• About
  • Contact
Friday, April 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

କ୍ଷତିରେ ଚାଲିଛି ୮ଟି ସରକାରୀ ସଂସ୍ଥା

Share on FacebookShare on TwitterShare on Whatsapp

ପୋଷଣ ଓ ମଧ୍ୟାହ୍ନ ଭୋଜନ ଦୁର୍ନୀତି

ଭୁବନେଶ୍ୱର:୩୧/୩-ରାଜ୍ୟରେ ସରକାରୀ ସଂସ୍ଥାଗୁଡ଼ିକର ଲାଭକ୍ଷତି ଉପରେ ସିଏଜି ରିପୋର୍ଟ ପ୍ରକାଶ ପାଇଛି। ଖଣି ନିଗମ ଲାଭରେ ଥିବା ବେଳେ ଗ୍ରୀଡକୋ, ଓଏସଆରଟିସି ସମେତ ୮ଟି ସରକାରୀ ସଂସ୍ଥା ୯ହଜାର ୪୪୯ କୋଟି ୩୮ଲକ୍ଷ ଟଙ୍କା କ୍ଷତିରେ ଚାଲିଛି। ୨୦୨୨-୨୩ରେ ରାଜ୍ୟର ୨୯ଟି ସରକାରୀ ସଂସ୍ଥା ମଧ୍ୟରୁ ୧୮ଟି ସଂସ୍ଥା ଲାଭ କରିଥିଲେ। ପୂର୍ବବର୍ଷ ଏହା ୩ହଜାର ୨୮୯କୋଟି ୮୬ ଲକ୍ଷ ଟଙ୍କା ଥିଲା। ଅଧିକ ଲାଭ କରିଥିଲା ଓଡ଼ିଶା ଖଣି ନିଗମ, ଓଡ଼ିଶା ଜଳବିଦ୍ୟୁତ ନିଗମ, ଓଡ଼ିଶା ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଏବଂ ଓଡ଼ିଶା ବନ ଉନ୍ନୟନ ନିଗମ। ୭ଟି ସରକାରୀ ସଂସ୍ଥା ୭୯୪କୋଟି ୯୮ ଲକ୍ଷ କ୍ଷତି କରିଛନ୍ତି। ଗ୍ରୀଡକୋ ସର୍ବାଧିକ ୭୭୮କୋଟି ୧୮ ଲକ୍ଷ କ୍ଷତି କରିଛି। ମହଙ୍ଗା ଦରରେ ବିଦ୍ୟୁତ କିଣିବା ଯୋଗୁଁ ଏହି କ୍ଷତି ହୋଇଛି। ଓଏସଆରଟିସି ୧୦କୋଟି ୫୫ ଲକ୍ଷ ଟଙ୍କା କ୍ଷତି କରିଛି। ୭ଟି ସଂସ୍ଥା ଲାଭ କରିଥିଲେ ମଧ୍ୟ ସରକାରଙ୍କୁ ଯେତିକି ଲାଭାଂଶ ଦେବା କଥା ତାହା ଦେଇନାହାନ୍ତି ଫଳରେ ୧ହଜାର ୪୧୯କୋଟି ୩୦ ଲକ୍ଷର କମ ଲାଭାଂଶ ସରକାରଙ୍କୁ ମିଳିଛି।


ସେହିପରି ବିନିଯୋଗ ପ୍ରମାଣପତ ଦାଖଲ କରିବାରେ ୪୧୬ ଦିନ ପର୍ଯ୍ୟନ୍ତ ବିଳମ୍ବ ହେବା ଯୋଗୁଁ କେନ୍ଦ୍ର ସରକାର ୩୩୯.୨୦ କୋଟି ଟଙ୍କାର ଅନୁଦାନ କାଟି ଦେଇଥିଲେ। ପ୍ରଶାସନିକ କଳର ଅପାରଗତା ଯୋଗୁ ଓଡ଼ିଶାର ଗରିବ ଶିଶୁଙ୍କ ପୋଷଣ ଅଧିକାର ପ୍ରଭାବିତ ହୋଇଥିଲା। ରାଜ୍ୟରେ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ପାଇଁ ଉଦ୍ଦିଷ୍ଟ ‘ପୋଷଣ’ ଅଭିଯାନ ଓ ମଧ୍ୟାହ୍ନଭୋଜନ ଯୋଜନାରେ ବ୍ୟାପକ ହରିଲୁଟର ଚିତ୍ର ମଧ୍ୟ ସିଏଜି ରିପୋର୍ଟରେ ପଦାକୁ ଆସିଛି। ବିଜେଡି ସରକାର ସମୟରେ ୨୦୧୮ରୁ ୨୩ ଭିତରେ ଶିଶୁ, ଗର୍ଭବତୀ, ପ୍ରସୂତୀ ଓ ସ୍କୁଲ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଖାଦ୍ୟକୁ ହରିଲୁଟ କରି କୋଟିକୋଟି ଟଙ୍କାର ଆର୍ôଥକ ହେରଫେର କରାଯାଇଥିବା ଅଡିଟରୁ ଜଣାପଡ଼ିଛି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ଜନଗଣନା-୨୦୨୭

by ସଂକ୍ଷିପ୍ତ ଖବର
April 2, 2026

ଘର ତାଲିକା ପ୍ରସ୍ତୁତି ଏବଂ ଗୃହ ଗଣନା ସହିତ ବିଶ୍ୱର ସବୁଠୁ ବଡ଼ ଜନଗଣନା ଅଭିଯାନ ଆରମ୍ଭ   ଭୁବନେଶ୍ୱର:୨/୪-ପ୍ରଥମ ଥର ପାଇଁ ଡିଜିଟାଲ ତଥ୍ୟ ସଂଗ୍ରହ...

Read more

ଆଗାମୀ ଦଶବର୍ଷ ହେବ ସଂକଳ୍ପର ଦଶକ- ମୁଖ୍ୟମନ୍ତ୍ରୀ

April 1, 2026

ଭୁବନେଶ୍ୱରରେ ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍‍ଘାଟିତ

April 1, 2026

ବିରୋଧୀଙ୍କ କକ୍ଷତ୍ୟାଗ ଭିତରେ ବ୍ୟୟମଞ୍ଜୁରୀ ବିଲ-୨୦୨୬ ପାରିତ

April 1, 2026

ଟିଟିଲାଗଡ ବିଧାୟକଙ୍କ ଉନ୍ମତ କାଣ୍ଡ

March 31, 2026

କ୍ରସ ଭୋଟିଂ ନ କରିବାରୁ ବିଧାୟିକାଙ୍କୁ ପୋଲିସ ଦ୍ୱାରା ନିର୍ଯ୍ୟାତନା: ବିଜେଡି

March 31, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com