• About
  • Contact
Friday, April 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଆଗାମୀ ଦଶବର୍ଷ ହେବ ସଂକଳ୍ପର ଦଶକ- ମୁଖ୍ୟମନ୍ତ୍ରୀ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୧/୪-୧୯୩୬ ମସିହାରେ ଗଠିତ ଓଡ଼ିଶା ରାଜ୍ୟ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଏକ ନୂଆ ଦିଗ ଦେଖାଇଥିଲା ଏବଂ ପରବର୍ତ୍ତୀ ସମୟରେ ଦେଶର ଅନ୍ୟାନ୍ୟ ରାଜ୍ୟଗଠନ ପାଇଁ ପଥପ୍ରଦର୍ଶକ ହୋଇଥିଲା ବୋଲି ୯୧ତମ ଓଡ଼ିଶା ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟ ଓ ବିଶ୍ୱର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ସମସ୍ତ ଓଡ଼ିଆଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ଓଡ଼ିଶାର ଗୌରବମୟ ଇତିହାସ, ଅସ୍ମିତା ଓ ସଂକଳ୍ପକୁ ସ୍ମରଣ କରି କହିଛନ୍ତି।

ସେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ତ୍ୟାଗ ଓ ସଂଗ୍ରାମକୁ ସ୍ମରଣ କରି ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସ, ପାଇକ ବିଦ୍ରୋହ ଓ ଭାଷା ଆଧାରିତ ଆନ୍ଦୋଳନର ଗୌରବକୁ ଉଲ୍ଲେଖ କରି କହିଥିଲେ ଯେ ଓଡ଼ିଆ ଭାଷା ଓ ସଂସ୍କୃତି ହିଁ ରାଜ୍ୟ ଗଠନର ପ୍ରମୁଖ ଶକ୍ତି। ସେ ଓଡ଼ିଆ ଜାତିର ସ୍ୱାଭିମାନ ଓ ଏକତାକୁ ବଜାୟ ରଖି ଆଗକୁ ବଢିବାକୁ ଆହ୍ୱାନ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀଙ୍କ ଠାରୁ ଆସିଥିବା ଚିଠିକୁ ପଢ଼ି କୃତଜ୍ଞତା ଜଣାଇବା ସହିତ ଓଡ଼ିଶା ପୋଲିସଙ୍କୁ ମିଳିଥିବା ‘ରାଷ୍ଟ୍ରପତି ପୋଲିସ୍ କଲର୍ସ’ ସମ୍ମାନକୁ ରାଜ୍ୟ ପାଇଁ ଗର୍ବର ବିଷୟ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୩୬ରେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବା ସମୟରେ ରାଜ୍ୟକୁ ସମୃଦ୍ଧ ଓ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଆମ ସରକାର ଦୃଢ଼ ସଂକଳ୍ପବଦ୍ଧ। ୨୦୩୬ ସୁଦ୍ଧା ଅର୍ଥନୀତିକୁ ୫୦୦ ବିଲିଅନ ଡଲାର ଏବଂ ୨୦୪୭ ସୁଦ୍ଧା ୧୫୦୦ ବିଲିଅନ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ରହିଛି। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଆଜି ପ୍ରତ୍ୟେକ ଓଡ଼ିଆ ସମର୍ପିତ ମନୋଭାବ ନେଇ ଆଗକୁ ବଢ଼ୁଛନ୍ତି। ମହିଳା, କୃଷକ, ଆଦିବାସୀ ଓ ଗରିବ ଲୋକଙ୍କ ସଶକ୍ତିକରଣ ସରକାରଙ୍କ ପ୍ରାଥମିକତା। ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନେ ଆର୍ôଥକ ସହାୟତା ପାଉଥିବା ସହ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବ। କୃଷକମାନଙ୍କ ପାଇଁ ଧାନର ନ୍ୟାୟସଙ୍ଗତ ମୂଲ୍ୟ, ରିଭଲଭିଙ୍ଗ ପାଣ୍ଠି ଓ ଆଧୁନିକ ଗୋଦାମ ନିର୍ମାଣ ଭଳି ଅନେକ ପଦକ୍ଷେପ ନିଆଯାଇଛି। ରାଜ୍ୟରେ ସଡକ, ରେଳ, ବିମାନ ଓ ଅନ୍ୟାନ୍ୟ ଭିତ୍ତିଭୂମିର ବ୍ୟାପକ ବିକାଶ ଚାଲିଥିବା ସହ ଭୁବନେଶ୍ୱରକୁ ଆଧୁନିକ ଫାଇନାନ୍ସିଆଲ ଓ ଟେକ୍ ହବ୍ ଭାବେ ଗଢ଼ି ତୋଳିବା ଉଦ୍ୟମ ଚାଲିଛି। ପୁରୀରୁ ପାରାଦୀପ ପର୍ଯ୍ୟନ୍ତ ଅଞ୍ଚଳକୁ ଅର୍ଥନୈତିକ କେନ୍ଦ୍ର ଭାବେ ବିକଶିତ କରିବା ଓ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି।


ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନୂଆ ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ ସ୍ଥାପନ ଓ ଡାକ୍ତର ନିଯୁକ୍ତି ଉଦ୍ୟମ ସହ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ ରାଜ୍ୟବାସୀ ଉପକୃତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ସେହିପରି ଶିଳ୍ପ ନିବେଶ ଓ ସରକାରୀ ନିଯୁକ୍ତି ମାଧ୍ୟମରେ ରୋଜଗାର ସୃଷ୍ଟିରେ ରାଜ୍ୟ ଆଗୁଆ ଅଛି ବୋଲି ଉଲ୍ଲେଖ କରିଥିଲେ। ବିକାଶ ସହିତ ଓଡ଼ିଆ ଅସ୍ମିତାକୁ ସୁରକ୍ଷିତ ରଖିବାର ଆବଶ୍ୟକତା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଆଗାମୀ ୧୦ ବର୍ଷକୁ ସଂକଳ୍ପର ଦଶକ ଭାବେ ଚିହ୍ନଟ କରି ସମସ୍ତଙ୍କୁ ସମୃଦ୍ଧ ଓଡ଼ିଶା ଗଠନରେ ସାମିଲ ହେବାକୁ ଆହ୍ୱାନ କରିଥିଲେ।

ଏହି ସମାରୋହରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ କରାଯାଇଥିଲା। ଏଥି ସହିତ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ଅପ୍ରେଲ ମାସର ସଂସ୍କରଣ ଉନ୍ମୋଚନ ହେବା ସହିତ ପ୍ରଗତି ପ୍ରବାହର ଚତୁର୍ଥ ସଂସ୍କରଣ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ରାଜ୍ୟସ୍ତରରେ ଅନୁଷ୍ଠିତ ହୋଇଥିବା ବକୃତା ପ୍ରତିଯୋଗିତାରେ ସଫଳ ହୋଇଥିବା କୃତି ଛାତ୍ରଛାତ୍ରୀଙ୍କୁ ଅର୍ଥ ରାଶି ସହ ମାନପତ୍ର ଓ ରେଡକ୍ରସ ପକ୍ଷରୁ ୮ ଜଣଙ୍କୁ ୨୫,୦୦୦ ଟଙ୍କା ଅର୍ଥ ରାଶି ଦେଇ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମାରୋହକୁ ସମାପ୍ତ କରାଯାଇଥିଲା।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ଜନଗଣନା-୨୦୨୭

by ସଂକ୍ଷିପ୍ତ ଖବର
April 2, 2026

ଘର ତାଲିକା ପ୍ରସ୍ତୁତି ଏବଂ ଗୃହ ଗଣନା ସହିତ ବିଶ୍ୱର ସବୁଠୁ ବଡ଼ ଜନଗଣନା ଅଭିଯାନ ଆରମ୍ଭ   ଭୁବନେଶ୍ୱର:୨/୪-ପ୍ରଥମ ଥର ପାଇଁ ଡିଜିଟାଲ ତଥ୍ୟ ସଂଗ୍ରହ...

Read more

ଭୁବନେଶ୍ୱରରେ ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍‍ଘାଟିତ

April 1, 2026

ବିରୋଧୀଙ୍କ କକ୍ଷତ୍ୟାଗ ଭିତରେ ବ୍ୟୟମଞ୍ଜୁରୀ ବିଲ-୨୦୨୬ ପାରିତ

April 1, 2026

କ୍ଷତିରେ ଚାଲିଛି ୮ଟି ସରକାରୀ ସଂସ୍ଥା

April 1, 2026

ଟିଟିଲାଗଡ ବିଧାୟକଙ୍କ ଉନ୍ମତ କାଣ୍ଡ

March 31, 2026

କ୍ରସ ଭୋଟିଂ ନ କରିବାରୁ ବିଧାୟିକାଙ୍କୁ ପୋଲିସ ଦ୍ୱାରା ନିର୍ଯ୍ୟାତନା: ବିଜେଡି

March 31, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com