ଭୁବନେଶ୍ୱର :୨୬/୨- ଗୁରୁବାର ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରୁ ୪ଜଣ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହେବେ। ନିର୍ବାଚନ ପରିଚାଳନା ପାଇଁ ବିଧାନସଭା ସଚିବ ସତ୍ୟବ୍ରତ ରାଉତଙ୍କୁ ରିଟର୍ଣ୍ଣିଂ ଅଧିକାରୀ ଓ ଯୁଗ୍ମ ସଚିବ ବିଦ୍ୟାଧର ମାଝିଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ କାର୍ଯ୍ୟ କରିବେ।

ବିଜ୍ଞପ୍ତି ଆଧାରରେ ମନୋନୟନ ପତ୍ର ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାର୍ଚ୍ଚ ୫ ତାରିଖ ସୁଦ୍ଧା (ସରକାରୀ ଛୁଟି ଦିନ ବ୍ୟତୀତ)ମନୋନୟନ ପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ୬ ତାରିଖରେ ମନୋନୟନ ନତ୍ର ଯାଞ୍ଚ କରାଯିବ। ୯ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀତ୍ୱ ପ୍ରତ୍ୟାହାର କରାଯାଇପାରିବ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ହେଲେ ୧୬ ତାରିଖର ସକାଳ୯ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ। ସେହିଦିନ ଅପରାହ୍ଣ ୫ଟା ସୁଧ୍ୟା ଫଳାଫଳ ଘୋଷଣା ହେବ ଓ ନିର୍ବାଚିତ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ। ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ଫର୍ମ ନେଇଛି। ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ୬ ସେଟ୍ ଫର୍ମ ନେଇଛନ୍ତି।