ଭୁବନେଶ୍ୱର:୧୨/୨-ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର କରିବା ପୂର୍ବରୁ ପୁରୁଣା ଚାଲାଣ ପଇଠ କରିବାକୁ ହେବ। ଏହା ଆଇନତଃ ବାଧ୍ୟତାମୂଳକ ବୋଲି ହାଇକୋର୍ଟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଚାଲାଣ ଥିଲେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ହୋଇପାରିବ କି ନା ସେସମ୍ପର୍କରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ରିପୋର୍ଟ ଚାହିଁଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ରିପୋର୍ଟ ପ୍ରଦାନ କରାଯାଇଥିବା ବେଳେ ହାଇକୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର କରିବା ପୂର୍ବରୁ ୯୦ ଦିନର ପୁରୁଣା ବକେୟା ଚାଲାଣ ବାବଦ ଅର୍ଥ ଜମା କରିବା ବାଧ୍ୟତାମୂଳକ ବୋଲି କେନ୍ଦ୍ରୀୟ ମୋଟରଯାନ ଆଇନରେ ରହିଛି।
ପୂର୍ବ ଶୁଣାଣିରେ ପରିବହନ ବିଭାଗ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ ମନା ସଂକ୍ରାନ୍ତ ଚିଠିକୁ ପ୍ରତ୍ୟାହାର କରି ନିଆଯାଇଥିବା କୁହାଯାଇଥିଲା।
୯୧୧ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ମିଳିବ ୬ ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି
-ସୋସିଆଲ ମିଡିଆ ମାଧ୍ୟମରେ ମୋବାଇଲରେ ମିଳିବ ସଠିକ ସୂଚନା ଭୁବନେଶ୍ୱର:୨୨/୬-ରାଜ୍ୟରେ ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପ୍ରାକ୍-ପ୍ରସ୍ତୁତି ନିମନ୍ତେ ‘ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି...
Read more