• About
  • Contact
Tuesday, May 5, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଓଡ଼ିଶାକୁ ‘ନଲେଜ କ୍ୟାପିଟାଲ’ ଭାବେ ଗଢ଼ିବା ପାଇଁ ଜାତୀୟସ୍ତରୀୟ କର୍ମଶାଳା

Share on FacebookShare on TwitterShare on Whatsapp

ଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ଆମ ସରକାରଙ୍କ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:୪/୫- ଜାତୀୟ ଶିକ୍ଷା ନୀତି -୨୦୨୦ର କାର୍ଯ୍ୟାନ୍ୱୟନ ନେଇ ସ୍ଥାନୀୟ କନଭେନସନ ସେଣ୍ଟର ଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଶୈକ୍ଷିକ ପରିବେଶରେ ଏକ ‘ବୈପ୍ଲବିକ ପରିବର୍ତ୍ତନ’ର ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଭାରତର ‘ଜ୍ଞାନର ପେଣ୍ଠସ୍ଥଳୀ’ ଭାବେ ଗଢ଼ିତୋଳିବାକୁ ଏକ ଦୂରଦର୍ଶୀ ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବହୁ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଥିବା ଜଡ଼ତାକୁ ଦୂର କରିବା ଆମ ସରକାରଙ୍କ ପ୍ରାଥମିକତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ପ୍ରଣୀତ ଏହି ଶିକ୍ଷା ନୀତି କେବଳ ଏକ ସରକାରୀ ଦସ୍ତାବିଜ ନୁହେଁ ବରଂ ଏହା ଭାରତକୁ ବିଶ୍ୱର ‘ନଲେଜ କ୍ୟାପିଟାଲ’ ଭାବେ ପ୍ରତିଷ୍ଠିତ କରିବାର ଏକ ମହତ ମିଶନ। ଶିକ୍ଷାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ଭାବେ ଦର୍ଶାଇ ଚଳିତ ୨୦୨୫-୨୬ ଆର୍ôଥକ ବର୍ଷରେ ଶିକ୍ଷାକ୍ଷେତ୍ର ପାଇଁ ୪୧,୨୭୩ କୋଟି ଟଙ୍କାର ଏକ ବିଶାଳ ପାଣ୍ଠି ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ମତରେ, ଏହି ପୁଞ୍ଜି ବିନିଯୋଗ ଓଡ଼ିଶାର ଯୁବପିଢ଼ିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏକ ମଜବୁତ ମୂଳଦୁଆ ସଦୃଶ ହେବ। ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟର ଶିକ୍ଷା ଭିତ୍ତିଭୂମିକୁ ବିଶ୍ୱସ୍ତରୀୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।


ଗ୍ରାମାଞ୍ଚଳ ଓ ସହର ମଧ୍ୟରେ ଥିବା ଶୈକ୍ଷିକ ପାର୍ଥକ୍ୟକୁ ଦୂର କରିବା ପାଇଁ ସରକାର ‘ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ପାଇଁ ୧୨,୦୦୦ କୋଟି ଟଙ୍କା ବ୍ୟୟ କରାଯାଉଥିବା ବେଳେ ରାଜ୍ୟର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହି ବିଦ୍ୟାଳୟଗୁଡ଼ିକରେ ସହରାଞ୍ଚଳ ଭଳି ଉନ୍ନତ ଶ୍ରେଣୀଗୃହ, ବିଜ୍ଞାନାଗାର ଓ ଉନ୍ନତ କ୍ରୀଡ଼ା ସୁବିଧା ଉପଲବ୍ଧ ହେବ, ଯାହା ଗାଁର ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଜ ଅଞ୍ଚଳରେ ହିଁ ଗୁଣାତ୍ମକ ଶିକ୍ଷା ପାଇବାରେ ସହାୟକ ହେବ। ସରକାରଙ୍କର ଏହି ପଦକ୍ଷେପ ଗ୍ରାମାଞ୍ଚଳ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।
ସାମାଜିକ ନ୍ୟାୟ ଏବଂ ସମାନତାକୁ ଗୁରୁତ୍ୱ ଦେଇ ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ଉଚ୍ଚଶିକ୍ଷା ନିମନ୍ତେ ଏସିବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି। ଏହା ବ୍ୟତୀତ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଠପଢ଼ା ଛାଡ଼ିବା ହାର ବା ‘ଡ୍ରପ-ଆଉଟ’ ରୋକିବା ପାଇଁ ‘ଶହୀଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା’ ମାଧ୍ୟମରେ ସିଧାସଳଖ ଆର୍ôଥକ ସହାୟତା ପ୍ରଦାନ କରାଯାଉଛି। ଏହି ସାମାଜିକ ସଂସ୍କାର ମୂଳକ ପଦକ୍ଷେପ ସମାଜର ଶେଷ ଧାଡ଼ିରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ଅନ୍ୟପଟେ ଓଡ଼ିଆ ଅସ୍ମିତାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ଏବଂ ମାତୃଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଅଭିନବ ପ୍ରୟାସ କରିଛନ୍ତି। ବୈଷୟିକ ଏବଂ ଉଚ୍ଚଶିକ୍ଷା ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଚଳନ କରିବା ପାଇଁ ରାଜ୍ୟ ସରକାର ଇଗ୍ନୋ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ଭାଷାଗତ ପ୍ରତିବନ୍ଧକ ଦୂର ହେବା ସହ ଛାତ୍ରଛାତ୍ରୀମାନେ ନିଜ ମାତୃଭାଷାରେ ଜଟିଳ ବିଷୟଗୁଡ଼ିକୁ ସହଜରେ ବୁଝିପାରିବେ। ଏହି ସମସ୍ତ ପଦକ୍ଷେପ ଓଡ଼ିଶାକୁ ଆଗାମୀ ଦିନରେ ଦେଶର ଶ୍ରେଷ୍ଠ ‘ଜ୍ଞାନ ଭିତ୍ତିକ ସମାଜ’ ଭାବେ ଗଢ଼ିତୋଳିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ଉଚ୍ଚ ପ୍ରଶଂସା କରି କହିଛନ୍ତି ଯେ, ସମଗ୍ର ଭାରତ ବର୍ଷରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ସଂସ୍କୃତି ଓ ଶିକ୍ଷାର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ। ଆଦିକବି ସାରଳା ଦାସ, ବ୍ୟାସକବି ଫକୀରମୋହନ ଓ ସନ୍ଥକବି ଭୀମ ଭୋଇଙ୍କ ଭଳି ମହାପୁରୁଷଙ୍କ ଦର୍ଶନ ଓଡ଼ିଶାକୁ ଏକ ସଭ୍ୟ ସମାଜ ଭାବେ ବିଶ୍ୱ ଦରବାରରେ ପରିଚିତ କରିଛି। ଓଡ଼ିଶାର ପ୍ରାୟ ୭୦ ପ୍ରତିଶତ ଜନସଂଖ୍ୟା ୪୪ ବର୍ଷ ବୟସ ମଧ୍ୟରେ, ଯାହା ନବସୃଜନଙ୍କ ପାଇଁ ଏକ ବିରାଟ ସୁଯୋଗ। ଶିକ୍ଷା ଏବେ କେବଳ ଡିଗ୍ରୀ ମଧ୍ୟରେ ସୀମିତ ନାହିଁ, ବରଂ ଏହା ଦକ୍ଷତା ବୃଦ୍ଧିର ମାଧ୍ୟମ ପାଲଟିଛି।
ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ନେଇ ଏକ ନୂତନ ଦିଗଦର୍ଶନ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୁବପିଢ଼ି ଓ ଛାତ୍ରୀମାନଙ୍କ ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଇଣ୍ଟର୍ନସିପ ନିର୍ଦ୍ଦେଶିକା ପୁସ୍ତକ ଉନ୍ମୋଚନ କରିବା ସହ ‘ଶକ୍ତିଶ୍ରୀ’ ମୋବାଇଲ୍ ଆପର ଉଦ୍‌ଘାଟନ କରିଛନ୍ତି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

କନ୍ୟା ବିବାହ ଯୋଜନାରେ ଏକହଜାର ଦମ୍ପତ୍ତି ବିବାହ ବନ୍ଧନରେ ଆବଦ୍ଧ

by ସଂକ୍ଷିପ୍ତ ଖବର
April 22, 2026

ଭୁବନେଶ୍ୱର: ୨୧/୪-ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅନ୍ତର୍ଗତ ଓଡ଼ିଶାର ୨୭ଟି ଜିଲ୍ଲାରେ ଗୋଟିଏ ଦିନରେ ପ୍ରାୟ ଏକହଜାର ଦମ୍ପତ୍ତିଙ୍କର ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି। ଏହି ଅବସରରେ...

Read more

ଅକ୍ଷିମୁଠି ଅନୁକୂଳ କରି ଚାଷୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

April 20, 2026

ହର୍ଷିତାଙ୍କୁ ମନୀଷ ସ୍ମାରକୀ ‘ନିର୍ଭୟ’ ଯୁବ ପୁରସ୍କାର

April 20, 2026

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

April 17, 2026

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com