ଭୁବନେଶ୍ୱର:୧୪/୩-ଅଲ ଓମେନ୍ସ ଆଡଭୋକେଟ ଫୋରମ ଓ ଆଖିଲ ଭାରତୀୟ ସଂୟୁକ୍ତ ଅଧିବକ୍ତା ମଞ୍ଚ ମିଳିତ ଅନୁକୂଳରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଫୋରମର ଅଧକ୍ଷା ଆଇନଜୀବୀ ହରପ୍ରିୟା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଇକୋର୍ଟ ବିଚାରପତି ଶଶିକାନ୍ତ ମିଶ୍ର ଯୋଗଦେଇ କହିଥିଲେ ଯେ ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ ମହିଳା ଅଧିକ ଉପଯୁକ୍ତ ଓ ସକ୍ଷମ। ଏହା ଦ୍ୱାରା ମହିଳାମାନେ ନ୍ୟାୟ ପାଇ ପାରିବେ। ମୁଖ୍ୟବକ୍ତା ରାଜ୍ୟ ଆଇନଜୀବୀ ପରିଷଦର ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ୱିବେଦୀ କହିଥିଲେ, ମଧୁବାବୁଙ୍କ ଯୋଗୁଁ ମହିଳାମାନେ ଓକିଲାତି ଆରମ୍ଭ କରିଥିଲେ। ମହିଳା ଓକିଲଙ୍କ ନିର୍ବାଚନରେ ସଂରକ୍ଷଣ ପାଇଁ ଅଲ ଓମେନ୍ସ ଆଡଭୋକେଟ ଫୋରମ ପକ୍ଷରୁ ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷଙ୍କୁ ଦାବି କରାଯାଇଥିଲା। ସର୍ବଭାରତୀୟ ସଂଘ ମାଧ୍ୟମରେ ସୁପ୍ରିମକୋର୍ଟରେ ଏହି ଦାବି ଉପସ୍ଥାପନ କରାଯାଇଛି। ଯାହା ଫଳରେ ସଂରକ୍ଷଣ ଫଳପ୍ରଦ ହେବାକୁ ଯାଉଛି। ସମ୍ମାନିତ ଅତିଥି ଭାବେ ଧରିତ୍ରୀ ପଟ୍ଟନାୟକ ଯୋଗଦେଇ ମହିଳାଙ୍କ ଉନ୍ନତି ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ସ୍ୱର୍ଗତ ଶାନ୍ତିପ୍ରିୟା ପଟ୍ଟନାୟକଙ୍କ ସ୍ମୃତିରେ ମହିଳା ଆଇନଜୀବୀ ଛାୟା ମିଶ୍ର, ଦିପ୍ତୀରେଖା ନନ୍ଦ, ପ୍ର୍ରତିଭା ଦାଶ, ରୂତୁପୂର୍ଣ୍ଣା ମହାନ୍ତି, ଶ୍ୱେତା ଶର୍ମା, ଭୋପାଲ ସାସଂଦ ଅନିତା ସିଂଙ୍କୁ ସମାଜସେବୀ ମୃତ୍ୟୁଞ୍ଜୟ ମିଶ୍ର, ସଂଗୀତ ନିର୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ, କଣ୍ଠଶିଳ୍ପୀ ଉମେଶ ଚନ୍ଦ୍ର ଦାସ ଓ ଆଇନଜୀବୀ ଲିଙ୍ଗରାଜ ସାହୁଙ୍କୁ ଅଟଳ କର୍ମବୀର ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି ଜଗତଜିତା ନାରୀ ଭାବେ ତୃପ୍ତୀ ପତି, ଗୀତା ମଞ୍ଜରୀ ବେହେରା, ମମତା ମହାନ୍ତି, ସ୍ୱୟଂପ୍ରଭା ମହାନ୍ତି, ସ୍ୱାଗତିକା ସାମଲ, ସସ୍ମିତା ମହାନ୍ତି, ଜ୍ରୋତିର୍ମୟୀ ପଣ୍ଡା, ଗୀତାଞ୍ଜଳି ମହାପାତ୍ରଙ୍କୁ ସମ୍ମାନିତ କରାଯିବା ସହ ୧୬ଜଣଙ୍କୁ ୟୁଥ ଆଚିଭର ଭାବେ ଓ ମହିଳା ଆଇନଜୀବୀଙ୍କୁ ସମ୍ବାର୍ଦ୍ଧନା ଦିଆ ଯାଇଥିଲା।
ଏଥିରେ ଅଙ୍କିତା ସଂଯୋଜନା କରିଥିବା ବେଳେ ବିଷ୍ଣୁପ୍ରିୟା ପୃଷ୍ଟି ଧନ୍ୟବାଦ ପ୍ରଦାନ କରିଥିଲେ। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ରଞ୍ଜନ ପଟ୍ଟନାୟକ, ସନ୍ତୋଷ ଚୌଧୁରୀ, ଭୁବନେଶ୍ୱର ଓକିଲ ସଙ୍ଘ ଯୁଗ୍ମ ସମ୍ପାଦକ ରଶ୍ମୀ ରଞ୍ଜନ ମହାନ୍ତିଙ୍କ ସମେତ ବହୁତ ଆଇନଜୀବୀ ସାମିଲ ହୋଇଥିଲେ । ଏହି ଅବସରରେ କୁନି ପିଲାଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା।