• About
  • Contact
Saturday, July 4, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ହର୍ଷିତାଙ୍କୁ ମନୀଷ ସ୍ମାରକୀ ‘ନିର୍ଭୟ’ ଯୁବ ପୁରସ୍କାର

Share on FacebookShare on TwitterShare on Whatsapp

ସିଗାରେଟ ଓ ମଦ ଠାରୁ ସୋସିଆଲ୍‍ ମିଡିଆ ଅଧିକ ନିଶାଯୁକ୍ତ: ପ୍ରଫେସର ଶର୍ମା

ଭୁବନେଶ୍ୱର:୨୦/୪-ବଜାର ସମସ୍ତଙ୍କୁ କରାୟତ କରିଛି। ଯୁବଗୋଷ୍ଠୀ ସେଲିବ୍ରିଟି ହେବା ପାଇଁ ଚାହୁଁଛନ୍ତି। ଇଟ୍ସ ମାଇଁ ଲାଇଫ୍‍ ଓ ମାଇଁ ଚଏସ ବୋଲି ନାରା ଦେଇ ନିଜ ମନ ଚାହୁଁଥିବା କଥା ସାମାଜିକ ଗଣମାଧ୍ୟମର ପ୍ରଭାବରେ କରିବାକୁ ଚାହୁଁଛନ୍ତି ସେମାନେ। ନିଜ ସ୍ୱାଧୀନତା ବୋଲି ଯାହାକୁ ଯୁବଗୋଷ୍ଠୀ କହୁଛନ୍ତି ତାହା ଏବେ ସ୍ୱେଚ୍ଛାଚାରିତା ଆଡ଼କୁ ଯାଉଛି ବୋଲି ମନୀଷ ସ୍ମାରକୀ ‘ନିର୍ଭୟ’ ଯୁବ ପୁରସ୍କାର ୨୦୨୬ ସମାରୋହର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର ସାହିତ୍ୟ ଏକାଡେମୀର ଉପ ସଭାପତି ତଥା ମହାତ୍ମା ଗାନ୍ଧୀ ଆନ୍ତର୍ଜାତୀକ ହିନ୍ଦୀ ବିଶ୍ୱବିଦ୍ୟାଳୟ ୱାର୍ଦ୍ଧାର କୁଳପତି ପ୍ରଫେସର କୁମୁଦ ଶର୍ମା ତାଙ୍କ ଭାଷଣରେ କହିଛନ୍ତି।

ସମସ୍ତେ ଆଜି ଗ୍ଲୋବାଲ ବ୍ୟକ୍ତି ହେବା ପାଇଁ ଚାହୁଁଥିଲା ବେଳେ ସୋସାଆଲ୍‍ ମିଡିଆରେ ସେଇଥିପାଇଁ ଯୁବଗୋଷ୍ଠୀ ସକ୍ରିୟ ହୋଇଯାଇଛନ୍ତି। ସେ କହିଥିଲେ ନିଜ ସ୍ୱାଧୀନତା ନାମରେ ସ୍ୱେଚ୍ଛାଚାରୀ ହୋଇଯିବା ମାନସିକତାରେ ପଡୁଥିବା ଯୁବଗୋଷ୍ଠୀ ବିବେକବାନ ହେବା ଦରକାର। ସେ ସତର୍କ କରି କହିଥିଲେ ଆଜି ଭାରତର ଯୁବଗୋଷ୍ଠୀଙ୍କ ସକାଶେ ସବୁଠାରୁ ବଡ଼ ଚାଲେଞ୍ଜ ହେଉଛି ସୋସିଆଲ୍‍ ମିଡିଆର ଫାସରୁ ନିଜକୁ ମୁକ୍ତ ରଖିବା। ସିଗାରେଟ ଓ ମଦ ଠାରୁ ଅଧିକ ନିଶାବାନ ସୋସିଆଲ୍‍ ମିଡିଆ ବୋଲି କହିଥିଲେ ପ୍ରଫେସର ଶର୍ମା। ସେ ପ୍ରକାଶ କରିଥିଲେ ଯେ ଧନୀ ଓ ଶକ୍ତିଶାଳୀ ରାଷ୍ଟ୍ରମାନେ ଏକ ବିଶ୍ୱ ଭାଷା, ଏକ ବିଶ୍ୱ ସଂସ୍କୃତି ଓ ବିଶ୍ୱ ମାନବତା ତିଆରି କରିବା ପାଇଁ ଚାହୁଁଛନ୍ତି ନିଜ ପ୍ରଭୁତ୍ୱ ବିସ୍ତାର କରିବା ସକାଶେ। ହେଲେ ଭାରତ ଏହାକୁ ଗ୍ରହଣ କରିପାରିବ ନାହିଁ। କାରଣ ଆମର ପ୍ରତ୍ୟେକ ରାଜ୍ୟର ନିଜର ଭାଷା ରହିଛି, ସଂସ୍କୃତି ରହିଛି ଓ ଚଳଣି ରହିଛି। ତେଣୁ ଆମ ନିଜସ୍ୱ ଶକ୍ତି ଉପସ୍ଥାପିତ କରି ଆମର ସ୍ୱତନ୍ତ୍ର ପରିଚୟ ଆମେ ସୃଷ୍ଟି କରିବା। ସେ କହିଥିଲେ ବର୍ତ୍ତମାନ ଯୁବଗୋଷ୍ଠୀ ବଡ଼ ଦ୍ୱନ୍ଦ୍ୱରେ ଅଛନ୍ତି। କ’ଣ ତାଙ୍କ ପାଇଁ ସଠିକ୍‍, କ’ଣ ତାଙ୍କ ପାଇଁ ଭୁଲ୍‍ ଜାଣିପାରୁନାହାନ୍ତି। ବିଶ୍ୱ ବଜାରର ମାୟାରେ ଆଜି ଗାଁର ଯୁବକ ଭାଲେଣ୍ଟାଇନ ଡେ’ ମନାଇବାକୁ ବ୍ୟଗ୍ର ହୋଇପଡୁଥିଲା ବେଳେ ନିଜ ଅଞ୍ଚଳର ସମସ୍ୟା ଓ ଆହ୍ୱାନଠାରୁ ଦୂରେଇ ଯିବାକୁ ବସିଛନ୍ତି।

ପରିବାରର ମୁଖ୍ୟମାନଙ୍କ ପାଇଁ ଯୁବ ସମାଜକୁ ଏକ ଆଦର୍ଶ ଓ ସଠିକ୍‍ ମାର୍ଗ ଦେଖାଇବାର ସମୟ ଆସିଛି। ଦୈନିକ ‘ନିର୍ଭୟ’ ପକ୍ଷରୁ ଯୁବ ପୁରସ୍କାର ପ୍ରଦାନର ଧାରା ଆରମ୍ଭ କରାଯାଇଥିବାରୁ ଏହାକୁ ପ୍ରଶଂସା କରି ପ୍ରତିବର୍ଷର ବିଜେତା ମାନେ ସମାଜରେ ଏକ ଗୁଣାତ୍ମକ ପରିବର୍ତ୍ତନ ଆଣିବାରେ ସହାୟକ ହେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ‘ନିର୍ଭୟ’ ମନୀଷ ସ୍ମାରକୀ ଦ୍ୱିତୀୟ ଯୁବ ପୁରସ୍କାର ଜୟପୁରର ଦଶମ ଶ୍ରେଣୀ ଛାତ୍ରୀ ହର୍ଷିତା ପ୍ରିୟଦର୍ଶିନୀ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା। ଯିଏ ଦେଶିଅ ବିହନର ପ୍ରସାର ଦିଗରେ ଗତ ତିନିବର୍ଷ ହେଲା କାର୍ଯ୍ୟ କରି କୋରାପୁଟ ଜିଲାରେ ଏକ ବଡ଼ ବିପ୍ଲବ ଆଣି ଦେଇପାରିଛନ୍ତି। ବିଶେଷ ଟ୍ରଫି, ଉତ୍ତରୀୟ, ଅଭିନନ୍ଦନ ପତ୍ର ସହ ନଗଦ ୨୫ ହଜାର ଟଙ୍କା ହର୍ଷିତାଙ୍କୁ ପୁରସ୍କାର ଆକାରରେ ପ୍ରଦାନ କରାଯାଇଥିଲା। ‘ନିର୍ଭୟ’ ସମ୍ପାଦକ ନବୀନ ଦାସଙ୍କ ସଭାପତିତ୍ୱରେ ତଥା ସହଯୋଗୀ ସମ୍ପାଦକ ସଂବିତ ମହାପାତ୍ରଙ୍କ ସଂଚାଳନରେ ଅନୁଷ୍ଠିତ ଏହି ସମାରୋହରେ ସାନ୍ତାଳୀ ଭାଷାବିତ୍‍ ଫାଗୁ ବାସ୍‍କେ ସମ୍ମାନିତ ଅତିଥି ଭାବରେ ମଧ୍ୟ ସାମିଲ ହୋଇଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

କଳିଙ୍ଗ ଷ୍ଟାଡିୟମ-ରଘୁନାଥପୁର ପର୍ଯ୍ୟନ୍ତ ବିଭିନ୍ନ ଛକରେ ହେବ ପ୍ଲାଏଓଭର

by ସଂକ୍ଷିପ୍ତ ଖବର
July 1, 2026

୫୭୯କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ ଭୁବନେଶ୍ୱର:୧/୭-କଳିଙ୍ଗ ଷ୍ଟାଡିୟମ ଠାରୁ ରଘୁନାଥପୁର ୯.୫୦୦ କିମି ପର୍ଯ୍ୟନ୍ତ ଜୟଦେବ ବିହାର-ନନ୍ଦନକାନନ ସଡକର ବିଭିନ୍ନ ଛକରେ ଫ୍ଲାଏଓଭର ନିର୍ମାଣ ସହ ସଡ଼କର...

Read more

ସୁଜାତା ବିଜେଡିରେ ସାମିଲ

June 25, 2026

୯୧୧ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ମିଳିବ ୬ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି

June 22, 2026

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଇରଙ୍ଗପୁରରେ ୪୮ହଜାର କୋଟିର ପ୍ରକଳ୍ପ ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଗତି, ପ୍ରଗତି ଓ ସମୃଦ୍ଧି!

June 19, 2026

ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ସରକାରଙ୍କ ନୂତନ ଏସ୍‌ଓପି ଜାରି

June 19, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com