• About
  • Contact
Wednesday, July 15, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

Share on FacebookShare on TwitterShare on Whatsapp

-ରାଜ୍ୟର ଆର୍ଥିକ ସ୍ଥିତି ଏବଂ ମହାନଗର ନିଗମ ଅଞ୍ଚଳରେ
ବର୍ଷାଜଳ ନିଷ୍କାସନ ଓ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା
-ଗବେଷଣା ପ୍ରବନ୍ଧ ପ୍ରତିଯୋଗିତା ଘୋଷଣା

 

ଭୁବନେଶ୍ୱର: ୧୪/୭-ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ଏବଂ ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦ (ଆଇସିଏସଏସଆର)ଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଦେଶବ୍ୟାପୀ ସିଏଜି–ଆଇସିଏସଏସଆର କୋଲୋକ୍ୱିୟମର ଅଷ୍ଟମ ସଂସ୍କରଣ ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଡିଟ ବିଶେଷଜ୍ଞ, ଅର୍ଥନୀତିଜ୍ଞ, ଶିକ୍ଷାବିତ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ସାର୍ବଜନିକ ଅର୍ଥ ପରିଚାଳନା ଓ ସୁଶାସନ ସମ୍ପର୍କିତ ବିଷୟରେ ମତବିନିମୟ କରିଥିଲେ। ଏହା ‘ବିକଶିତ ଭାରତ ୨୦୪୭’ର ଲକ୍ଷ୍ୟ ପୂରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। ଏହି କୋଲୋକ୍ୱିୟମରେ ସିଏଜିଙ୍କ ସମ୍ପ୍ରତି ପ୍ରକାଶିତ ‘ରାଜ୍ୟର ଆର୍ଥିକ ସ୍ଥିତି’ ଏବଂ ‘ମହାନଗର ନିଗମଗୁଡ଼ିକରେ ବର୍ଷାଜଳ ନିଷ୍କାସନ ଓ ପରିମଳ ବ୍ୟବସ୍ଥାପନ’ ସମ୍ବନ୍ଧୀୟ ଦୁଇଟି ଅଡିଟ ରିପୋର୍ଟ ଉପରେ ଆଲୋଚନା ହୋଇଥିଲା। ବକ୍ତାମାନେ ଓଡ଼ିଶାର ସୁଦୃଢ଼ ଆର୍ôଥକ ସ୍ଥିତି ଉପରେ ଆଲୋକପାତ କରିବା ସହ ଦୀର୍ଘମିଆଦୀ ଆର୍ôଥକ ଶୃଙ୍ଖଳା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିନିଯୋଗ ଏବଂ ନଗର ଜଳ ପରିଚାଳନାକୁ ଆହୁରି ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।


ଆଇସିଏସଏସଆରର ସଦସ୍ୟ ସଚିବ ପ୍ରଫେସର ଧନଞ୍ଜୟ ସିଂହ ସିଏଜିଙ୍କ ଅଡିଟ ରିପୋର୍ଟକୁ ଗବେଷଣା ଓ ନୀତି ପ୍ରଣୟନ ପାଇଁ ଏକ ପ୍ରାମାଣିକ ସୂଚନା ଉତ୍ସ ବୋଲି ବର୍ଣ୍ଣନା କରିଥିଲେ। ସେହିପରି ପୂର୍ବାଞ୍ଚଳର ମହା ନିର୍ଦ୍ଦେଶକ କେ. ପି. ଆନନ୍ଦ ସାର୍ବଜନିକ ଅର୍ଥ ପରିଚାଳନାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାରେ ସିଏଜିଙ୍କ ସାମ୍ବିଧାନିକ ଭୂମିକା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ସହ ଏକ ପ୍ରଶ୍ନୋତ୍ତର ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚଡି. ଗବେଷକମାନଙ୍କ ପାଇଁ ସିଏଜି–ଆଇସିଏସଏସଆର ଗବେଷଣା ପ୍ରବନ୍ଧ ପ୍ରତିଯୋଗିତା ଘୋଷଣା କରାଯାଇଥିଲା। ଏହି ପ୍ରତିଯୋଗିତାରେ ଜାତୀୟସ୍ତରରେ ସର୍ବାଧିକ ୧.୨୫ ଲକ୍ଷ ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳସ୍ତରରେ ୭୫,୦୦୦ ପର୍ଯ୍ୟନ୍ତ ନଗଦ ପୁରସ୍କାର ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ମହାଲେଖାକାର କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

by ସଂକ୍ଷିପ୍ତ ଖବର
July 14, 2026

ଭୁବନେଶ୍ୱର: ୧୪/୭-ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସାହସ, କରୁଣା ଓ ନିଃସ୍ୱାର୍ଥପର ସେବା ପିଢ଼ି ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି...

Read more

ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷାକୁ ରାଜସ୍ୱ ବିଭାଗର ପ୍ରାଥମିକତା

July 13, 2026

ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବି- ସଂତୃପ୍ତ ମିଶ୍ର

July 13, 2026

ରଥଯାତ୍ରା ସମୀକ୍ଷା-ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୧୯ ଆଇ.ପି.ଏସ ନିୟୋଜିତ

July 10, 2026

ବିକଶିତ ଭାରତ ଗଠନରେ ଯୁବ ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ-ଉପ ରାଷ୍ଟ୍ରପତି

July 9, 2026

ଦୈନିକ ଚାଲିଲା ବ୍ରହ୍ମପୁର-ଉଧନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ

July 7, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com