ଭୁବନେଶ୍ୱର:୨୨/୨- ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିର ସୁରକ୍ଷାକୁ ନିଶ୍ଚିତ କରିବାକୁ ଲୋକସେବା ଭବନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗତ ୧୯ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ପୂର୍ବରୁ ବିଭିନ୍ନ ସମୟରେ ଅନେକ ବାର ରାଜସ୍ୱ ମନ୍ତ୍ରୀ ଏବଂ ସଚିବ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏଥରର ଆଲୋଚନାର ପ୍ରେସ ବବୃତ୍ତି ବିଶେଷ ଗୁରୁତ୍ୱ ବହନ କରେ।





ଶ୍ରୀ ପାଢ଼ୀ କହିଛନ୍ତି, ‘ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆମ ଓଡ଼ିଆ ଜାତିର ଜମିଦାର।’ ଏହାକୁ କେହି ବି ଅସ୍ୱୀକାର କରି ପାରିବେ ନାହିଁ। ତେବେ ସରକାର କେଉଁ ସ୍ୱାର୍ଥ ହାସଲ ପାଇଁ ଏକ ଖତିୟାନରେ ଜମିଦାର ସ୍ଥାନରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମ କାଟି ଓଡ଼ିଶା ସରକାର ଉଲ୍ଲେଖ କରିବା ସହ ପ୍ରଜା ସ୍ଥାନରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ ଉଲ୍ଲେଖ କରିଛନ୍ତି।କେଉଁ ରାଜସ୍ୱ ଅଧିକାରୀ ଏଭଳି ଅକ୍ଷମଣୀୟ ଭୁଲ କରିଛନ୍ତି ତା ଉପରେ ତଦନ୍ତ ହେବା ଆବଶ୍ୟକ।