• About
  • Contact
Tuesday, February 17, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ମହା ଶିବରାତ୍ରୀ ଉତ୍ସବ

Share on FacebookShare on TwitterShare on Whatsapp

-ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ

-୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ ହେବ

ଭୁବନେଶ୍ୱର:୧୫/୨- ରାଜ୍ୟବ୍ୟାପୀ ମହାଶିବରାତ୍ରୀ ଉତ୍ସବ ପାଳିତ ହୋଇଛି। ମହାଶିବରାତ୍ରି ଅବସରରେ ଓଡ଼ିଶାର ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଶ୍ରୀଶ୍ରୀ ଲିଙ୍ଗରାଜ ମନ୍ଦିର ଦର୍ଶନ କରି ଭଗବାନ ଶ୍ରୀ ଲିଙ୍ଗରାଜଙ୍କ ପାଖରେ ରାଜ୍ୟବାସୀଙ୍କ ଶାନ୍ତି, ସମୃଦ୍ଧି ଓ କଲ୍ୟାଣ କାମନା କରି ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ରାଜ୍ୟର ପ୍ରଥମ ମହିଳା ଡ.ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ।


ମହାଶିବରାତ୍ରୀ ହେଉଛି ଅନ୍ଧକାର ଉପରେ ଆଲୋକ ଏବଂ ଶକ୍ତିର ବିଜୟ। ବିଭିନ୍ନ ଶୈବ ପୀଠରେ ସମସ୍ତ ଶ୍ରଦ୍ଧାଳୁଙ୍କ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଶିବ ଶକ୍ତିଙ୍କ ସାନିଧ୍ୟ ଓ ଆଶୀର୍ବାଦ ପାଇବା। ର ଭକ୍ତି ଭାବ ସହ ମହାଦେବଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ତାଙ୍କ ପାଖରେ ନିଜକୁ ସମର୍ପି ଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପବିତ୍ର ମହାଶିବରାତ୍ରି ଅବସରରେ କହିଛନ୍ତି। ସେ ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ।
ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଆୟୋଜିତ ସାଂସ୍କୃତିକ ମଞ୍ଚରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଆ ସଂସ୍କୃତିର ମୂଳ ଧାରା ହେଉଛି ଜଗନ୍ନାଥ ଉପାସନା, ଶୈବ ଉପାସନା ଓ ଶକ୍ତି ଉପାସନା। ଏକ ପଟେ ଶ୍ରୀଜଗନ୍ନାଥ ମନ୍ଦିର ଓ ଅନ୍ୟ ପଟେ ଲିଙ୍ଗରାଜ ମନ୍ଦିର ଓଡ଼ିଆ ଆଧ୍ୟାତ୍ମିକତାର ଦୁଇଟି ମୁଖ୍ୟ କେନ୍ଦ୍ରବିନ୍ଦୁ। ଲିଙ୍ଗରାଜ ମନ୍ଦିରର ପିନାକ ଚିହ୍ନ ଏହାର ବିଶିଷ୍ଟ ପରମ୍ପରାର ପ୍ରତୀକ ବୋଲି ସେ କହିଥିଲେ ଏବଂ ମହାଦୀପ ଦର୍ଶନର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଶ୍ରୀକ୍ଷେତ୍ର ପୁରୀ, ଅର୍କ କ୍ଷେତ୍ର କୋଣାର୍କ ଓ ଏକାମ୍ର କ୍ଷେତ୍ର ସହିତ ରାଜ୍ୟର ବିଭିନ୍ନ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରମାନଙ୍କ ଉନ୍ନତି ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି। ଏକାମ୍ର କ୍ଷେତ୍ରର ବିକାଶ ଓ ସୋନ୍ଦର୍ଯ୍ୟକରଣ ପାଇ ପ୍ରଥମ ପର୍ଯ୍ୟାୟରେ ୧୮୦ କୋଟି ଟଙ୍କାର କାମ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଚି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୧୫୦ କୋଟି ଟଙ୍କା ବିନିଯୋଗରେ ବିନ୍ଦୁସାଗର ପାରିପାର୍ଶ୍ୱିକ ବିକାଶ କାମ କରାଯିବ। ସମୁଦାୟ ୩୩୦ କୋଟି ଟଙ୍କା ବିନିଯୋଗରେ ଏକାମ୍ର କ୍ଷେତ୍ରର ବିକାଶ କରାଯିବ।


ମୁଖ୍ୟମନ୍ତ୍ରୀ ମହାଶିବରାତ୍ରୀ ଅବସରରେ ସମସ୍ତଙ୍କୁ ମହାଦେବଙ୍କ ଆଶୀର୍ବାଦ ଲାଭ ପାଇଁ ଭକ୍ତିଭାବର ସହ ଆରାଧନା କରିବାକୁ ସେ ନିବେଦନ କରିଥିଲେ। ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନିତିକାନ୍ତି ସୁରୁଖୁରୁରେ ସମାପନ କରିଥିବାରୁ ସେବାୟତ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ବାଚସ୍ପତି ସୁରମା ପାଢ଼ୀ ପବିତ୍ର ଶିବରାତ୍ରୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ସମସ୍ତଙ୍କ ଜୀବନରେ ଉନ୍ନତିର ପଥ ଉନ୍ମୁକ୍ତ କରୁ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଥିବାରୁ ସେବାୟତ ଓ ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ କଣ୍ଠଶିଳ୍ପୀ ନୀତିନ ମୁକେଶ ଓ ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖୀୟ ଅବଦାନ ରଖିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏକାମ୍ର ସାଂସ୍କୃତିକ ମଞ୍ଚର ସଭାପତି ସୁରେଶ କୁମାର ରାଉତରାୟ , ଉପ-ସଭାପତି ବାବୁ ସିଂ, ଉପ-ସଭାପତି ସମୀର ମହାନ୍ତି ଓ ସମ୍ପାଦକ ସନତ ମିଶ୍ର ଏବଂ ଏକାମ୍ର ସାଂସ୍କୃତିକ ମଞ୍ଚର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ଖୁବ୍ ଶୀଘ୍ର ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି

by ସଂକ୍ଷିପ୍ତ ଖବର
February 16, 2026

-୧୯୭୮ର ତାଲିକା ସହିତ ମେଳକ କରାଯିବ -ସମ୍ପୂର୍ଣ୍ଣ ଅଳଙ୍କାର ଆଦିର ଫଟୋଗ୍ରାଫ ସହିତ ଡିଜିଟାଲ୍ କାଟାଲଗ୍ କରାଯିବ ଭୁବନେଶ୍ୱର:୧୬/୨- ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ ଥିବା ସୁନା...

Read more

ଅରବିନ୍ଦ ବାବୁ ବିଜ୍ଞପ୍ତି ପ୍ରକାଶ କଲେ ଠିକ୍‍ ଭୁଲ ତର୍ଜମା ହେଲାନି, ୧୪ବର୍ଷ ହେଲା ଦୁର୍ଦ୍ଦଶା ଭୋଗୁଛନ୍ତି ୩୬ଟି ଗ୍ରାମର ଜନସାଧାରଣ

February 16, 2026

ରାଜ୍ୟରେ ଆରମ୍ଭ ହେଲା ଅପରେସନ ସାଇବର କବଚ

February 15, 2026

ଓଡ଼ିଆ ଅସ୍ମିତା ଔଦ୍ଧତ୍ୟ ନୁହେଁ, ବରଂ ଅହଂର ଓଁକାର

February 15, 2026

ଅମଲା ସଂଘର ଦାବି ଯଥାର୍ଥ, ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି-ମନମୋହନ

February 14, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ

February 13, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com