• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Literature

ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ

ଓଡ଼ିଆ ଅସ୍ମିତା, ଓଡ଼ିଆ ଜାତିର ସ୍ୱାଭିମାନ
Share on FacebookShare on TwitterShare on Whatsapp
ନିଶୀଥ ବୋଷ, ଭୁବନେଶ୍ୱର ୧୭ ଅକ୍ଟୋବର ୨୦୨୪

ଅସ୍ମିତା ଶବ୍ଦର ଉଦ୍ଭାବକ ଯିଏ ବି ହୋଇ ଥାଆନ୍ତୁ ନା କାହିଁକି, ଗତ କିଛିଦିନ ଧରି ଏହାକୁ ନେଇ ଜ୍ଞାନି ସ୍ତମ୍ଭକାର, ଗଣମାଧ୍ୟମର ପ୍ରତିନିଧି ମାନେ ଖୁବ୍ ସକ୍ରିୟ ହୋଉଉଠିଛନ୍ତି । ଏପରିକି “ନ୍ୟୁଜ୍ ଫ୍ୟୁଜ୍” ପରି ଏକ ସଚେତନତା ଧର୍ମୀ “ଓ ଦୂର ଦର୍ଶନ” କାର୍ଯ୍ୟକ୍ରମରେ ମଧ୍ୟ ଏହାକୁ ନେଇ ସରଗରମ ଆଲୋଚନା ହୋଇଯାଇଛି । ଏହି କାର୍ଯ୍ୟକ୍ରମର ସଂଯୋଜକ ଅନେକ ଶିକ୍ଷିତ ବ୍ୟକ୍ତିଙ୍କୁ ଏହି ଶବ୍ଦର ଅର୍ଥ କ’ଣ ସେ ସମ୍ପର୍କରେ ପ୍ରଶ୍ନ ପଚାରି ନିରାଶ ହୋଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଏହି ଶବ୍ଦର ପ୍ରକୃତ ଅର୍ଥ କ’ଣ ? ଏହି ଶବ୍ଦ ପୂର୍ବରୁ ‘ଓଡ଼ିଆ’ ଶବ୍ଦର ବ୍ୟବହାର ଏହାକୁ ଆହୁରି ଜଟିଳ କରିଦେଇଛି ।

ଭାଷା ସଂକ୍ରାନ୍ତ ଅନେକ ଗୁଡିଏ ପୁସ୍ତକ ଆମୂଳଚୁଳ ପଢ଼ିବା ପରେ ଏକ ସିଦ୍ଧାନ୍ତ ରେ ପହଞ୍ଚିବାକୁ ପଡ଼ିଲା ଯେ ଏହି ଶବ୍ଦଟି ଓଡ଼ିଆ ଅଭିଧାନରେ ସ୍ଥାନ ପାଇଥିଲେ ବି ଏହାର ମୂଳ କିନ୍ତୁ ସଂସ୍କୃତରେ ରହିଛି । ଏହାର କାରଣ ଏହି ଶବ୍ଦର ବ୍ୟୂତ୍ପତ୍ତି କରାଗଲେ ପ୍ରଥମେ ‘ଅସ୍ମି’ ଶବ୍ଦ ଆସେ ଓ ପରେ ଆସେ ‘ତା’ । ଅସ୍ମି ଶବ୍ଦର ବ୍ୟବହାର ବହୁ ଭାରତୀୟ ପୁରାଣ ଓ ଶାସ୍ତ୍ରରେ ଦେଖିବାକୁ ମିଳେ । ଉଦାହରଣ ସ୍ୱରୂପ :

ଅହଂ ବହ୍ମାସ୍ମି – ଅର୍ଥାତ୍ ମୁଁ ବ୍ରହ୍ମ ଅଟେ ବା ମୁଁ ହିଁ ବ୍ରହ୍ମ ।

ତେବେ ଏଥିରେ ‘ତା’ ପ୍ରତ୍ୟୟ ଯୋଗ ହୋଇ ଏହାର ଅର୍ଥ ବ୍ୟାପକ ହୋଇଛି । ଓଡ଼ିଆ ଅଭିଧାନରେ ଏହି ଶବ୍ଦର ଅର୍ଥ ଅହଂକାର, ଗୈାରବ, ପ୍ରକୃତି, ଅହଂ ଜ୍ଞାନ ଇତ୍ୟାଦି ଲେଖାଯାଇଛି । ତେବେ ଏହିସବୁ ଅର୍ଥରେ ଅସ୍ମିତା ଶବ୍ଦର ବ୍ୟବହାର ଏଠାରେ କରାଯାଇନାହିଁ । ଏହାର କାରଣ ଏହି ଶବ୍ଦ ପୂର୍ବରୁ ‘ଓଡ଼ିଆ’ ଶବ୍ଦ ଲାଗିଛି । ଓଡ଼ିଆ ଶବ୍ଦର ବ୍ୟବହାର ହୋଇଥିବାରୁ ଅସ୍ମିତା ଶବ୍ଦର ଅର୍ଥ ବ୍ୟାପକ ହୋଇଉଠିଛି । ଏହି “ଓଡ଼ିଆ” ଶବ୍ଦର ବ୍ୟାପକତା ସମ୍ପର୍କରେ ଆଲୋଚନା କରିବାକୁ ହେଲେ ଆମକୁ ଏହି ଜାତିର ମୂଳ ଇତିହାସକୁ ଫେରିବାକୁ ପଡିବ ଓ ପାଖାପାଖି ୨୨୬୧ ବର୍ଷ ପୂର୍ବେ କଳିଙ୍ଗ ଯୁଦ୍ଧରେ ଏହି ଜାତି କିପରି ଅତ୍ୟନ୍ତ ସାହସୀକତାର ସହ ମଗଧର ତତ୍କାଳୀନ ସମ୍ରାଟ୍ ଅଶୋକଙ୍କ ସୈନ୍ୟ ମାନଙ୍କ ସହ ପ୍ରାଣ ମୁର୍ଚ୍ଛା ଲଢେଇ କରି ଏ ଜାତିକୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ, ସେ ବିଷୟ ମନେ ପକାଇବାକୁ ପଡ଼ିବ ।

କେବଳ କଳିଙ୍ଗ ଯୁଦ୍ଧ ନୁହେଁ ବିଭିନ୍ନ ସମୟରେ ଏ ଜାତି ଏହାର ବାସସ୍ଥାନ, ଆତ୍ମ ମର୍ଯ୍ୟାଦା ଓ ଭାଷାକୁ ବଞ୍ଚାଇ ରଖିବାକୁ ଯାଇ ଯେପରି ସଂଗ୍ରାମ କରିଆସିଛି, ସେସବୁ ଆଲୋଚନା ପରିସରକୁ ନେଲେ, ଏ ଜାତି ଯେ ଏକ ସ୍ବାଭିମାନୀ ଜାତି ତାହା ସହଜରେ ବୁଝାପଡେ । ଦରିଆପାରି ରେ ବାଣିଜ୍ୟ କଥା କୁହନ୍ତୁ, ସ୍ବାଧୀନତା ସଂଗ୍ରାମ କଥା କୁହନ୍ତୁ, ଭାଷା ଆନ୍ଦୋଳନ କଥା କୁହନ୍ତୁ କିମ୍ବା ସୀମା ବିବାଦ କଥା କୁହନ୍ତୁ । ପ୍ରତି କ୍ଷେତ୍ରରେ ଏ ଜାତି ତାର ସ୍ବାଭିମାନ ବଜାୟ ରଖିଛି ।

ତେଣୁ ଓଡ଼ିଆ ଅସ୍ମିତା ର ଅର୍ଥ ଓଡ଼ିଆ ଜାତି ର ସ୍ବାଭିମାନ । ତେଣୁ ପ୍ରତ୍ୟେକ ଓଡ଼ିଆ ଭାବିବା ଉଚିତ ଯେ ମୁଁ ଓଡ଼ିଆ ! ଓଡ଼ିଆ ଭାବରେ ମୋ ଜାତିର ଇତିହାସ ୨୨୬୧ ବର୍ଷ ପ୍ରାଚୀନ । ମୋର ଅସ୍ମିତା ବା ସ୍ବାଭିମାନ ମୌଳିକତାରେ ସମୃଦ୍ଧ । ସୁତରାଂ ମୋର ଓ ମୋ ଜାତିର ପରିଚୟ ସ୍ବତନ୍ତ୍ର । ତେଣୁ ଉତ୍ତର ପୁରୁଷମାନେ ଏସବୁ ଜାଣନ୍ତୁ ଓ ହୃଦୟଙ୍ଗମ କରନ୍ତୁ । ଏ ଜାତିକୁ ଚିହ୍ନନ୍ତୁ ଓ ନିଜେ ସ୍ବତନ୍ତ୍ର ବୋଲି ପ୍ରମାଣ କରନ୍ତୁ ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ଭୁବନେଶ୍ୱରୀ ପଣ୍ଡାଙ୍କ ପ୍ରଥମ ଉପନ୍ୟାସ ‘ସନ୍ଦେହର ସଳିତା’ ଉନ୍ମୋଚିତ

by ସଂକ୍ଷିପ୍ତ ଖବର
January 17, 2026

ଭୁବନେଶ୍ୱର:୧୭/୧-ଗାଳ୍ପିକା ଭୁବନେଶ୍ୱରୀ ପଣ୍ଡାଙ୍କ ଉପନ୍ୟାସ ‘ସନ୍ଦେହର ସଳିତା’ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ବିଧାନସଭା ପରିସରରେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଆୟୋଜିତ ଏହି ଉନ୍ମୋଚନ...

Read more

ଫକୀର ମୋହନ ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ

January 15, 2026

ନୃସିଂହ ଷଡ଼ଙ୍ଗୀଙ୍କୁ ବ୍ୟାସକବି ଫକୀରମୋହନ ଓଡ଼ିଆ ଭାଷା ସମ୍ମାନ

January 14, 2026

ଶ୍ରଦ୍ଧାଞ୍ଜଳି

October 30, 2025

‘ସାରସ୍ୱତ ସମାଜ’ର ସ୍ଵନକ୍ଷତ୍ର ଉତ୍ସବ

October 19, 2025

ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ “ବିକଶିତ ଭାରତ” ଚିତ୍ରକଳା କର୍ମଶାଳା

October 3, 2025

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com