
ଭୁବନେଶ୍ୱର:୨୬/୨-ଦେବବ୍ରତ ମହାନ୍ତି ହେଉଛନ୍ତି ଖଣି ବିଭାଗ ଉପ ନିର୍ଦେଶକ। କୋଇଲା ଡିପୋରୁ କୋଇଲା ପରିବହନ ପାଇଁ ଅନୁମତି ଦେବାକୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଇସେନ୍ସପ୍ରାପ୍ତ କୋଇଲା ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ଭିଜିଲାନ୍ସ ଧରିଲା। ଏହି ଲାଞ୍ଚୁଆ ଅଫିସର ଘରୁ ନଗଦ ୪ କୋଟି ୨୭ଲକ୍ଷରୁ ଅଧିକ ଟଙ୍କା ମିଳିଛି। ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏତେ ପରିମାଣର ନଗଦ ଟଙ୍କା ଜବତ କରାଯିବା ପ୍ରଥମ।

ଟଙ୍କା ବ୍ୟତୀତ ଆହୁରି ଅନେକ ଅଳଙ୍କାର ସମେତ ବହୁ ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟ ଜବତ କରାଯାଇଛି। ତାଙ୍କୁ ଗିରଫ କରି ଜେଲ ପଠାଯାଇଛି। ଭିଜିଲାନ୍ସ କଟକ ସର୍କଲ ଖଣି ଉପ ନିର୍ଦ୍ଦେଶକ ଥିଲେ ଦେବବ୍ରତ। ଘରେ ଟଙ୍କାର ପାହାଡ଼ ତିଆରି କରିଥିଲେ। ଭୁବନେଶ୍ୱର ପଟିଆସ୍ଥିତ ଫ୍ଲାଟ ଓ ଅଫିସରୁ ଏହି ସମସ୍ତ ଅର୍ଥ ଜବତ ହୋଇଛି। ଟ୍ରଲି ବ୍ୟାଗ୍ ଏବଂ ଆଲମିରା ଭିତରେ ଲୁଚାଇ ରଖାଯାଇଥିବା ୪ କୋଟିରୁ ଅଧିକ ଟଙ୍କା ମିଳିଛି। ତାଙ୍କ ଅଫିସ୍ ଡ୍ରୟାରରୁ ମଧ୍ୟ ୧କୋଟି ୨୦ ଲକ୍ଷ ଟଙ୍କା ମିଳିଛି।

ଭୁବନେଶ୍ୱର ପାହଳଠାରେ ଏକ ଦୁଇ ମହଲା କୋଠା ଏବଂ ପ୍ରାୟ ୧୩୦ ଗ୍ରାମର ସୁନା ଗହଣା ଠାବ ହୋଇଛି। ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ। ଭୁବନେଶ୍ୱରରେ ଥିବା ତାଙ୍କ ଫ୍ଲାଟ୍, ଭଦ୍ରକର ପୈତୃକ ଘର ଏବଂ କଟକ ଅଫିସରେ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା।