-ଓଡ଼ିଶାର ଅଭିବୃଦ୍ଧି ହାର ୭.୯%,ଜାତୀୟ ହାର ଠାରୁ ଅଧିକ
ଭୁବନେଶ୍ୱର:୧୯/୨-ବିଧାନସଭାରେ ଗୁରୁବାର ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ୨୦୨୫-୨୬ ଉପସ୍ଥାପିତ କରାଯାଇଛି। ୨୦୨୫-୨୬ ବର୍ଷରେ ରାଜ୍ୟର ମୋଟ ଘରୋଇ ଉତ୍ପାଦ ପ୍ରାୟ ୯.୯ ଲକ୍ଷ କୋଟି ହେବ ବୋଲି ଏଥିରେ ଆକଳନ କରାଯାଇଛି। ଏହା ଗତ ବର୍ଷ ତୁଳନାରେ ୯.୫% ଅଧିକ। ଓଡ଼ିଶାର ଅଭିବୃଦ୍ଧି ହାର ୭.୯% ରହିଛି। ଯାହା ଜାତୀୟ ହାର ୭.୪% ତୁଳନାରେ ଅଧିକ ଅଛି। ସରକାରୀ ଓ ଘରୋଇ ପୁଞ୍ଜିନିବେଶ ଯୋଗୁଁ ସବୁ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି। ରାଜ୍ୟର ମୁଣ୍ଡପିଛା ଆୟ ୯.୨% ବୃଦ୍ଧି ପାଇ ୧,୮୬,୭୬୧ରେ ପହଞ୍ଚିଛି। ଭାରତର ହାରାହାରି ଅଭିବୃଦ୍ଧି ହାର ୬.୯% ଠାରୁ ଯଥେଷ୍ଟ ଅଧିକ। ୧୫ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ କାମ କରିବା ହାର ୫୮.୧%ରୁ ବଢ଼ି ୬୪.୫%ରେ ପହଞ୍ôଚଛି। ମହିଳାମାନଙ୍କ ଅଂଶଗ୍ରହଣ ୩୭.୬%ରୁ ୪୮.୭% କୁ ବଢ଼ିଛି। ଏହା ମଧ୍ୟ ଜାତୀୟ ହାର ୪୦.୩% ଠଶରୁ ଅଧିକ ରହିଛି। କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ୧୯.୬% ଯାହା ଜାତୀୟ ହାର ୧୬.୮% ଠାରୁ ଅଧିକ।
ଅର୍ଥନୈତିକ ସର୍ଭେ ରିପୋର୍ଟରେ କୁହାଯାଇଛି ଯେ ୨୦୨୪-୨୫ ବର୍ଷରେ ଖାଦ୍ୟଶସ୍ୟ ଉତ୍ପାଦନ୧୫୦.୫ ଲକ୍ଷ ମେଟ୍ରିକ ଟନ୍ ରହିଛି। ଯାହା ଏକ ରେକର୍ଡ। ସମୃଦ୍ଧ କୃଷକ ଯୋଜନା, ସିଏମ-କିଷାନ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଯୋଗୁଁ ଧାନ ଉତ୍ପାଦନ ୧୧୮.୬ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ରାଜ୍ୟ ଅର୍ଥନୀତିକୁ ଶିଳ୍ପ କ୍ଷେତ୍ରର ଅବଦାନ ୪୧.୩% ଥିବାବେଳେ୨୦୨୫ରେ ୫.୬୬ ଲକ୍ଷ କୋଟିର ୨୪୪ଟି ନୂଆ ପ୍ରକଳ୍ପ ଅନୁମୋଦିତ ହୋଇଛି। ଏହାଦ୍ୱାରା ୩.୩୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବ୍ୟବସାୟିକ ସଂସ୍କାର କ୍ଷେତ୍ରରେ ଓଡ଼ିଶା ୯୮% ସଫଳତା ପାଇଛି।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପଲିସି ୨୦୨୫, ଡାଟା ସେଣ୍ଟର ଏବଂ ସେମିକଣ୍ଡକ୍ଟର ପଲିସି ଜରିଆରେ ଆଧୁନିକ ଜ୍ଞାନକୌଶଳକୁ ଗୁରୁତ୍ୱ ଦିଆଯାଉଛି। ଭାରତର ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ପୁଞ୍ଜି ବ୍ୟୟ ହାର ସବୁଠାରୁ ଅଧିକ । ରାଜ୍ୟର ଋଣ ଭାର ୧୩.୬%, ଯାହା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସବୁଠାରୁ କମ। ଏଓଡ଼ିଶା ଜାତୀୟ ହାର ତୁଳନାରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ସଠିକ ଆର୍ôଥକ ପରିଚାଳନା ଯୋଗୁଁ ଏହା ଏକ ପ୍ରଗତିଶୀଳ ରାଜ୍ୟ ହୋଇପାରିଛି।