• About
  • Contact
Sunday, June 8, 2025
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Politics

ବିଜେପିକୁ ଯିବେ ଅମର ଶତପଥୀ!

ବିଜେପିକୁ ଯିବେ ଅମର ଶତପଥୀ!
Share on FacebookShare on TwitterShare on Whatsapp
ରବିପ୍ରିୟ ଦାଶ, ଭୁବନେଶ୍ୱର ୧୯ ଅକ୍ଟୋବର ୨୦୨୪

ରାଜ୍ୟର ଅନ୍ୟତମ ବରିଷ୍ଠ ରାଜନେତା ତଥା ୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତଥୀ ବିଜୁ ଜନତା ଦଳରୁ ସମ୍ପର୍କ ଛିନ୍ନ କରିଛନ୍ତି । ଦଳରୁ ଇସ୍ତଫା ଦେଇନଥିଲେ ମଧ୍ୟ ଦଳର ସଭ୍ୟପଦ ନବୀକରଣରୁ ଦୂରେଇ ରହିଛନ୍ତି । ନିଜ ସଦସ୍ୟ ଦ ନବୀକରଣ କରିନାହାନ୍ତି । ଶ୍ରୀ ଶତଥୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଦଳ ତା’ର ମୁଖ୍ୟ ଉଦ୍ଦେଶ୍ୟ ଓ ଲକ୍ଷରୁ କକ୍ଷଚ୍ୟୁତ ହୋଇଥିବାରୁ ସେ ବିଜେଡିରେ ଅଣନିଃଶ୍ୱାସୀ ହୋଇପଡ଼ିଛନ୍ତି।

ଶ୍ରୀ ଶତପଥୀ ବଡ଼ଚଣା ବିଧାନସଭା ଆସନରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଦୁଇଥର ଜନତା ଦଳ, ଥରେ ଏନସିପି ଏବଂ ତିନିଥର ବିଜେଡି ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟ ଲାଭ କରିଥିଲେ । ଗତ ନିର୍ବାଚନରେ ବିଜେଡି ତାଙ୍କୁ ଦଳୀୟ ପ୍ରାର୍ଥୀ କରିନଥିଲା । ବଡ଼ଚଣା ଆସନରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏଥିରେ ଶ୍ରୀ ଶତଥୀ କ୍ଷୁବ୍ଧ ଥିଲେ । ଏବେ ବିଜେଡି ସୁପ୍ରିମୋ ଏବଂ ଦଳ ବିରୋଧରେ ସେ ମୁହଁ ଖୋଲିଛନ୍ତି । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅମର ବିଜେପିକୁ ଯିବା ନେଇ ଆଲୋଚନା ବଢ଼ିବାରେ ଲାଗିଛି । କିଛିଦିନ ହେଲା ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ସମ୍ପର୍କରେ ସେ ଦଳର କାର୍ଯ୍ୟଶୈଳୀକୁ ନେଇ ମନ୍ତବ୍ୟ ଦେଇ ଆସୁଛନ୍ତି । ଦଳ ସଭାପତିଙ୍କ ନବୀନ ପଟ୍ଟନାୟକଙ୍କୁ ସେ ସମାଲୋଚନା କରିବାକୁ ପଛେଇ ନାହାନ୍ତି । ଦଳ ପରାଜୟର ଦାୟିତ୍ୱ ନୀବନବାବୁ ଗ୍ରହଣ କରିବା ଉପରେ ସେ ତାଙ୍କ ମତ ରଖିଛନ୍ତି । ନବୀନଙ୍କୁ ସ୍ପଷ୍ଟୀକରଣ ମାଗିବା ପରିପ୍ରେକ୍ଷୀରେ ସେ କହିଛନ୍ତି, ନବୀନ ଏବେ ଦଳ ଚଳାଉଛନ୍ତି ନା ଅନ୍ୟ କାହାକୁ ଦେଇଛନ୍ତି ତାହା ପ୍ରକାଶ କରିବା ଉଚିତ ।
ଅମର ବିଜେପିରେ ଯୋଗଦେବେ କି ପ୍ରଶ୍ନର ଉତ୍ତରରେ କହିଛନ୍ତି, ନିର୍ବାଚନ ସମୟରେ ବିଜେଡି ତାଙ୍କୁ ଟିକଟ ନଦେବାରୁ ବିଜେପି ଓ ଅନ୍ୟ ରାଜନୈତିକ ଦଳ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି । ସମର୍ଥକଙ୍କ ସହ ଆଲୋଚନା କରି ସେ ଯାହା କିଛି ନିଷ୍ପତ୍ତି ନେବେ ।

ବିଜେଡି କ୍ଷରୁ ଲେନିନ ମହାନ୍ତି ଶ୍ରୀ ଶତଥୀଙ୍କ ମନ୍ତବ୍ୟର ପ୍ରତିକ୍ରିୟା ରଖିଥିବା ବେଳେ ଅମର ପୁଣି କହିଛନ୍ତି, ଆଗକୁ ଅନେକ ଘଟଣା ଘଟିବାକୁ ଯାଉଛି । ତାଙ୍କ ମନ୍ତବ୍ୟକୁ ଅନେକ ବିଜେଡି ନେତା ସମର୍ଥନ କରୁଛନ୍ତି ।
ଏବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି । ପାଣ୍ଡିଆନଙ୍କ ପାଇଁ ବିଜେଡିର ଲୋକପ୍ରିୟ ସରକାର ଚାଲିଗଲା ବୋଲି ପ୍ରକାଶ କରି ଯେ ପର୍ଯ୍ୟନ୍ତ ପାଣ୍ଡିଆନ ଥିବେ ସେ ପର୍ଯ୍ୟନ୍ତ ବିଜେଡି ଆଉ ସରକାରକୁ ଆସିବନି ବୋଲି କହିଛନ୍ତି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ଉପ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଜାଳିଦେଲେ ବିଜୁଙ୍କ ପ୍ରତିମୂର୍ତ୍ତି

by ସଂକ୍ଷିପ୍ତ ଖବର
April 15, 2025

ଭୁବନେଶ୍ୱର:15/4- ଜନନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତିକୁ କେହି ଦୁବୃର୍ତ୍ତ ନିଆଁ ଲଗାଇ ଜାଳି ଦେଇଛି। ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସର ଦୁଇ ଦିନ...

Read more

ବିଜୁ ଜନତା ଦଳର ୧୮ ଟି ସାଙ୍ଗଠନିକ ଜିଲାରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଜିଲା ସଭାପତି

April 15, 2025
ବିଧାନସଭା ଚଳାଇ ନ ଦେବାକୁ ଦିଲ୍ଲୀରୁ କଂଗ୍ରେସର ନିର୍ଦ୍ଦେଶ ଆସିଛି : ଆଇନମନ୍ତ୍ରୀ

ବିଧାନସଭା ଚଳାଇ ନ ଦେବାକୁ ଦିଲ୍ଲୀରୁ କଂଗ୍ରେସର ନିର୍ଦ୍ଦେଶ ଆସିଛି : ଆଇନମନ୍ତ୍ରୀ

March 27, 2025
ବିଧାନସଭାରେ ଘଟିଥିବା ଘଟଣା ଉପରେ ବାଚସ୍ପତିଙ୍କ ବିବୃତି

ବିଧାନସଭାରେ ଘଟିଥିବା ଘଟଣା ଉପରେ ବାଚସ୍ପତିଙ୍କ ବିବୃତି

March 26, 2025

ବିଜୁବାବୁଙ୍କ ଅସ୍ଥି ବିସର୍ଜନକୁ ନେଇ ରାଜନୈତିକ ଚର୍ଚ୍ଚା

March 10, 2025

ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ

March 5, 2025

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com