


ଭୁବନେଶ୍ୱର:୧୫/୧- ବିଧାୟକ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି ଦୁଇଜଣ ବିଧାୟକଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଲମ୍ବିତ କରିଛନ୍ତି। ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ହେଉଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଏବଂ ବିଧାୟକ ସନାତନ ମହାକୁଡ଼ ଚମ୍ପୁଆ ବିଧାୟକ।
ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ପ୍ରଥମ ଥର ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। ସନାତନ ମହାକୁଡ଼ ୨୦୧୯ରେ ଚମ୍ପୁଆ ଆସନରୁ ସ୍ୱାଧୀନ ଭାବେ ଓ ୨୦୨୪ରେ ବିଜେଡି ଟିକେଟରେ ନିର୍ବାଚିତ ହୋଇଥିଲେ। ଗତବର୍ଷ ବିଧାୟକ ଦଳ ବୈଠକରେ ଯୋଗ ଦେଇ ନ ଥିବାରୁ ସନାତନଙ୍କୁ ନବୀନ ତାଗିଦ କରିଥିଲେ।