାସୀମାନଙ୍କୁ ଭେଟିବା ସହ ମହିଳା ଅନ୍ତେବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରୁଥିବା ସେ କହିଥିଲେ।

କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ମହିଳା ଆୟୋଗର ସଦସ୍ୟା ପ୍ରତିଭା ଶତପଥି, ଉର୍ମିଳା ମହାପାତ୍ର, କଳ୍ପନା ମଲ୍ଲିକ, ମୁକ୍ତା ସାହୁ ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମାଜିକ କର୍ମୀ, ବିଭିନ୍ନ ସ୍ୱେଛାସେବୀ ସଙ୍ଗଠନ, ନାଗରିକ ସମାଜର ପ୍ରତିନିଧିଙ୍କ ସମେତ ଆଇନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com