ଭୁବନେଶ୍ୱର: ୧୪/୩-ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ନମୋ ଟ୍ରେନ ଚଳାଚଳ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। କଟକରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ କଟକ ମଧ୍ୟରେ ପ୍ରତି ଅଧ ଘଣ୍ଟାରେ ନମୋ ଟ୍ରେନ ଚଳାଚଳ କରିବ ବୋଲି ସେ କହିଛନ୍ତି। ଏହି ଟ୍ରେନ ଚଳାଚଳ ହେଲେ ଦୁଇ ସହର ମଧ୍ୟରେ ଦିନକୁ ଯାତାୟାତ କରୁଥିବା ହଜାର ହଜାର ଯାତ୍ରୀଙ୍କୁ ସୁବିଧା ମିଳିବ।
ମେଟ୍ରୋ ଟ୍ରେନ ନିର୍ମାଣରେ ଯେଉଁଠି ଗୋଟିଏ କିଲୋମିଟର ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ ସେଠାରେ ନମୋ ଟ୍ରେନ ପ୍ରକଳ୍ପରେ ପ୍ରାୟ ୩୦ କୋଟି ଟଙ୍କାରେ ଗୋଟିଏ କିଲୋମିଟର ହୋଇପାରିବ। ପ୍ରାୟ ୩୦ କିଲୋମିଟର ଦୂରତା ଥିବା ଭୁବନେଶ୍ୱର କଟକ ରୁଟରେ ଏହା ଚଳାଚଳ କଲେ କମ ଖର୍ଚ୍ଚରେ ଯାତାୟାତ ସୁବିଧା ମିଳିବ।