ନିଳାଦ୍ରୀ ବିଜେ ପରେ ୧୦ ଦିନ ମଧ୍ୟରେ
ଜିଲା ଦୌରାଜଜ ତଦନ୍ତ କରନ୍ତୁ – ପ୍ରସାଦ
ଭୁବନେଶ୍ୱର: ୨୮/୬- ୫୩ ବର୍ଷ ପରେ ସଂଯୋଗ ଜୁଟିଥିଲା। ଏକା ଦିନରେ ଗତକାଲି ନବ ଯୌବନ ଦର୍ଶନ, ନେତ୍ର ଉତ୍ସବ ଓ ଶ୍ରୀଗୁଣ୍ଡିଚା ଯାତ୍ରା ପଡ଼ିଥିଲା। ଗତକାଲି କାଦୁଆ ଗୁଣ୍ଡିଚା-ପାଗ ମଧ୍ୟ ଭଲଥିଲା। ପ୍ରଶାସନ ପକ୍ଷରୁ ସବୁ ସ୍ୱାଭାବିକ ହେବ ବୋଲି କୁହାଯାଇଥିଲା। ସମସ୍ତେ ଆଶ୍ୱସ୍ତ ଥିଲେ। କିନ୍ତୁ ଅଭାବନୀୟ ଅଘଟଣ ଓ ବିଘଟଣ ଆମ ସମସ୍ତଙ୍କୁ ଗଭୀର ମର୍ମାହିତ କରିଛି । ରଥଯାତ୍ରା ଆପାତତଃ ୧୨ ଶହ ବର୍ଷ ଧରି ଚାଲୁଆସୁଛି । ଅନେକ ବର୍ଷ ଗୋଟିଏ ଦିନରେ ରଥଟଣା ଓ ଗୁଣ୍ଡିଚା ମନ୍ଦିର ପହଣ୍ଡି ଗୋଟିଏ ଦିନରେ ସରିଛି । ହେଲେ ଚଳିତ ବର୍ଷ ତାଳଧ୍ୱଜ ଓ ଦର୍ପଦଳନ ପହଞ୍ଚି ତ ପାରିଲେନି ନନ୍ଦିଘୋଷ ବିଧି ରକ୍ଷା ପାଇଁ ନା କୁ ମାତ୍ର ଗଡ଼ିଲା । ତେବେ କେଉଁ କାରଣରୁ ଏବଂ କାହାପାଇଁ ରଥ ଟଣା ଅଟକିଲା?
ଗୌତମ ଆଦାନୀ ଓଡ଼ିଶା ଆସି ପୁରୀ ଯିବେ, ରଥ ଟାଣିବେ ଓ ପ୍ରସାଦ ସେବନ କରିବେ ରଥଯାତ୍ରା ପୂର୍ବଦିନ ଗଣମାଧ୍ୟମରେ ସମ୍ବାଦ ପ୍ରସାରଣହୋଇଥିଲା । କିନ୍ତୁ ଗୌତମ ଆଦାନୀ ରଥଯାତ୍ରା ଦିନ ପୂରୀ ଯାଇପାରିଲେ ନାହିଁ । ତାଙ୍କରି ପାଇଁ ରଥଟଣାକୁ ପରଦିନକୁ ଘଞ୍ଚୁ ଯାଇଥିଲା କି ବୋଲି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପ୍ରଶ୍ନ କରିଛନ୍ତି । ଗତକାଲିର ମହାବିଭ୍ରାଟ ପ୍ରସଙ୍ଗରେ ଶ୍ରୀ ହରିଚନ୍ଦନ କହିଛନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଜଣେ ଦକ୍ଷ ଅଭିଜ୍ଞ ସରକାରୀ ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କର ଉକ୍ତି ଆମ ସସସ୍ତଙ୍କୁ ବିବ୍ରତ ଓ ବ୍ୟଥିତ କରିଛି । “ବୋଧହୁଏ କିଛି ଭକ୍ତ ଆସିପାରି ନାହାନ୍ତି । ସେଥିପାଇଁ ନନ୍ଦିଘୋଷ ଗଡ଼ିଲା ନାହିଁ” । ନନ୍ଦିଘୋଷ ଟଣା ପରଦିନ ସକାଳକୁ ଘୁଞ୍ଚିଗଲା । କାହାଆଡ଼କୁ ଏ ଇଙ୍ଗିତ? ଗୌତମ ଆଦାନୀ ଆଡ଼କୁ ନୁହେଁ ତ ବୋଲି ସେ ପୁଣି ପ୍ରଶ୍ନ କରିଛନ୍ତି ।
“କିଛି ଅଘଟଣ-ବିଘଟଣ ହୋଇନାହିଁ” ବୋଲି କହି ଆଇନମନ୍ତ୍ରୀ ଘଟଣାକୁୂ ଫାଙ୍କିଦେଇଛନ୍ତି ।ଏଥରର ରଥଯାତ୍ରା ପରିଚାଳନା ସରକାର ଶତାଧିନ ଦଳ ହାତରେ ଟେକିଦେଇଛନ୍ତି। ସରକାରୀ ପଦାଧିକାରୀମାନଙ୍କୁ ଦୂରେଇ ରଖି ଦଳୀୟ ପଲିଟିକାଲ ଇଭେଣ୍ଟ ମ୍ୟାନେଜମେଣ୍ଟ କରିଛନ୍ତି । ସବୁ ନିର୍ଦ୍ଧାରିତ ସମୟ ବଦଳିଯାଇଛି । ପହଣ୍ଡି ଠାରୁ ଛେରା ପହରା ମଧ୍ୟରେ କ’ଣ ପାଇଁ ଦୁଇଘଣ୍ଟା ବ୍ୟବଧାନ ରହିଲା । ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା ସମିତି ଗଠନ ନେଇ ଗଜପତି ମହାରାଜ ଏବଂ ଆଇନ ମନ୍ତ୍ରୀଙ୍କ ମଧ୍ୟରେ ଅମେଳ ଓ ମତଭେଦ ଥିଲା । ଏବେ ରାଜାଙ୍କର ଓ ମନ୍ତ୍ରୀଙ୍କର ଛେରା ପହରା ଉଛୂର ହେବା ଘଟଣା ଭିନ୍ନଆଡ଼କୁ ସୂଚାଉଛି । ଗତ ବର୍ଷ ମହାପ୍ରଭୁ ବଳଭଦ୍ର ଚାରମାଳରେ ବିଜେ ପହଣ୍ଡିରେ ଓହ୍ଲାଇବା ବେଳେ ଦୁର୍ଘଟଣା ଘଟିଥିଲା । କାରଣ ଖୋଜାଗଲା ନାହିଁ କି ନିରାକରଣ ହେଲା ନାହିଁ । ଏବର୍ଷ ମଧ୍ୟ ତାଳଧ୍ୱଜ ଦକ୍ଷିଣମୋଡ ନେବାରେ ବିଭ୍ରାଟ ଓ ବିଳମ୍ବ ହେଲା । ଗତକାଲି ଦଳାଚକଟାରେ ୭୫୦ ଆହତ ହୋଇଛନ୍ତି ।
ଶ୍ରଦ୍ଧାଳଙ୍କୁ ମୃତ୍ୟୁ ହୋଇଥିବା ଘଟଣା ଶୁଣାଯାଉଛି ସରକାର ଏ ସମ୍ପର୍କରେ ପାଟି ଖୋଲୁ ନାହାନ୍ତି । ଗତବର୍ଷ ୪ ଜଣଙ୍କର ମୃତ୍ୟୁ ହୋଇଥିଲା ଓ ୫୦ ରୁ ଅଧିକ ଆହତ ହୋଇଥିଲେ। ଏଥର ଦଳା ଚକଟାରେ ନୁହେଁ, ପୋଲିସ ମାଡ଼ରେ ବହୁ ପତ୍ରକାର ଆହତ ହୋଇଛନ୍ତି । ମହିଳା ସାମ୍ବାଦିକା ବିଜୟୀତା ତ୍ରିପାଠୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଇଏ କି ପ୍ରକାର ପରିଚାଳନା । “ଆଇ.ଜି.ଡ୍ରୋନ” ନାମକ ଏକ ଘରୋଇ ସଂସ୍ଥାକୁ କ୍ଲୋଜ ସର୍କିଟ ଇଣ୍ଟିଗ୍ରେଟେଡ କମାଣ୍ଡ ସିଷ୍ଟମର ଦାୟିତ୍ୱ ଆରକ୍ଷୀ ଅଧିକ୍ଷକଙ୍କ ବାରଣ ସତ୍ୱେ ଏଥର ଦିଆଯାଇଥିଲା ।
ଆଇଏସ୍ଆଇ ଲିଙ୍କ ଥିବା ଜ୍ୟୋତି ମାଲହୋତ୍ରାଙ୍କ ମହିଳା ବାନ୍ଧବୀ ପ୍ରିୟଙ୍କା ମଧ୍ୟ କଡର୍ନ ପରିସର ମଧ୍ୟରେ ବୁଲିବାର ଦେଖାଯାଇଥିଲା । ୫୦୦୦ ରୁ ଅଧିକ ପାସ ବଣ୍ଟାଯାଇଥିଲା। ପାତର ଅନ୍ତର ଓ ଅନିୟମିତତାର ଅଭିଯୋଗଥିବା ପୁରୀ ଜିଲ୍ଲାପାଳଙ୍କ ଆଖି ଆଗରେ କିଭଳି ସେ କର୍ଡନ ପରିସରକୁ ପଶିଥିଲେ ଓ ବୁଲୁଥିଲେ ।
ବିନା ଶ୍ରୀମନ୍ଦିର ପରିଚାଳନା କମିଟିରେ ଏଥର ରଥଯାତ୍ରା ହେଉଛି । ରାଜା ବର୍ଷେ ହେଲା ଏକଥା କହି ଆସୁଛନ୍ତି । ସରକାରଙ୍କୁ ଚଠି ଲେଖୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । କିନ୍ତୁ କିଛି ହେଲା ନାହିଁ । ଶେଷରେ ଆଇନମନ୍ତ୍ରୀ ମାମଲା ଉଚ୍ଚ ନ୍ୟାୟଳରେ ବିଚାରଧିନ ଅଛି ବୋଲି କହିଲେ । ଅନ୍ଧକୁ ଗୋହିରି ବାଟ ଦେଖାଇବା କଥା । ସରକାରୀ ପ୍ରଶାସନ, ମନ୍ଦିର ପରିଚାଳନା ସମିତି ଓ ସେବାୟତ ମାନଙ୍କ ମଧ୍ୟରେ ସମନ୍ୱୟ ନାହିଁ । ନା କୁ ମାତ୍ର ସମନ୍ୱୟ କମିଟି ବସିଲା । ଗତକାଲି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚନ୍ୟାୟଳୟର ମୁଖ୍ୟ ବିଚାରପତି ରଥଖଳା କଡ଼ରେ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀମାନଙ୍କ ସହ ପ୍ରାୟ ସବୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ । ହେଲେ ସରକାରଟା ଯେମିତି ସ୍ଥିର ଓ ଅଚଳ ହୋଇପଡ଼ିଥିଲା । କିମ୍ କର୍ତ୍ତବ୍ୟ ମୁଢ ଅବସ୍ଥା ।
ଶ୍ରୀ ହରିଚନ୍ଦନ କେଉଁ କାରଣ ବା ଗୃଢ଼ କାରଣରୁ ଏହି ମହା ବିଭ୍ରାଟ ଘଟିଲା ବୋଲି ପଚାରିଛନ୍ତି । ନିଳାଦ୍ରୀ ବିଜେ ପରେ ୧୦ ଦିନ ମଧ୍ୟରେ କାର୍ଯ୍ୟରତ ପୁରୀ ଜିଲ୍ଲା ଦୌରାଜଜ୍ଙ୍କ ଦ୍ୱାରା ଘଟଣାର ନ୍ୟାୟିକ ତଦନ୍ତ କରାଯାଉ ଏବଂ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ପିସିସି ପକ୍ଷରୁ ସେ ଦାବି କରିଛନ୍ତି । ଏଥି ସହିତ ମହାପ୍ରଭୁଙ୍କ ପାଖରେ ମହାଦୋଷ ମାର୍ଜ୍ଜନା ପାଇଁ ଆମେ ସମସ୍ତେ କ୍ଷମା ପ୍ରାର୍ଥନା କରୁଛୁ ବୋଲି କହିଛନ୍ତି ।
ସେହିପରି ପିସିସି ପୂର୍ବତନ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ରଥଯାତ୍ରାରେ ହଜାର, ହଜାର କର୍ଡନ ପାସ କାହାକୁ ଓ କାହିଁକି ଦିଆଗଲା? କାହିଁକି ବଡ଼ ଠାକୁରଙ୍କ ରଥ ଇଞ୍ଚେ ବି ଘୁଂଚିଲା ନାହିଁ । ସାମ୍ବାଦିକଙ୍କୁ ଆକ୍ରମଣ ହେଲା । ହେଲେ ପୂର୍ବରୁ ଆଇନମନ୍ତ୍ରୀ କହିଥିଲେ ଏ ବର୍ଷ ରଥ ଯାତ୍ରା ସୂଚାରୁ ରୂପେ ହେବ । ହେଲେ ଏବେ ଅସୁବିଧା ହେବା ପରେ ବିରୋଧୀଙ୍କୁ କାମଳ ରୋଗ ହୋଇଥିବା କହିଛନ୍ତି । ଯାହା ହାସ୍ୟାସ୍ପଦ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରଥଯାତ୍ରା ବିଭ୍ରାଟ ଘଟଣାକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ଦୃଢ଼ ନିନ୍ଦା କରିବା ସହ ଏହି ଭୁଲ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଗଜପତି ପ୍ରଭୁଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି ଗତକାଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ।