• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ବିଧାନସଭା ଚଳାଇ ନ ଦେବାକୁ ଦିଲ୍ଲୀରୁ କଂଗ୍ରେସର ନିର୍ଦ୍ଦେଶ ଆସିଛି : ଆଇନମନ୍ତ୍ରୀ

ବିଧାନସଭା ଚଳାଇ ନ ଦେବାକୁ ଦିଲ୍ଲୀରୁ କଂଗ୍ରେସର ନିର୍ଦ୍ଦେଶ ଆସିଛି : ଆଇନମନ୍ତ୍ରୀ
Share on FacebookShare on TwitterShare on Whatsapp

ଭୁବନେଶ୍ୱର :26/3-ନାରୀ ସୁରକ୍ଷାକୁ ନେଇ କଂଗ୍ରେସ ବିଧାନସଭା ଓ ବିଧାନସଭା ବାହାରେ ପ୍ରତିବାଦ କରିଛି। ସୁରକ୍ଷାକର୍ମୀ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାନସଭା ବାହାରେ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ରାଜନୈତିକ ଚକ୍ରାନ୍ତ କରି ବିଧାନସଭା ବନ୍ଦ କରିବାକୁ କଂଗ୍ରେସ ଷଡଯନ୍ତ୍ର ଚଳାଇଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ବାଚସ୍ପତିଙ୍କ ବିବରଣୀକୁ ବିଜେଡି ଏକପାଖିଆ କହିଛି।

ଆଇନ ମନ୍ତ୍ରୀ କହିଥିଲେ ‘ବିଧାନସଭା ପବିତ୍ର ଗୃହ ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା ସେଠି ନିଜର ରାଜନୈତିକ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ହାଇ ଡ୍ରାମା କରାଯାଉଛି। ୭ ମାର୍ଚ୍ଚରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି। ଯାହା କି ବିଧାନସଭା ପରମ୍ପରାରେ କେବେ ବି ଗ୍ରହଣୀୟ ନୁହେଁ। ଯେତେବେଳେ ଏହା ଅସହନୀୟ ହେଲା ସେତେବେଳେ କଂଗ୍ରେସ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତି ନିଜର ଅନିଚ୍ଛା ସତେ ନିଲମ୍ବିତ କଲେ। ୨୭ ତାରିଖ ପର୍ଯ୍ୟନ୍ତ ଗୃହକୁ ଚଳେଇ ନଦେବାକୁ କଂଗ୍ରେସକୁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଥିବା ସେ କହିଛନ୍ତି। ବିଧାନସଭାରେ ଗୁଣ୍ଡାରାଜ କରିବା, କଦର୍ଯ୍ୟ ଭାଷା ବ୍ୟବହାର କରିବା, ଘଣ୍ଟ ଘଣ୍ଟା ବଜେଇବା ଅଗଣତାନ୍ତ୍ରିକ ଓ ବଡ଼ ଅପରାଧ। ଏହି ଆଚରଣ ପାଇଁ କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ। ମହିଳାଙ୍କ ଉପରେ ପାଶବିକ ଅତ୍ୟାଚାର ନାରା ଦେଉଛନ୍ତି । ଆମେ କହୁଛୁ ଆଲୋଚନାକୁ ଆସନ୍ତୁ। ସେମାନେ କିନ୍ତୁ ଆଲୋଚନାକୁ ନ ଆସି ବାହାରେ ପ୍ରହସନ କରୁଛନ୍ତି। ଗୃହ କମିଟି ପାଇଁ କଂଗ୍ରେସ ଯେଉଁ ଦାବି କରୁଛି ତାହା ଅଯୌକ୍ତିକ। ଯାହା କଂଗ୍ରେସର ସଦସ୍ୟମାନେ ଜାଣିଛନ୍ତି।
ସେ କହିଥିଲେ, ‘ବିରୋଧୀ ଉତ୍ତର ଚାହୁଁଛନ୍ତି ଆମେ ଉତ୍ତର ଦେବୁ। ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ ପ୍ରସ୍ତୁତ। ବିରୋଧୀ ଦଳ କେବେ ବି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ନାହାନ୍ତି କିନ୍ତୁ ଉତ୍ତର ବାହାରେ ମାଗିବେ ଏବଂ ବିଧାନସଭାରେ ଗଣ୍ଡଗୋଳ କରିବେ ତାହା ଗ୍ରହଣଯୋଗ୍ୟ ନୁହେଁ ।

ପ୍ରମୁଖ ବିରୋଧୀ ଦଳ କଂଗ୍ରେସକୁ ଛତ୍ରଛାୟା ତଳେ ଘୋଡେଇ ରଖିଛି। ଭାବ ଦୋସ୍ତିରେ ସାମିଲ ଅଛନ୍ତି ଉଭୟ। ତତ୍କାଳୀନ ସରକାର ବେଳେ ପୋଲିସ ବିଭାଗକୁ ବଡ଼ ଅବହେଳିତ କରି ରଖା ଯାଇଥିଲା । ୧୬ ହଜାର ପଦବୀ ଖାଲି ପଡିଥିଲା। ମିଛ କେସ ଲଗେଇ ଆମ କର୍ମୀକୁ ଗିରଫ କରୁଥିଲେ। ପଣ୍ଡିତ ପୁଅ ମାଙ୍କଡ ମାରିଲେ ମାଫ ହେଉଥିଲା। ଅଭିଯୁକ୍ତକୁ ଗିରଫ କରିବା ପାଇଁ ତୃତୀୟ ମହଲାରୁ ଅନୁମୋଦନ ନେବାକୁ ପଡୁଥିଲା। ଏଭଳି କ୍ଷେତ୍ରରେ ବିଜେଡି ଆଇନଶୃଙ୍ଖଳା କଥା କହିବା ଲଙ୍କାରେ ହରି ଶବ୍ଦ ଭଳି ବୋଲି ସେ କହିଥିଲେ ପ୍ରମୁଖ ବିରୋଧୀ ଦଳ
ସେହିପରି ପ୍ରତିଦିନ ବିଧାନସଭା ଚଲେଇବାକୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଏବଂ ବାହାର ସୁରକ୍ଷା ବ୍ୟବସ୍ଥାକୁ ମିଶଇଲେ ଦିନକୁ ଖର୍ଚ୍ଚ ପରିମାଣ ୧ କୋଟି ଟଙ୍କା। ଗୃହରେ ବିଶୃଙ୍ଖଳା ସୃଷ୍ଟି କରି ଲୋକଙ୍କ ଟଙ୍କାକୁ କଂଗ୍ରେସ ବରବାଦ କରୁଛି। ଗତକାଲି ରାତିରେ କଂଗ୍ରେସ ଦଳର କିଛି ଆସାମାଜିକ ବ୍ୟକ୍ତି ବିଧାନସଭା ଷ୍ଟାଫଙ୍କୁ ଆକ୍ରମଣ କରିଥିଲେ। ଗୁଣ୍ଡାରାଜ ଦେଖାଇଲେ। ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ମନ୍ତ୍ରୀ ମାନଙ୍କ କବାଟକୁ ଗୋଇଠା ମାରିବାକୁ ଚେଷ୍ଟା କରିଥିଲେ। ୪ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ବିଧାନସଭା ଲବି ଭିତରକୁ ଯିବା ପାଇଁ ଥିବା କବାଟ ଭାଙ୍ଗିଛି। ତା ପରେ ଯାଇ ବିଧାନସଭାର ଷ୍ଟାପ ତାଙ୍କୁ ବାହାରକୁ ବାହାର କରିଥିଲେ।

‘କଂଗ୍ରେସ ଯାହା କରିଛି ତାହାର ପ୍ରମାଣ ଅଛି। କିନ୍ତୁ ସେମାନେ ଯାହା ଅଭିଯୋଗ କରିଛନ୍ତି ତାହାର ଫଟୋ ଦିଅନ୍ତୁ ଆମେ କହିବୁ ଓ ଆମେ ଆମର ଭୁଲ ମାନିନେବୁ। ଆମେ ଅନୁରୋଧ କରୁଛୁ ବିରୋଧୀଙ୍କୁ ଆସନ୍ତୁ ସମସ୍ତେ ମିଳିମିଶି ରାଜ୍ୟର ବିକାଶ ପାଇଁ ନକ୍ସା ପ୍ରସ୍ତୁତ କରିବା । ଯଦି ବିରୋଧୀଙ୍କ ସହଯୋଗ ଚାହୁଁଛନ୍ତି ତେବେ ନିଲମ୍ବନ ଉଠିବ କି ପ୍ରଶ୍ନରେ କହିଛନ୍ତି ପୂର୍ବରୁ ଅନୁପ ସାଏ କ୍ଷମା ପ୍ରାର୍ଥନା କରିବା ସହ ଦୁଃଖ ପ୍ରକାଶ କରି କ୍ଷମା ମାଗିଥିଲେ। ତା ପରେ ତାଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଥିଲା। ଯଦି କଂଗ୍ରେସ ବିଧାୟକ ମାନେ ସେମିତି କରିବେ ବାଚସ୍ପତି ତାଙ୍କ ନିଷ୍ପତ୍ତି ନେଇପାରିନ୍ତି। ବିଧାନସଭାକୁ ବଳ ପୂର୍ବକ ଭାବେ ବନ୍ଦ କରିବାକୁ ବରଦାସ୍ତ କରାଯିବନି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ମଙ୍ଗଳବାର ବିଶୃଙ୍ଖଳିତ ଆଚରଣ ପାଇଁ 12 ଜଣ ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିଥିଲେ। ବୁଧବାର ପୁଣି ଦୁଇ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି ।
ବାଚସ୍ପତି ସୁରମା ପାଢ଼ୀଙ୍କ ବିବରଣୀକୁ ଏକପାଖିଆ କହିଥିଲା ବିଜୁ ଜନତା ଦଳ। ବାଚସ୍ପତିଙ୍କ ବିବରଣୀକୁ ଏକପାଖିଆ ଓ ପକ୍ଷପାତିତା କହି ବିଜେଡି ସଦସ୍ୟମାନେ ଗୃହ ପରିତ୍ୟାଗ କରିଥିଲେ । ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ନ ରହି ସେମାନେ ବିଧାନସଭା ଛାଡିଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

by ସଂକ୍ଷିପ୍ତ ଖବର
June 2, 2026

ଭୁବନେଶ୍ୱର:୧/୬-ଆସନ୍ତା ୩ ତାରିଖରୁ ୫ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ପୁରୀଠାରେ ଅନୁଷ୍ଠିତ ହେବ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ। ଏପରି...

Read more

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

ରାଜ୍ୟ ସଂଗ୍ରହାଳୟରେ ଇଣ୍ଟର୍ନସିପ୍ କରୁଛନ୍ତି ୨୦୦ ଛାତ୍ରଛାତ୍ରୀ

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com