• About
  • Contact
Wednesday, June 10, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ସାମ୍ବାଦିକ ସମ୍ମିଳନୀରେ ସଫଳତା କାହାଣୀ ବଖାଣିଲେ ମୁଖ୍ୟମନ୍ତ୍ରୀ

Share on FacebookShare on TwitterShare on Whatsapp

-ମୋଦୀ ଚିରସ୍ରୋତା ପ୍ରଗତିର ଜଣେ ମହାନ ବିକାଶ ପୁରୁଷ
-‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଆମେ କାର୍ଯ୍ୟ କରୁଛୁ

 

ଭୁବନେଶ୍ୱର:୯/୬- କେନ୍ଦ୍ର ସରକାରଙ୍କ ୧୨ ବର୍ଷର ଶାସନ ସହ ତୃତୀୟ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ସଫଳତା ବଖାଣିଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ବନ୍ଧୁ ଭାବେ ସମ୍ବୋଧନ କରି ସେ କହିଛନ୍ତି, ‘ଆଜିର ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ ପ୍ରେସ ସମ୍ମିଳନୀରେ ମୁଁ ଆପଣ ସମସ୍ତଙ୍କୁ ଆନ୍ତରିକ ସ୍ୱାଗତ ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଜୁନ ୯ ତାରିଖ ହେଉଛି ଆମ ଦେଶର ଗଣତାନ୍ତ୍ରିକ ଇତିହାସରେ ଏକ ସ୍ୱର୍ଣ୍ଣିମ, ଯୁଗାନ୍ତକାରୀ ତଥା ଅଭୂତପୂର୍ବ ଦିବସ । ୨୦୨୪ ମସିହା ଆଜିର ଦିନରେ ହିଁ ବିଶ୍ୱର ସର୍ବାଧିକ ଲୋକପ୍ରିୟ ଜନନାୟକ ତଥା ଯଶସ୍ୱୀ, ସଂକଳ୍ପବଦ୍ଧ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ଶାସନ ଭାର ସମ୍ଭାଳିଥିଲେ । କେନ୍ଦ୍ର ସରକାରଙ୍କ ନିରନ୍ତର, ସ୍ୱଚ୍ଛ ସେବା, ସୁଦୃଢ଼ ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର ଅଭିଯାତ୍ରାର ୧୨ ବର୍ଷ ଏବଂ ତୃତୀୟ ପାଳିର ଦୁଇଟି ଅସାଧାରଣ ସଫଳ ବର୍ଷ ପୂର୍ଣ୍ଣ ହୋଇଛି । ସବୁଠାରୁ ଗୌରବମୟ କଥା ହେଉଛି, ବୁଧବାର ଶ୍ରୀ ମୋଦୀ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଶାସନମୁଖ୍ୟ ଭାବେ ସର୍ବାଧିକ ସମୟ (୪ହଜାର ୩୯୯ ଦିନ) ସେବା କରିବାର ଏକ ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ଏହି ଅବସରରେ ମୁଁ ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଓ ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ତାଙ୍କର ଦୀର୍ଘ, ନିରାମୟ ଜୀବନ କାମନା କରୁଛି’ ।

କେନ୍ଦ୍ର ଓ ରାଜ୍ୟର ଅଭିନବ ‘ଡବଲ ଇଞ୍ଜିନ’ ସରକାରର ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ଯେଉଁ ନୂତନ, ଐତିହାସିକ ଶିଖର ଛୁଇଁଛି ତାହାର ଏକ ବାସ୍ତବିକ, ଆଶାଜନକ ସେ ସାମ୍ବାଦିକଙ୍କ ନିକଟରେ ଉପସ୍ଥାପନ କରି ସେ କହିଛନ୍ତି, ବିଗତ ଦୁଇ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱ ଅନେକ ଭୂ-ରାଜନୈତିକ ଅସ୍ଥିରତା ଓ ଆହ୍ୱାନର ସମ୍ମୁଖୀନ ହୋଇଛି । କିନ୍ତୁ ଶ୍ରୀ ମୋଦୀଙ୍କ ସଂକଳ୍ପବଦ୍ଧ ନେତୃତ୍ୱ ଯୋଗୁଁ ଭାରତର ବିକାଶ ରଥ ଅଟକି ନାହିଁ । ମୋଦୀ ହେଉଛନ୍ତି ଭାରତର ଚିରସ୍ରୋତା ପ୍ରଗତିର ଜଣେ ମହାନ ବିକାଶ ପୁରୁଷ । ୨୦୨୦ର କୋଭିଡ ମହାମାରୀ ସମୟରେ ଯେତେବେଳେ ସାରା ବିଶ୍ୱର ଅର୍ଥନୀତି ଭାଙ୍ଗି ପଡ଼ିଥିଲା ସେତେବେଳେ ଭାରତ ସ୍ୱଦେଶୀ ଭ୍ୟାକ୍ସିନ ପ୍ରସ୍ତୁତ କରି ଜୁଲାଇ ୨୦୨୨ ସୁଦ୍ଧା ୨୦୦ କୋଟିରୁ ଅଧିକ ଡୋଜ୍‍ର ମାଗଣା ଟୀକାକରଣ କରି ବିଶ୍ୱ ରେକର୍ଡ କରିଥିଲା । କେବଳ ସେତିକି ନୁହେଁ, ‘ଭ୍ୟାକ୍ସିନ ମୈତ୍ରୀ\’ ଅଭିଯାନ ମାଧ୍ୟମରେ ବିଶ୍ୱର ଅନେକ ଗରିବ ରାଷ୍ଟ୍ରକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ‘ବିଶ୍ୱବନ୍ଧୁ’ ଭାବେ ଉଭା ହୋଇଛି । ୟୁକ୍ରେନ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂକଟ ସତ୍ତ୍ୱେ ଭାରତ ଆଜି ୭% ରୁ ୯% ଅଭିବୃଦ୍ଧି ହାର ସହ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ପ୍ରମୁଖ ଅର୍ଥନୀତି । ଗୋଟିଏ ସମୟ ଥିଲା, ଯେତେବେଳେ ଭାରତକୁ ବିଶ୍ୱର ୫ଟି ଦୁର୍ବଳ ଅର୍ଥନୀତି ମଧ୍ୟରେ ଗଣାଯାଉଥିଲା, ଆଜି ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱ ସପ୍ଲାଇ ଚେନ୍‌ରେ ଅସ୍ଥିରତା ସତ୍ତ୍ୱେ ୨୦୨୫-୨୬ ଆର୍ôଥକ ବର୍ଷରେ ଭାରତ ୭.୭ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛି । ଦେଶର ମଜବୁତ ଭିତ୍ତିଭୂମି, ମାନୁଫାକଚରିଂ, ଉନ୍ନତ ସେବା କ୍ଷେତ୍ର ଏବଂ ସୁଦୃଢ଼ ଡିଜିଟାଲ ଇକୋସିଷ୍ଟମ ଏହାର ଜ୍ୱଳନ୍ତ ପ୍ରମାଣ । ସମୟ ଥିଲା, ଯେତେବେଳେ ଦେଶରେ ଆତଙ୍କବାଦୀ ଆକ୍ରମଣ ଏକ ନିୟମିତ ଖବର ପାଲଟିଥିଲା । ଆଜି ସେହି ସ୍ଥିତି ବଦଳିଛି । ମୋଦୀ ସରକାରଙ୍କ ସ୍ପଷ୍ଟ ନୀତି ଯୋଗୁଁ ଶତ୍ରୁ ଦେଶ ଭାରତ ବିରୋଧରେ କୌଣସି ଦୁଃସାହସ କରିବା ପୂର୍ବରୁ ୧୦ ଥର ଭାବୁଛି । ‘ଅପରେସନ ସିନ୍ଦୁର’ ଏହାର ସବୁଠାରୁ ବଡ଼ ଉଦାହରଣ । ଭାରତ ଆଜି ଉଭୟ ଉର୍ଜା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି । ଯେଉଁ ଲକ୍ଷ୍ୟ ୨୦୩୦ ସୁଦ୍ଧା ହାସଲ ହେବାର ଥିଲା, ତାହାକୁ ଆମେ ୫ ବର୍ଷ ପୂର୍ବରୁ ଅର୍ଥାତ ୨୦୨୫ ସୁଦ୍ଧା ହାସଲ କରିଛୁ । ଦେଶର ସମୁଦାୟ ବିଦ୍ୟୁତ ଉତ୍ପାଦନ କ୍ଷମତାର ୫୦ ପ୍ରତିଶତରୁ ଅଧିକ ପ୍ରାୟ ୨୬୭ ଗିଗା-ୱାଟ ଏବେ ସୌର ଓ ବାୟୁ ଶକ୍ତି ଭଳି ଅକ୍ଷୟ ଶକ୍ତିରୁ ଆସୁଛି ।

ପେଟ୍ରୋଲିୟମ ଆମଦାନୀ ପାଇଁ ପୂର୍ବରୁ ଆମେ ୨୭ଟି ଦେଶ ଉପରେ ନିର୍ଭର କରୁଥିବା ବେଳେ ଏବେ ୪୦ଟି ରାଷ୍ଟ୍ରରୁ ଆମଦାନୀ କରି ଆମର ରିସ୍କ କମ କରିଛୁ । ନିକଟରେ ୟୁଏଇ ସହ ହୋଇଥିବା ଚୁକ୍ତି ଅନୁଯାୟୀ, ଭାରତର ଷ୍ଟ୍ରାଟେଜିକ ପେଟ୍ରୋଲିୟମ୍ ରିଜର୍ଭ ପାଇଁ ୩୦ ମିଲିୟନ ବ୍ୟାରେଲ୍ କ୍ରୁଡ ଅଏଲ୍ ସଞ୍ଚୟ କରାଯିବ, ଯାହାର ଏକ ବଡ଼ ଅଂଶ ଆମ ଓଡ଼ିଶାର ଚଣ୍ଡିଖୋଲଠାରେ ସଂରକ୍ଷିତ ରହିବ । ସେମିକଣ୍ଡକ୍ଟର ଚିପ୍ ମେସିନ୍ ନିର୍ମାଣ କରୁଥିବା ବିଶ୍ୱପ୍ରସିଦ୍ଧ କମ୍ପାନୀ ଇଝଗଖ (ନେଦରଲ୍ୟାଣ୍ଡ) ସହ ଭାରତର ବୁଝାମଣା ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ବଡ଼ ସଫଳତା । ମୋଦୀଙ୍କ ଏହି ୧୨ ବର୍ଷ ହେଉଛି ପୂର୍ଣ୍ଣ ରୂପାନ୍ତରଣର ଯୁଗ । ଆମର ସବୁଠାରୁ ବଡ଼ ସଫଳତା ହେଉଛି, ଆମେ ଆଉ ଲୋକାଲି (ସ୍ଥାନୀୟ) ଚିନ୍ତା ନକରି ଗ୍ଲୋବାଲି (ବିଶ୍ୱସ୍ତରୀୟ) ଚିନ୍ତା କରୁଛୁ ।

ଓଡ଼ିଶାରେ ଆମ ସରକାର ଗଠନ ହେବା ପରେ ଆମେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ‘ସମୃଦ୍ଧ ଓଡ଼ିଶା\’ ଗଠନ ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ । ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ କେନ୍ଦ୍ରୀୟ ଯୋଜନାଗୁଡ଼ିକ ଠିକ୍ ଭାବେ ଲାଗୁ ହେଉନଥିଲା, କିନ୍ତୁ ଏବେ ଉପଯୁକ୍ତ ସମନ୍ୱୟ କାରଣରୁ ପ୍ରତ୍ୟେକଟି ଯୋଜନାର ସୁଫଳ ଓଡ଼ିଶାବାସୀଙ୍କ ପାଖରେ ସିଧାସଳଖ ପହଞ୍ଚୁଛି । ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପ୍ରଗତିର ଏକ ଝଲକ ଉପରେ ସୂଚନା ଦେଇ ସେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରି କହିଛନ୍ତି, ଓଡ଼ିଶା ପାଇଁ ଚଳିତ ଆର୍ôଥକ ବର୍ଷରେ ରେଳ ବଜେଟ ରେକର୍ଡ ସଂଖ୍ୟକ ୧୦,୯୨୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ୯୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଚାଲିଛି ଏବଂ ଓଡ଼ିଶା ଶତପ୍ରତିଶତ ରେଳ ବିଦ୍ୟୁତିକରଣ ହାସଲ କରିଛି । ‘ଅମୃତ ଭାରତ ଷ୍ଟେସନ’ ଯୋଜନାରେ ୫୯ଟି ଷ୍ଟେସନର ଆଧୁନିକୀକରଣ ଚାଲିଛି। ସାଗରମାଳା ଓ ପିଏମ ଗତିଶକ୍ତି ଯୋଜନାରେ ଗଞ୍ଜାମର ବାହୁଦାଠାରେ ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ଏକ ସାଟେଲାଇଟ୍ ବନ୍ଦର ପ୍ରତିଷ୍ଠା ହେଉଛି । କେନ୍ଦ୍ରାପଡ଼ାର ମହାନଦୀ ମୁହାଣରେ ୨୨,୭୦୦ କୋଟି ଟଙ୍କା ବ୍ୟୟରେ ଏକ ମେଗା ଜାହାଜ ନିର୍ମାଣ କ୍ଲଷ୍ଟର, ଜଟାଧାର ମୁହାଣରେ କ୍ୟାପ୍‌?ଟିଭ୍ ଜେଟି ଏବଂ ପୁରୀରେ କ୍ରୁଜ ଟର୍ମିନାଲ ପ୍ରତିଷ୍ଠା ହେଉଛି । ୧୨,୨୦୦ କୋଟି ବ୍ୟୟରେ ନ୍ୟାସନାଲ ୱାଟର-ୱେ-୫ ର ବିକାଶ କରାଯାଉଛି ଯାହା ଅନୁଗୋଳ ଓ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପାରାଦୀପ ଓ ଧାମରା ବନ୍ଦର ସହ ଯୋଡ଼ିବ । ‘ଉଡାନ’ ଯୋଜନାରେ ରଙ୍ଗେଇଲୁଣ୍ଡା, ଜୟପୁର, ଉକେôଲା, ଅମର୍ଦାରୋଡ ଏବଂ ଦାଣ୍ଡବୋଷ ବିମାନବନ୍ଦରର ବିକାଶ ପାଇଁ ବ୍ୟୟବରାଦ କରାଯାଇଛି । ପୁରୀରେ ଗୋଟିଏ ଇଣ୍ଟରନାସନାଲ ଏୟାରପୋର୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଓଡ଼ିଶା ପାଇଁ ୮୦ ହଜାର କୋଟି ଟଙ୍କାର ୨୩୦ଟି ସଡ଼କ ପ୍ରକଳ୍ପ ମଞ୍ଜୁର ହୋଇଛି ଯେଉଁଥିରୁ ୪୩ ହଜାର କୋଟି ଟଙ୍କା ବ୍ୟୟରେ ୫୪୦୦ କିମି ରାଜପଥ ନିର୍ମାଣ ସରିଛି । ଖୁବଶୀଘ୍ର ୮,୩୦୭ କୋଟି ବ୍ୟୟରେ ୧୧୧ କିମି ବିଶିଷ୍ଟ ‘କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ୍‌’ ଏବଂ ୮,୩୦୧ କୋଟି ବ୍ୟୟରେ ୧୬୦ କିମି ବିଶିଷ୍ଟ ‘ଗ୍ରୀନଫିଲ୍ଡ କୋଷ୍ଟାଲ୍ ହାଇୱେ’ (ରାମେଶ୍ୱର-କୋଣାର୍କ-ପାରାଦୀପ) ନିର୍ମାଣ ହେବ । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ପ୍ରାୟ ୯୦୦ କୋଟି ଟଙ୍କା ବ୍ୟୟରେ ଶତାଧିକ କିଲୋମିଟର ସଡ଼କ ସଂଯୋଗୀକରଣ କରାଯାଇ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଉଛି । ଗ୍ରାମଦୋୟ ଯୋଜନାରେ ସେସବୁ ଅଞ୍ଚଳ ଗୁଡିକରେ ବିକାଶ କରାଯାଉଛି। ରାଜ୍ୟର ୩୪ ଲକ୍ଷ ୫୯ ହଜାର କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ମିଳୁଛି । ଶ୍ରୀ ଅନ୍ନ ଓ କୋରାପୁଟ ଓ ଗଞ୍ଜାମ ଭଳି ଜିଲ୍ଲାରେ ମାଣ୍ଡିଆ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ୪୫% ବୃଦ୍ଧି ପାଇଛି । ରାଜ୍ୟରେ ପାମ ଅଏଲ ଚାଷ ୨ ହଜାର ହେକ୍ଟରରୁ ୩ ଗୁଣ ବୃଦ୍ଧି ପାଇ ୫ ହଜାର ହେକ୍ଟର ଅତିକ୍ରମ କରିଛି । ଭୁବନେଶ୍ୱରରେ ଦେଶର ପ୍ରଥମ ଜାତୀୟ ସମବାୟ ବିଶ୍ୱବିଦ୍ୟାଳୟ (ତ୍ରିଭୁବନ ବିଶ୍ୱବିଦ୍ୟାଳୟ)ର ଶାଖା ପ୍ରତିଷ୍ଠା ହେଉଛି । ଦୀର୍ଘ ୨୦ ବର୍ଷ ଧରି ବନ୍ଦ ଥିବା ବଡ଼ମ୍ବା ସମବାୟ ଚିନି କଳର ପୁନରୁଦ୍ଧାର କରାଯାଉଛି । ଏଥି ସହିତ ବଲାଙ୍ଗିର, ବରଗଡ ଓ ନୟାଗଡ ଚିନିକଳର ମଧ୍ୟ ପୁନରୁଦ୍ଧାର କରାଯିବ । ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୧୨ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେଉଛନ୍ତି । ହୀରାକୁଦଠାରେ ୧୦୦ କୋଟି ବ୍ୟୟରେ ପୂର୍ବ ଭାରତର ପ୍ରଥମ ସମନ୍ୱିତ ଆକ୍ୱା ପାର୍କ  ଏବଂ ବାଲେଶ୍ୱରର ବସ୍ତାଠାରେ ୭୮ କୋଟି ବ୍ୟୟରେ ଅତ୍ୟାଧୁନିକ ମତ୍ସ୍ୟ ବଜାରର ଶିଳାନ୍ୟାସ କରାଯାଇଛି । ଭୁବନେଶ୍ୱର ପାଣ୍ଡରାରେ ମଧ୍ୟ ଅତ୍ୟାଧୁନିକ ମତ୍ସ୍ୟ ବଜାର ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ୮ ଲକ୍ଷ ୮୦ ହଜାରରୁ ଅଧିକ ଗର୍ଭବତୀଙ୍କୁ ୮୫୬ କୋଟି ଟଙ୍କା ପ୍ରଦାନ କରାଯାଇଛି (ପୁଅ ଜନ୍ମରେ ୧୦,୦୦୦ ଓ ଝିଅ ଜନ୍ମରେ ୧୨,୦୦୦ ଟଙ୍କା) । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷ ୪୬ ହଜାର ‘ଲକ୍ଷପତି ଦିଦି\’ ସୃଷ୍ଟି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧,୧୬୦ ଜଣ ପଞ୍ଚ ଲକ୍ଷପତି  ଏବଂ ୩୧୦ ଜଣ ‘ମହା ଲକ୍ଷପତି ଦିଦି’ (ଯେଉଁମାନେ ବାର୍ଷିକ ୧୦ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି) । ୧ ଲକ୍ଷ ୭୬ ହଜାର ୟୁନିଟକୁ ବିନା ବନ୍ଧକରେ ୨୩,୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ପିଏମ୍ ବିଶ୍ୱକର୍ମା ଯୋଜନାରେ ୧ ଲକ୍ଷରୁ ଅଧିକ ପାରମ୍ପାରିକ କାରିଗର ପଞ୍ଜୀକୃତ ହୋଇଛନ୍ତି ଏବଂ ସେମାନଙ୍କୁ ଆଧୁନିକ ଟୁଲକିଟ୍ ସହ ୧୪୪ କୋଟିର ଋଣ ଦିଆଯାଇଛି ।

ସେହିପରି ସାମାଜିକ ସୁରକ୍ଷା, ଆଦିବାସୀ ବିକାଶ ଓ ଆଭ୍ୟନ୍ତରୀଣ ସୁରକ୍ଷାରେ ପିଏମ ଜନମାନ ଯୋଜନାରେ ୧୪ଟି ବିଶେଷ ଭାବେ ଅନଗ୍ରସର ଜନଜାତି ଜିଲ୍ଲାର ୧,୭୫୯ଟି ଗାଁକୁ ସଡ଼କ ସଂଯୋଗ କରାଯାଇଛି, ଯାହାଦ୍ୱାରା ୩ ଲକ୍ଷରୁ ଅଧିକ ଜନଜାତି ଭାଇଭଉଣୀ ଉପକୃତ ହୋଇଛନ୍ତି । ନୀତି ଆୟୋଗଙ୍କ ‘ଫିସ୍କାଲ ହେଲଥ ଇଣ୍ଡେକ୍ସ’ରେ ଓଡ଼ିଶା କ୍ରମାଗତ ଭାବେ ୨୦୨୫ ଓ ୨୦୨୬ରେ ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ ହୋଇଛି । ଗତ ଦୁଇ ବର୍ଷରେ ୨୪ ଲକ୍ଷରୁ ଅଧିକ ନୂଆ ଜନଧନ ଆକାଉଣ୍ଟ ଖୋଲାଯାଇଛି । ଦୃଢ଼ ନୀତି ଯୋଗୁଁ ରାଜ୍ୟରୁ ନକ୍ସଲବାଦ ପ୍ରାୟତଃ ଶେଷ ହୋଇଛି । ୨୭ ଜଣ ମାଓବାଦୀ କ୍ୟାଡରଙ୍କୁ ପ୍ରଭାବହୀନ କରାଯାଇଥିବା ବେଳେ ୭୨ ଜଣ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତକୁ ଫେରିଛନ୍ତି । ୧୦ଟି ନକ୍ସଲମୁକ୍ତ ଜିଲ୍ଲାର ୪୮୪ଟି ଗାଁରେ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ ଚାଲିଛି । ଅମୃତ ଓ ସ୍ୱଚ୍ଛତା: ଅମୃତ-୨.୦ ଯୋଜନାରେ ଓଡ଼ିଶା ସାରା ଦେଶରେ ନଂ-୧ ରାଜ୍ୟ ହୋଇପାରିଛି । ସ୍ୱଚ୍ଛ ସର୍ବେକ୍ଷଣରେ ଆସିକା ଓ ଚିକିଟି ପୌରପରିଷଦ ‘ସ୍ୱଚ୍ଛ ସହର’ ଏବଂ ଭୁବନେଶ୍ୱର ‘ପ୍ରୋମିସିଙ୍ଗ ସ୍ୱଚ୍ଛ ସହର’ ମାନ୍ୟତା ପାଇଛି । ପକ୍କା ଘର ଓ ପାନୀୟ ଜଳ: ପିଏମ୍ ଆବାସ ଯୋଜନା (ସହରୀ)-୨.୦ ଅଧୀନରେ ୧ ଲକ୍ଷ ୪୩ ହଜାରରୁ ଅଧିକ ଘର ସମ୍ପୂର୍ଣ୍ଣ କରି ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ଗ୍ରାମାଞ୍ଚଳରେ ଗତ ୨ ବର୍ଷରେ ୪ ଲକ୍ଷ ୮୨ ହଜାର ୯୬୯ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି (ଦୈନିକ ହାରାହାରି ୭୦୦ ଘର) । ଜଳ ଜୀବନ ମିଶନରେ ୧୫ ହଜାରରୁ ଅଧିକ ଗାଁର ପ୍ରାୟ ୩.୫ ଲକ୍ଷ ପରିବାରକୁ ନୂଆ ଟ୍ୟାପ ସଂଯୋଗ ଦିଆଯାଇଛି । ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ସଫଳତାର ସହ ଲାଗୁ ହୋଇଛି । ୭୬୨ଟି ସ୍କୁଲକୁ ପିଏମ-ଶ୍ରୀ ସ୍କୁଲ’ ଭାବେ ବିକଶିତ କରାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ ସହ ସ୍ଥାନୀୟ ପ୍ରସଙ୍ଗକୁ ସାମିଲ କରାଯାଇଛି । ୫,୨୫୦ଟି ବିଦ୍ୟାଳୟକୁ ନିପୁଣ ବିଦ୍ୟାଳୟ ଭାବେ ଗଢ଼ାଯାଉଛି । ଉଚ୍ଚଶିକ୍ଷାରେ ପିଏମ୍ ଉଷା ଯୋଜନା ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ ଶତାଧିକ କୋଟି ଟଙ୍କାର ଅନୁଦାନ ଦିଆଯାଇଛି ।

ଏଥିସହ ଭାରତ ସରକାରଙ୍କ ଅର୍ଥନୈତିକ ସର୍ଭେରେ ଓଡ଼ିଶାର ଦକ୍ଷତା ବିକାଶ ମଡେଲକୁ ସର୍ବୋତ୍ତମ ଅଭ୍ୟାସର ସ୍ଥାନ ମିଳିଛି । ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ଓଡ଼ିଶା ୫୭ଟି ପଦକ ସହ ଦେଶରେ ଶୀର୍ଷରେ ରହିଛି ।  ଓଡ଼ିଶାରେ ୧ ଲକ୍ଷ ୧୨ ହଜାରରୁ ଅଧିକ ରୁଫ୍‌?ଟପ୍ ସୋଲାର ସ୍ଥାପନ କରାଯାଇଛି । ଓଡ଼ିଶା ଏହି କ୍ଷେତ୍ରରେ ଜାତୀୟ ସ୍ତରରେ ୧୩ତମ ସ୍ଥାନରୁ ୯ମ ସ୍ଥାନକୁ ଉନ୍ନୀତ ହୋଇ ପିଏମ୍ ସୂର୍ଯ୍ୟଘର ଉତ୍କର୍ଷ ପୁରସ୍କାର’ ହାସଲ କରିଛି । ରାଜ୍ୟରେ ଲାଗୁ ହୋଇଥିବା ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୧ କୋଟି ୩ ଲକ୍ଷ ପରିବାରର ୩ କୋଟି ୪୬ ଲକ୍ଷ ଲୋକ ସୁରକ୍ଷା ପାଇଛନ୍ତି । ୭୦ ବର୍ଷରୁ ଉର୍ଦ୍ଧ୍ୱ ୨୨.୪୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଲାଭ ମିଳୁଛି । କେନ୍ଦ୍ରୀୟ ସହାୟତାରେ ପୁରୀ, ଯାଜପୁର, ବାଲେଶ୍ୱର, ବଲାଙ୍ଗିର, ମୟୂରଭଞ୍ଜ, କୋରାପୁଟ ଓ ଅନଗୁଳରେ ୭ଟି ନୂଆ ନର୍ସିଙ୍ଗ କଲେଜ ଏବଂ ରାଜ୍ୟ ପାଣ୍ଠିରୁ କେନ୍ଦୁଝରରେ ଗୋଟିଏ ନର୍ସିଙ୍ଗ କଲେଜ ଖୋଲାଯିବ । ରାଇରଙ୍ଗପୁରରେ ନୂଆ ଆୟୁର୍ବେଦ ମେଡିକାଲ କଲେଜର ଶିଳାନ୍ୟାସ ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଛି । ଏହା ସହ ରାୟଗଡ଼ା, ଗଜପତି, ମାଲକାନଗିରିରେ ଆୟୁର୍ବେଦିକ ଏବଂ ନୂଆପଡ଼ା ଓ ନୟାଗଡ଼ରେ ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି ।

ଆମ ଓଡ଼ିଶାର ଅସ୍ମିତା, ଜଗନ୍ନାଥ ସଂସ୍କୃତି ଓ ସାମଗ୍ରୀକ ଉନ୍ନତି ଜନକଲ୍ୟାଣକାରୀ ଦର୍ଶନ ଯୋଗୁଁ ଭାରତ ଆଜି ବିଶ୍ୱ ମାନଚିତ୍ରରେ ଏକ ଆତ୍ମବିଶ୍ୱାସୀ ଓ ସମୃଦ୍ଧ ରାଷ୍ଟ୍ର ଭାବେ ଦଣ୍ଡାୟମାନ । ଓଡ଼ିଶାର ପ୍ରଗତି ରଥ ଦ୍ରୁତ, ଅପ୍ରତିହତ ଗତିରେ ଆଗେଇ ଚାଲିଛି । ୨୦୪୭ ସୁଦ୍ଧା ‘ବିକଶିତ ଭାରତ\’ର ସ୍ୱପ୍ନକୁ ସିଦ୍ଧିରେ ପରିଣତ କରିବା ପାଇଁ ଆମ ସରକାର ୨୦୩୬ ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଦୃଢ଼ଭାବେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com