• About
  • Contact
Tuesday, April 21, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

୫୩ ଲକ୍ଷ ୪୭ ହଜାର ୩୧୫ କୋଟି ଟଙ୍କାର ବଜେଟ ଉପସ୍ଥାପିତ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୧/୨-ନବମଥର ପାଇଁ ଅଥର୍ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ସେ ୨୦୪୭ ବିକଶିତ ଭାରତ ଉପରେ ଫୋକସ କରିଥିବା ବେଳ ମୋଟ ୫୩,୪୭,୩୧୫ କୋଟି ଟଙ୍କାର ବଜେଟକୁ ସାର୍ବଜନୀନ କରିଛନ୍ତି। ରେଳ ବିଭାଗକୁ ରେକର୍ଡ ୨.୭୮ ଲକ୍ଷ କୋଟି ଦିଆଯାଇଛି। ଶିକ୍ଷା ବିଭାଗକୁ ମିଳିଛି ୧,୩୯,୨୮୫.୯୫ କୋଟି ଟଙ୍କା।
ସହିପରି ସ୍କୁଲ ଶିକ୍ଷା ଓ ସାକ୍ଷରତା ପାଇଁ ୮୩,୫୬୧.୪୧ କୋଟି ଦିଆଯାଇଥିବା ବେଳେ ଉଚ୍ଚ ଶିକ୍ଷା ବିଭାଗର ଭାଗ ମଧ୍ୟ ବଢ଼ିଛି। ଏହି ବିଭାଗକୁ ୫୫,୭୨୪.୫୪ କୋଟି ଦିଆଯାଇଛି। ଅଥର୍ମନ୍ତ୍ରୀ ଆୟକର ସ୍ଲାବରେ ପରିବତ୍ତର୍ନ କରି ନଥିବା ବେଳେ ଏପ୍ରିଲ ୧ରୁ ଦେଶରେ ନୂଆ ଆୟକର ଆଇନ ୨୦୨୫ ଲାଗୁ ହେବ। ଏଥିରେ ଥିବା ନିୟମ ଉପରେ ଖୁବଶୀଘ୍ର ବିଜ୍ଞପ୍ତି ଜାରି ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଗତଥର ଆୟକର ବ୍ୟବସ୍ଥାରେ ବାର୍ଷିକ ୧୨ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ ବୋଲି କହିଥିଲେ। ଏଥିରେ ପୁଣି ଟିଡିଏସ ବ୍ୟବସ୍ଥା ରହିଛି। ୭୫ ହଜାର ଯାଏ ଟିଡିଏସ ପାଇଁ ଅର୍ଥାତ ୧୨.୭୫ ଲକ୍ଷ ଆୟ ଉପରେ କୌଣସି ଟିକସ ଲାଗୁ ହେବ ନାହିଁ।
ଆୟକର ଫାଙ୍କିଲେ ଜେଲ୍ ବଦଳରେ ଜୋରିମାନା କରାଯିବ। ଅତିରିକ୍ତ ୩୦% ଟିକସ ଦେବାକୁ ପଡ଼ିବ। ଛୋଟ କରଦାତାଙ୍କ ପାଇଁ ପ୍ରକ୍ରିୟା ସହଜ ହେବ। ଜୁଲାଇ ୩୧ ତାରିଖ ଯାଏ ଲୋକେ ରିଟର୍ଣ୍ଣ ଦାଖଲ କରିପାରିବେ।

ଘୋଷିତ ପ୍ରମୁଖ ଯୋଜନା ଏବଂ ନୂତନ ଯୋଜନା
କେନ୍ଦ୍ର ବଜେଟ୨୦୨୬-୨୭ ରେ ଘୋଷିତ ପ୍ରମୁଖ ଯୋଜନା ଏବଂ ନୂତନ ଯୋଜନା। କେତେକ ପ୍ରମୁଖ କେନ୍ଦ୍ର ପ୍ରାୟୋଜିତ ଯୋଜନା ଯେଉଁଥିରେ ପୂର୍ବ ବର୍ଷ ତୁଳନାରେ ଅଧିକ ଆବଣ୍ଟନ କରାଯାଇଛି ସେଗୁଡ଼ିକ ହେଉଛି -କୃଷି ଉନ୍ନତି ଯୋଜନା (୧୧,୨୦୦ କୋଟି), ଜଳ ଜୀବନ ମିଶନ (୬୭,୬୭୦ କୋଟି), ବିକଶିତ ଭାରତ-ରୋଜଗାର ଗ୍ୟାରେଣ୍ଟି ଏବଂ ମିଶନ (ଗ୍ରାମୀଣ) ପାଇଁ ଗ୍ୟାରେଣ୍ଟି – ଭିବି-ଜି ରାମ ଜି ସ୍କିମ୍ (୯୫,୬୯୨ କୋଟି), ସମଗ୍ର ଶିକ୍ଷା (୪୨,୧୦୦ କୋଟି), ପିଏମଏୱାଇ ସହରାଞ୍ଚଳ (୧୮,୬୨୫ କୋଟି), ପିଏମଏୱାଇ ଗ୍ରାମୀଣ (୫୪,୯୧୭କୋଟି), ଜାତୀୟ ସ୍ୱାସ୍ଥ୍ୟ ମିଶନ (୩୧,୮୨୦ କୋଟି ଟଙ୍କା), ଜାତୀୟ ଗ୍ରାମୀଣ ଜୀବିକା ମିଶନ (୧୯,୨୦୦ କୋଟି ଟଙ୍କା)।
କେତେକ ପ୍ରମୁଖ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଯେଉଁଥିରେ ଅଧିକ ଆବଣ୍ଟନ କରାଯାଇଛି–
ପିଏମ୍ କିସାନ (୬୩,୫୦୦ କୋଟି), ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (୨,୨୭,୪୨୯ କୋଟି ଟଙ୍କା), ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁଫତ ବିଜୁଳି ଯୋଜନା (୨୨,୦୦୦ କୋଟି ଟଙ୍କା), ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା (୨୦,୦୮୩ କୋଟି ଟଙ୍କା)।
ଘୋଷିତ ନୂତନ ପଦକ୍ଷେପଗୁଡ଼ିକ ହେଲା –
ଭିବି-ଜି ରାମ ଜି ସ୍କିମ୍ (୯୫,୬୯୨ କୋଟି), ପିଏମ୍ ସେତୁ (୬,୧୪୧ କୋଟି), ଆଲାଏଡ୍ ହେଲ୍ କେୟାର ପ୍ରଫେସନାଲ(ଏଏଚ୍ ପି) ପାଇଁ ଯୋଜନା (୧୦୦୦ କୋଟି), ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ଉତ୍ପାଦନ ଯୋଜନା ଅଧୀନରେ ୫ ବର୍ଷରେ ୪୦,୦୦୦ କୋଟି ଟଙ୍କା, ଆସନ୍ତା ୫ ବର୍ଷ ମଧ୍ୟରେ ୧୦,୦୦୦ କୋଟି ଟଙ୍କାର ବ୍ୟୟବରାଦ ସହିତ ବାୟୋଫାର୍ମା ଶକ୍ତି, କେମିକାଲ୍ ପାର୍କ (୬୦୦ କୋଟି ଟଙ୍କା), ଇନଫ୍ରାଷ୍ଟ୍ରକଚର ରିସ୍କ ଗ୍ୟାରେଣ୍ଟି ଫଣ୍ଡ (୧୦୦୦ କୋଟି ଟଙ୍କା), ଅଭିବୃଦ୍ଧି ପାଣ୍ଠି (୫୦୦ କୋଟି)।

ବଜେଟ ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଏହା ବାସ୍ତବରେ ଏକ ଯୁବଶକ୍ତି ବଜେଟ

ସୋନପୁର:୧/୨-କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟ ଏକ ଅଭିବୃଦ୍ଧି ମୂଳକ ବଜେଟ। ସମାଜର ସବୁ ବର୍ଗର ଲୋକଙ୍କ ଅଭିବୃଦ୍ଧି ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ଯୁବ ଶକ୍ତିର ବିକାଶ ଉପରେ ସ୍ୱତନ୍ତ୍ର ଫୋକସ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ବଜେଟରେ ଅସ୍ପଷ୍ଟତା ବଦଳରେ ସ୍ପଷ୍ଟ କାର୍ଯ୍ୟନ୍ୱୟନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଯୁବକମାନଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ମଧ୍ୟରେ ବିଶ୍ୱସ୍ତରରେ ପ୍ରତିଯୋଗିତା କରିବା ଭଳି ଦକ୍ଷତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଫଳରେ ଯୁବ ସମାଜ ଆତ୍ମବିଶ୍ୱାସୀ ହେବା ସହିତ ଦେଶର ବିକାଶ ପ୍ରତି ନିଜର ଅବଦାନ ରଖିପାରିବ। ଏହା ବାସ୍ତବରେ ଏକ ଯୁବଶକ୍ତି ବଜେଟ।
ଦେଶର ଆର୍ôଥକ ଅଭିବୃଦ୍ଧିକୁ ଜାରି ରଖିବା ପାଇଁ ମୋଦୀ ସରକାର ତାଙ୍କ ଶାସନ କାଳ ସମୟରେ ବର୍ତ୍ତମାନ ସୁଦ୍ଧା ୩୫୦ଟି ଢାଞ୍ଚାଗତ ସଂସ୍କାର ଆଣିଛନ୍ତି। ଯାହାକି ସ୍ୱାଧୀନ ଭାରତର ଅର୍ଥନୈତିକ ଇତିହାସରେ ଏକ ବିରଳ ଅଧ୍ୟାୟ। ଏହାଦ୍ୱାରା ଆତ୍ମ ନିର୍ଭର ଭାରତ, ବିକଶିତ ଭାରତ ଗଠନ ଦିଗରେ ଆମର ଯେଉଁ ଲକ୍ଷ୍ୟ ରହିଛି, ତାହା ତ୍ୱରାନ୍ୱିତ ହୋଇଛି। ୨୦୨୬-୨୭ କେନ୍ଦ୍ର ବଜେଟରେ ସାର୍ବଜନୀନ ପୁଞ୍ଜି ବ୍ୟୟ ପାଇଁ ୧୨.୨ ଲକ୍ଷ କୋଟି ଟଙ୍କା ସହିତ ଭିତ୍ତିଭୂମି ବିକାଶ ପାଇଁ ଅଧିକ ଆବଣ୍ଟନ କରାଯାଇଛି। ଏହି ବଜେଟରେ ଓଡ଼ିଶା ପାଇଁ ଅନେକ ପଦକ୍ଷେପ ଘୋଷଣା କରିଥିବାରୁ ଆମେ ଭାରତ ସରକାରଙ୍କ ନିକଟରେ କୃତଜ୍ଞ।
ଓଡ଼ିଶା ପାଇଁ ରେୟାର-ଆର୍ଥ କରିଡର-ବିରଳ ଖଣିଜ ପଦାର୍ଥ ନିମନ୍ତେ ଖଣି, ପ୍ରକ୍ରିୟାକରଣ, ଗବେଷଣା ଏବଂ ଉତ୍ପାଦନ କ୍ଷମତା ନିର୍ମାଣ ପାଇଁ କେନ୍ଦ୍ର ସରକାର ଓଡ଼ିଶାରେ ଏକ ଉତ୍ସର୍ଗୀକୃତ ରେୟାର-ଆର୍ଥ କରିଡର ପ୍ରତିଷ୍ଠା କରିବାକୁ ଘୋଷଣା କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା, ସ୍ଥାନୀୟ ଶିଳ୍ପକୁ ପ୍ରୋତ୍ସାହିତ କରିବା ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଅକ୍ଷୟ ଶକ୍ତି ସମେତ ଉଚ୍ଚ-ବୈଷୟିକ କ୍ଷେତ୍ରକୁ ସମର୍ଥନ କରିବା। ପୂର୍ବତଟ ବିକାଶ କରିଡରରେ ପୂର୍ବ ଉପକୂଳରେ ଥିବା ପର୍ଯ୍ୟଟନ ଏବଂ ଅର୍ଥନୈତିକ ହବ୍ ଅନ୍ତର୍ଭୁକ୍ତ। ଏହାର ଉପକୂଳ ଭୌଗୋଳିକ ଏବଂ ଅର୍ଥନୈତିକ ସଂଯୋଗ ହେତୁ ଓଡ଼ିଶା ଲାଭାନ୍ୱିତ ହେବାର ସମ୍ଭାବନା ରହିଛି। ୫ ଟି ପୂର୍ବୋଦୟ ରାଜ୍ୟ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ୫ଟି ପର୍ଯ୍ୟଟନ ସ୍ଥଳୀ ସୃଷ୍ଟି କରାଯିବ ଏବଂ ସର୍ବସାଧାରଣ ପରିବହନ ପାଇଁ ୪୦୦୦ ଇ-ବସ୍ ଯୋଗାଇ ଦିଆଯିବ।
ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୦ଟି ନୂତନ ଜାତୀୟ ଜଳପଥ କାର୍ଯ୍ୟକ୍ଷମ ହେବ। ଖଣିଜ ସମୃଦ୍ଧ ଅଞ୍ଚଳ ତାଳଚେର ଏବଂ ଅନୁଗୁଳ ଅଞ୍ଚଳକୁ ଓଡିଶାର ପାରାଦୀପ ଏବଂ ଧାମରା ଭଳି ପ୍ରମୁଖ ଶିଳ୍ପ ଏବଂ ବନ୍ଦର ହବ୍ ସହିତ ସଂଯୋଗ କରିବ, ଯାହା ଦକ୍ଷ ଏବଂ ସୁଲଭ ମାଲ ପରିବହନରେ ସହାୟକ ହେବ, ଯାହାଦ୍ୱାରା ସଡ଼କ ଏବଂ ରେଳ ନେଟୱାର୍କ ଉପରେ ଲଜିଷ୍ଟିକ ଚାପ ହ୍ରାସ ହେବ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସ୍ଥାୟୀ ଆଭ୍ୟନ୍ତରୀଣ ଜଳ ପରିବହନକୁ ସମୃଦ୍ଧ କରିବା, ବହୁଳ ଦ୍ରବ୍ୟ (ଖଣିଜ ଏବଂ ଶିଳ୍ପ ସାମଗ୍ରୀ) ପାଇଁ ସଂଯୋଗ ବୃଦ୍ଧି କରିବା ଏବଂ ପୂର୍ବ ଉପକୂଳରେ ଏକ ଲଜିଷ୍ଟିକ ଏବଂ ଶିଳ୍ପ ହବ ଭାବରେ ଓଡିଶାର ଭୂମିକାକୁ ମଜବୁତ କରିବା।
ଏକ ନୂତନ ପଦକ୍ଷେପ ଭାବରେ “ସହର ଅର୍ଥନୈତିକ ଅଞ୍ଚଳ’ ସହରୀ ପରିଚାଳିତ ଅର୍ଥନୈତିକ ଅଭିବୃଦ୍ଧି ସୁନିଶ୍ଚିତ ହେବ ଏବଂ ଆଞ୍ଚଳିକ ସହରାଞ୍ଚଳ କ୍ଲଷ୍ଟରଗୁଡିକ ଲଭାନ୍ୱିତ ହେବ। ଏହି ଅଞ୍ଚଳର ବିକାଶ ପାଇଁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଉଋଜ ପିଛା ୫୦୦୦ କୋଟି ଟଙ୍କା ଆବଣ୍ଟନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଭିତ୍ତିଭୂମି , ସେବା ଏବଂ ପୁଞ୍ଜି ବିନିଯୋଗ ସଂଯୋଗରେ ଉନ୍ନତି ଆଣି ସହର ଏବଂ ଏହାର ଆଖପାଖ ଅଞ୍ଚଳର ଅର୍ଥନୈତିକ ସାମର୍ଥ୍ୟକୁ ବ୍ୟବହାର କରିବା ଉଦ୍ଦେଶ୍ୟରେ ସମନ୍ୱିତ ସହରୀ ଅଭିବୃଦ୍ଧି ଜୋନ୍ ଭାବରେ ପରିକଳ୍ପନା କରାଯାଇଛି। ଏହା ପ୍ରସ୍ତାବିତ ଭୁବନେଶ୍ୱର-କଟକ-ପାରାଦୀପ-ପୁରୀ ସହରାଞ୍ଚଳ କରିଡର କାର୍ଯ୍ୟକାରୀ କରିବାରେ ସହାୟକ ହେବ।
ବନ୍ୟଜନ୍ତୁ ପର୍ଯ୍ୟଟନ ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା, କର୍ଣ୍ଣାଟକ ଏବଂ କେରଳ ସମେତ ରାଜ୍ୟର ପ୍ରମୁଖ କଇଁଛ ବସା ବାନ୍ଧିବା ସ୍ଥଳ ନିକଟରେ କଇଁଛ ଟ୍ରେଲ୍ ବିକଶିତ କରାଯିବ। ବଜେଟରେ ଏହି ପ୍ରକୃତି ଭିତ୍ତିକ ପର୍ଯ୍ୟଟନ ଯୋଜନ, ପରିବେଶ ଅନୁକୂଳ ପର୍ଯ୍ୟଟନ ଭିତ୍ତିଭୂମି ଉପରେ ଧ୍ୟାନ କେନ୍ଦ୍ରିତ କରିବ।
ବିକଶିତ ଭାରତର ଆବଶ୍ୟକତାକୁ ଲକ୍ଷ୍ୟରଖି, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ (ଏମଜିଏନଆରଇଜିଏ) ଏକ ବଡ଼ ପରିବର୍ତ୍ତନ କରାଯାଇଛି। ନୂତନ ଯୋଜନା ବିକଶିତ ଭାରତ – ରୋଜଗାର ଗ୍ୟାରେଣ୍ଟି ଓ ଆଜୀବିକ(ଗ୍ରାମୀଣ ) ଅଧୀନରେ ପ୍ରତି ଗ୍ରାମୀଣ ପରିବାର ପିଛା ୧୨୫ ଦିନର ରୋଜଗାରର ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରାଯାଇଛି, ଯାହାକି ପୂର୍ବ ୧୦୦ ଦିନ ତୁଳନାରେ ବୃଦ୍ଧି ପାଇଛି। କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଏହି ଯୋଜନାରେ ଭାଗୀଦାରୀର ଅନୁପାତ ୬୦:୪୦ ରହିଛି। ୨୦୨୬-୨୭ ବର୍ଷପାଇଁ , ମୋଟ ୧ଲକ୍ଷ ୫୧ ହଜାରେ କୋଟି ଟଙ୍କାର ଆବଶ୍ୟକତା ମଧ୍ୟରୁ କେନ୍ଦ୍ର ସରକାରଙ୍କ ଅଂଶ ୯୫,୬୯୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ଓ ବଜେଟରେ ବ୍ୟୟ ବରାଦ କରାଯାଇଛି।
ଓଡିଶା ଭଳି ଉପକୂଳବର୍ତ୍ତୀ ରାଜ୍ୟ ମାନଙ୍କରେ କୃଷକଙ୍କ ଆୟ, ଉତ୍ପାଦକତା ଏବଂ ଗ୍ରାମୀଣ ନିଯୁକ୍ତି ବୃଦ୍ଧି ପାଇଁ ଉଚ୍ଚ ମୂଲ୍ୟର କୃଷିର ଅଂଶ ଭାବରେ ନଡିଆ, କାଜୁ ଏବଂ ଚନ୍ଦନ ପାଇଁ ଯୋଜନା ଏବଂ ସହାୟକ ପଦକ୍ଷେପ ମଧ୍ୟ ଘୋଷଣା କରାଯାଇଛି। ଲିଥିୟମ୍ ପରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ସୁରକ୍ଷିତ ଓ ଉପଲବ୍ଧ କରିବା ଉଦ୍ଦେଶ୍ୟରେ ନ୍ୟାସନାଲ କ୍ରିଟିକାଲ୍ ମିନେରାଲ୍ ମିଶନ୍ ମାଧ୍ୟମରେ ଖଣି କ୍ଷେତ୍ର ପାଇଁ ସାତ ବର୍ଷ ମଧ୍ୟରେ ୩୪,୩୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। କେନ୍ଦ୍ର ବଜେଟରେ କେତେକ ପ୍ରମୁଖ କେନ୍ଦ୍ର ପ୍ରାୟୋଜିତ ଯୋଜନା ଯେଉଁଥିରେ ପୂର୍ବ ବର୍ଷ ତୁଳନାରେ ଅଧିକ ଆବଣ୍ଟନ କରାଯାଇଛି।
ଚଳିତ ବଜେଟ୍‌ରେ ଥିବା ପ୍ରାବଧାନ ଗୁଡିକ ସମୃଦ୍ଧ ଓଡ଼ିଶା-ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବାରେ ସହାୟକ ହେବ। ସବୁ ଦୃଷ୍ଟିକୋଣରୁ ଏହା ଏକ ଐତିହାସିକ ବଜେଟ ବୋଲି ସେ କହିଛନ୍ତି।

କେନ୍ଦ୍ର ବଜେଟ ସମସ୍ତଙ୍କୁ ନିରାଶ କରିଛି:ନବୀନ
ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ବିଜେପି ସରକାର ଅଟକାଇ ଦେଇଛି

ଭୁବନେଶ୍ୱର:୧/୨-କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ବଜେଟ ସମସ୍ତଙ୍କୁ ନିରାଶ କରିଛି। ଏହି ବଜେଟରେ ଓଡ଼ିଶା ଏବଂ ଏହାର ଜନସାଧାରଣଙ୍କ ପାଇଁ କୌଣସି ଉଲ୍ଲେଖନୀୟ ସୁବିଧା ନଥିବା ବଜେଟ ଉପରେ ପ୍ରତିକ୍ରିୟା ରଖି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି।
ସେ କହିଛନ୍ତି, ଓଡ଼ିଶାବାସୀଙ୍କ ଆଶା ଥିଲା ଯେ ‘ଡବଲ୍ ଇଞ୍ଜିନ୍‌’ ସରକାର ଭିତ୍ତିଭୂମି, ନିଯୁକ୍ତି ସୁଯୋଗ ଏବଂ ରାଜ୍ୟ ପାଇଁ ପ୍ରାପ୍ୟ ଅତିରିକ୍ତ ଅନୁଦାନ ଉପରେ ଗୁରୁତ୍ୱ ଦେଇ ବିକାଶକୁ ଗତି ଦେବ। କିନ୍ତୁ ତାହା ହେଲା ନାହିଁ। ଓଡ଼ିଶାରେ ‘ରେୟାର୍ ଆର୍ଥ କରିଡର’ ପ୍ରତିଷ୍ଠା ପ୍ରସ୍ତାବକୁ ମୁଁ ସ୍ୱାଗତ କରୁଛି। ଅନେକ ପ୍ରମୁଖ ଖଣିଜ ଦ୍ରବ୍ୟର ଅଗ୍ରଣୀ ଉତ୍ପାଦନକାରୀ ଓଡ଼ିଶା, ନିଜର ସମୃଦ୍ଧ ସମ୍ପଦ ମାଧ୍ୟମରେ ଦେଶ ଗଠନରେ ସର୍ବଦା ଯୋଗଦାନ ଦେଇ ଆସିଛି। ଖଣିଜ ସମୃଦ୍ଧ ଅଞ୍ଚଳ ଏବଂ ଶିଳ୍ପ କେନ୍ଦ୍ରଗୁଡ଼ିକୁ ବନ୍ଦର ସହିତ ସଂଯୋଗ କରିବା ପାଇଁ ‘ଜାତୀୟ ଜଳପଥ’ ନିର୍ମାଣ ନେଇ ପୁଣି ଥରେ ଘୋଷଣା କରାଯାଇଛି। କିନ୍ତୁ ଏହା ଏକ ଦଶନ୍ଧି ପୁରୁଣା ପ୍ରସ୍ତାବ। ଯାହାର ତୃଣମୂଳସ୍ତରରେ କୌଣସି ଅଗ୍ରଗତି ହୋଇନାହିଁ।
ଓଡ଼ିଶାବାସୀଙ୍କ ପାଇଁ ବଡ଼ ନିରାଶାର ବିଷୟ ଯେ, ସହରଗୁଡ଼ିକ ମଧ୍ୟରେ ‘ଗ୍ରୋଥ କନେକ୍ଟର’ ଭାବରେ ସାତୋଟି ‘ହାଇ-ସ୍ପିଡ୍ ରେଳ କରିଡର’ ବିକାଶ କରିବା ନେଇ ହୋଇଥିବା ଘୋଷଣାରେ ଓଡ଼ିଶା ସ୍ଥାନ ପାଇ ନାହିଁ। ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପକୁ ଓଡ଼ିଶା ବିଜେପି ସରକାର ଅଟକାଇ ଦେଇଥିବା ବେଳେ ଲୋକଙ୍କ ଆବଶ୍ୟକତା ପ୍ରତି ଅବହେଳା ପୂର୍ବପରି ମଧ୍ୟ ଜାରି ରହିଛି। ଆମର ‘ଡାଇମଣ୍ଡ ଟ୍ରାଇଙ୍ଗଲ’ ସମେତ ଅନେକ ପ୍ରସିଦ୍ଧ ବୌଦ୍ଧ ସ୍ଥଳ ଥିବା ସତ୍ତ୍ୱେ ପର୍ଯ୍ୟଟନ ଭିତ୍ତିକ ‘ବୌଦ୍ଧ ସର୍କିଟ୍ ବିକାଶ ଯୋଜନା’ରୁ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦିଆଯାଇଛି, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ।
ସାମଗ୍ରିକ ବଜେଟକୁ ଦେଖିଲେ ସ୍ପଷ୍ଟ ଅନୁମେୟ ହେଉଛି, ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ନେଇଯିବା ପାଇଁ ହିଁ କେବଳ ଅନୁଦାନ ମିଳୁଛି। ହେଲେ ରାଜ୍ୟବାସୀଙ୍କ ସୁବିଧା ତଥା ଉନ୍ନତି ପାଇଁ ଅର୍ଥ ଆବଣ୍ଟନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି।
ବର୍ତ୍ତମାନ ସମୟ ଆସିଛି, ରାଜ୍ୟ ବିଜେପି ସରକାର ଓଡ଼ିଶାବାସୀଙ୍କ ପାଇଁ ଉତ୍ତରଦାୟିତ୍ୱ ଗ୍ରହଣ କରନ୍ତୁ ଏବଂ କେନ୍ଦ୍ରରୁ ଓଡ଼ିଶାର ନ୍ୟାର୍ଯ୍ୟ ଅଧିକାର ମିଳିବା ସୁନିଶ୍ଚିତ କରନ୍ତୁ। ଓଡ଼ିଶା ଏବଂ ଏହାର ଜନସାଧାରଣ କେନ୍ଦ୍ର ବଜେଟରୁ ଅଧିକ ସୁଫଳ ପାଇବାକୁ ହକଦାର୍ ଅଟନ୍ତି ବୋଲି ସେ କହିଛନ୍ତି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ଅକ୍ଷିମୁଠି ଅନୁକୂଳ କରି ଚାଷୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 20, 2026

ସମୃଦ୍ଧ ଓଡ଼ିଶା ଗଢ଼ିବାରେ କୃଷକମାନେ ହିଁ ପ୍ରକୃତ ସାରଥୀ ଭୁବନେଶ୍ୱର:୨୦/୪- ପବିତ୍ର ଅକ୍ଷୟ ତୃତୀୟା ଓ ରାଜ୍ୟସ୍ତରୀୟ କୃଷକ ଦିବସ ଅବସରରେ କଟକ ସ୍ଥିତ କେନ୍ଦ୍ରୀୟ ଧାନ...

Read more

ହର୍ଷିତାଙ୍କୁ ମନୀଷ ସ୍ମାରକୀ ‘ନିର୍ଭୟ’ ଯୁବ ପୁରସ୍କାର

April 20, 2026

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com