• About
  • Contact
Tuesday, May 19, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ବିରୋଧୀଙ୍କ କକ୍ଷତ୍ୟାଗ ଭିତରେ ବ୍ୟୟମଞ୍ଜୁରୀ ବିଲ-୨୦୨୬ ପାରିତ

Share on FacebookShare on TwitterShare on Whatsapp

ବିଶେଷ ବାବୁଙ୍କ ଦ୍ୱାରା ପରିଚାଳିତ ହେଉଛି ବିରୋଧୀଦଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:୩୧/୩- ମୁଖ୍ୟମନ୍ତ୍ରୀ ଚଳିତ ଅଧିବେଶନରେ ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ୩.୧୦ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିଲେ। ୩୧ ତାରିଖରେ ବିରୋଧୀ ଦଳ ସଦସ୍ୟଙ୍କ କକ୍ଷତ୍ୟାଗ ମଧ୍ୟରେ ଏହାଉପରେ ବ୍ୟୟମଞ୍ଜୁରୀ ବିଲ-୨୦୨୬’ ଗୃହରେ ପାରିତ ହୋଇଛି। ବ୍ୟୟମଞ୍ଜୁରୀ ବିଲ୍ ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।


ସେ କହିଥିଲେ ରାଜ୍ୟବାସୀ ସମସ୍ତଙ୍କ କାର୍ଯ୍ୟକଳାପ ଦେଖୁଛନ୍ତି। ଆଗାମୀ ନିର୍ବାଚନରେ ସେମାନେ ଏହାର ଉଚିତ ଜବାବ ଦେବେ। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସରକାରଙ୍କ କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ତଥ୍ୟ ରଖିଥିବା ବେଳେ ବିରୋଧୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ ବିଜେଡି ସରକାର ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ କହିଥିଲେ, ଅଫିସରମାନେ ହିଁ ସେତେବେଳେ ସରକାରଙ୍କ ପାଇଁ ନିଷ୍ପତ୍ତି ନେଉଥିଲେ। ଛୋଟ ଘଟଣାରେ ମନ୍ତ୍ରୀମାନେ ବଳି ପଡୁଥିଲେ। ବିଜେଡି ସରକାରର ‘ବିଶେଷ ବାବୁ’ଙ୍କ ଦ୍ୱାରା ଏବେ ବି ବିରୋଧୀ ଦଳ ପରିଚାଳିତ ହେଉଛି।

ପରୀ, ମମିତା ମେହେର, ମାହାଙ୍ଗା ଡବଲ ହତ୍ୟାକାଣ୍ଡ ଓ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଭଳି ସଙ୍ଗୀନ ଘଟଣା ସମୟରେ ବିରୋଧୀଙ୍କ ନୈତିକତା କୁଆଡ଼େ ଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଶ୍ନ କରିବାସହ କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ବିରୋଧୀଙ୍କ ହଟ୍ଟଗୋଳକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ପୂର୍ଣ୍ଣାଙ୍ଗ ରିପୋର୍ଟ ଆସିଲେ ହିଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେତେବେଳେ ଜଣାପଡ଼ିବ କିଏ ପ୍ରକୃତରେ ସବଳ। ବିଧାନସଭା ଭିତରେ ଓ ବାହାରେ ବିଜେଡି ଓ କଂଗ୍ରେସ ଭିତରେ ବଢୁଥିବା ଘନିଷ୍ଠତାକୁ ନେଇ କଟାକ୍ଷ କରିଥିଲେ। ପିଏମଜିରେ ଦୁଇ ଦଳ ଏକାଠି ହୋଇ ଯେଉଁ ଶକ୍ତି ପ୍ରଦର୍ଶନ କଲେ ତାହା ଗଣତନ୍ତ୍ର ପାଇଁ ଶୁଭ ସୂଚନା। ଏକାଠି ହେବା ପୂର୍ବରୁ ନିଜ ନିଜ ଦଳର ବିଧାୟକମାନଙ୍କୁ ବିଶ୍ୱାସକୁ ନେଇଥିଲେ ରାଜ୍ୟସଭା ନିର୍ବାଚନ ସମୟରେ ଏତେ ସଦସ୍ୟ ଦଳର ହାତ ଛାଡ଼଼ିନଥାନ୍ତେ।

ସରିଲା ବିଧାନସଭା ବଜେଟ ଅଧିବେଶନ
-ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା
-ମନ୍ତ୍ରୀ, ବିଧାୟକଙ୍କ ଦରମା ବିଲ୍‍ ପ୍ରତ୍ୟାହୃତ

ଭୁବନେଶ୍ୱର:୧/୪- ଓଡ଼ିଶା ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାର ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚାଲିବା ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।ଅଧିବେଶନରେ ୨୯ଟି କାର୍ଯ୍ୟ ଦିବସ ଥିଲା। ତେବେ ଗୃହ ୨୨ଦିନ ଚାଲିଛି। ଶେଷଦିନ ବ୍ୟୟମଞ୍ଜୁରୀ ବିଧେୟକ ପାରିତ ହୋଇଥିଲା। ମଧ୍ୟରାତ୍ରୀରେ ବିଧାୟକ, ମନ୍ତ୍ରୀ, ବାଚସ୍ପତି, ଉପ ବାଚସ୍ପତିଙ୍କ ଦରମା ଓ ଭତ୍ତା ବିଲ୍‍ ୨୦୨୫କୁ ପ୍ରତ୍ୟାହାର କରି ନିଆଯାଇଥିଲା।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ଓଡ଼ିଶାକୁ ‘ନଲେଜ କ୍ୟାପିଟାଲ’ ଭାବେ ଗଢ଼ିବା ପାଇଁ ଜାତୀୟସ୍ତରୀୟ କର୍ମଶାଳା

by ସଂକ୍ଷିପ୍ତ ଖବର
May 4, 2026

ଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ଆମ ସରକାରଙ୍କ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:୪/୫- ଜାତୀୟ ଶିକ୍ଷା ନୀତି -୨୦୨୦ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ...

Read more

କନ୍ୟା ବିବାହ ଯୋଜନାରେ ଏକହଜାର ଦମ୍ପତ୍ତି ବିବାହ ବନ୍ଧନରେ ଆବଦ୍ଧ

April 22, 2026

ଅକ୍ଷିମୁଠି ଅନୁକୂଳ କରି ଚାଷୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

April 20, 2026

ହର୍ଷିତାଙ୍କୁ ମନୀଷ ସ୍ମାରକୀ ‘ନିର୍ଭୟ’ ଯୁବ ପୁରସ୍କାର

April 20, 2026

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com