• About
  • Contact
Thursday, February 19, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

୧୬ରେ ରାଜ୍ୟସଭା ନିର୍ବାଚନ

Share on FacebookShare on TwitterShare on Whatsapp

ଚତୁର୍ଥ ଆସନ ପାଇଁ କସରତ

ଭୁବନେଶ୍ୱର: ୧୮/୨-ଓଡ଼ିଶାର ୪ଟି ଆସନ ସମେତ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ତାରିଖରେ ରାଜ୍ୟସଭା ନିର୍ବାଚନ ହେବ। ନିର୍ବାଚନ କମିଶନଙ୍କ ପକ୍ଷରୁ ବୁଧବାର ବିଧିବଦ୍ଧ କାର୍ଯ୍ୟସୂଚୀ ଜାରି ହୋଇଛି। ରାଜ୍ୟସଭା ନିର୍ବାଚନକୁ ନେଇ ରାଜ୍ୟରେ ପ୍ରମୁଖ ତିନିଟି ରାଜନୈତିକ ଦଳ ପକ୍ଷରୁ ସଜବାଜ ଆରମ୍ଭ ହୋଇଛି। ଓଡ଼ିଶା ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେପିକୁ ଦୁଇଟି ଓ ବିଜେଡିକୁ ଗୋଟିଏ ଆସନ ଯିବା ନିଶ୍ଚିତ। ତେବେ ଆବଶ୍ୟକ ସଂଖ୍ୟା ନଥାଇ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଦେବ କହି ୪ର୍ଥ ଆସନ ପାଇଁ ରାଜନୈତିକ ଚର୍ଚ୍ଚାକୁ ଜୋରଦାର କରିଛି। ଚତୁର୍ଥ ଆସନ ପାଇଁ କୌଣସି ଦଳର ସଂଖ୍ୟା ନ ଥିôା ବେଳେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ କସରତ।
ନିର୍ବାଚନ ପ୍ରକ୍ରିୟାରେ ପାରଦର୍ଶିତା ରଖିବା ପାଇଁ କେବଳ ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ପ୍ରଦତ୍ତ ବାଇଗଣି ରଙ୍ଗର ସ୍କେଚ ପେନ୍ ଉପଯୋଗ କରିବାକୁ ବିଧାୟକମାନଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟ କୌଣସି ପେନ ବ୍ୟବହାର କଲେ ଭୋଟ ନାକଚ ହୋଇଯିବ ବୋଲି କମିଶନ କହିଛନ୍ତି। ରାଜ୍ୟସଭା ସାଂସଦ ବିଜେଡିର ମୁନ୍ନା ଖାନ ଓ ନିରଞ୍ଜନ ବିଶି ଏବଂ ବିଜେପିର ସୁଜିତ କୁମାର ଓ ମମତା ମହନ୍ତଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୨ତାରିଖରେ ଶେଷ ହେଉଛି। ଏହି ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ନିମନ୍ତେ ଆସନ୍ତା ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୫ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବାବେଳେ ମାର୍ଚ୍ଚ ୯ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା ହେବ। ମାର୍ଚ୍ଚ ୨୦ତାରିଖ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଓଡ଼ିଶା ବିଧାନସଭାରେ ୧୪୭ଟି ଆସନ ରହିଛି ଓ ରାଜ୍ୟସଭା ନିର୍ବାଚନ (ସିଙ୍ଗଲ ଟ୍ରାନ୍ସଫରେବୁଲ ଭୋଟ) ବ୍ୟବସ୍ଥାରେ ଅନୁଷ୍ଠିତ ହୋଇଥାଏ ।ଏହି ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ପ୍ରଥମ ପସନ୍ଦର ଭୋଟ ପାଇବା ଆବଶ୍ୟକ ହୋଇଥାଏ। ରାଜ୍ୟସଭା ନିର୍ବାଚନ ସୂତ୍ର ଅନୁସାରେ ପ୍ରତ୍ୟେକ ବିଧାୟକଙ୍କ ଭୋଟ ମୂଲ୍ୟ ହେଉଛି ୧୦୦। ଓଡ଼ିଶାରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ପ୍ରଥମ ପସନ୍ଦର ନମ୍ବର ହେଉଛି ୩୦ ଅର୍ଥାତ ୩୦ଜଣ ବିଧାୟକ ସମର୍ଥନ ଦେବା ଆବଶ୍ୟକ। ଏହି ସଂଖ୍ୟାକୁ ନେଇ ଏବେ ସବୁ ଦଳ ଆକଳନ ଆରମ୍ଭ କରିଦେଇଛନ୍ତି।

ସଂପ୍ରତି ବିଧାନସଭାରେ ବିଜେପି ନିକଟରେ ୩ଜଣ ସ୍ୱାଧୀନ ସମର୍ôଥତ ବିଧାୟକଙ୍କ ସହ ୮୨ଜଣ ବିଧାୟକ ଅଛନ୍ତି। ଦୁଇଟି ଆସନ ଜିତିବା ପାଇଁ ୬୦ ବିଧାୟକଙ୍କ ସମର୍ଥନ ପରେ ବିଜେପି ହାତରେ ଆଉ ୨୨ଜଣ ବିଧାୟକଙ୍କ ଭୋଟ ରହିବ। ସେହିପରି ବିଜେଡିର ୨ ଜଣ ନିଲମ୍ବିତ ବିଧାୟକଙ୍କୁ ବାଦ ଦେଇ ୪୮ ଜଣ ବିଧାୟକ ଅଛନ୍ତି। ଗୋଟିଏ ଆସନ ପାଇଁ ବିଧାୟକ ଭୋଟ ଦେବାପରେ ଦଳପାଖରେ ୧୮ଜଣ ବିଧାୟକଙ୍କ ଭୋଟ ରହିବ। ସେହିପରି କଂଗ୍ରେସର ୧୪ ବିଧାୟକ ଓ ସହଯୋଗୀ ସିପିଆଇର ଜଣେ ମୋଟ ୧୫ଜଣ ବିଧାୟକ ଅଛନ୍ତି। ଚତୁର୍ଥ ଆସନ ପାଇଁ ବିଜେପିକୁ ୮, ବିଜେଡିକୁ ୧୨ ଓ କଂଗ୍ରେସକୁ ୧୫ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏବେ ଚତୁର୍ଥ ଆସନ ଆସଲ କରିବାକୁ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ସମର୍ଥନ ଯୋଗାଡ଼ ନେଇ ନିଜ ନିଜ ରଣନୀତି ଚଳାଇଛନ୍ତି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ବିକାଶର ଇଞ୍ଜିନ ହେବ ଓଡ଼ିଶା-ରାଜ୍ୟପାଳ

by ସଂକ୍ଷିପ୍ତ ଖବର
February 19, 2026

ଭୁବନେଶ୍ୱର:୧୮/୨-ବିକାଶର ଇଞ୍ଜିନ ହେବ ଓଡ଼ିଶା। ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ। ଏହି ସମୟ ସୁଦ୍ଧା...

Read more

ଶୃଙ୍ଖଳିତ ରଥଯାତ୍ରା ନେଇ ମାଷ୍ଟର ପ୍ଲାନ ପ୍ରସ୍ତୁତ

February 19, 2026

ମହା ଶିବରାତ୍ରୀ ଉତ୍ସବ

February 16, 2026

ଖୁବ୍ ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି

February 16, 2026

ଅରବିନ୍ଦ ବାବୁ ବିଜ୍ଞପ୍ତି ପ୍ରକାଶ କଲେ ଠିକ୍‍ ଭୁଲ ତର୍ଜମା ହେଲାନି, ୧୪ବର୍ଷ ହେଲା ଦୁର୍ଦ୍ଦଶା ଭୋଗୁଛନ୍ତି ୩୬ଟି ଗ୍ରାମର ଜନସାଧାରଣ

February 16, 2026

ରାଜ୍ୟରେ ଆରମ୍ଭ ହେଲା ଅପରେସନ ସାଇବର କବଚ

February 15, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com