• About
  • Contact
Thursday, January 8, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ସଡ଼କ ସୁରକ୍ଷାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୪/୧-ଜାତୀୟ ସଡ଼କ ସୁରକ୍ଷା ମାସ–୨୦୨୬ର ରାଜ୍ୟସ୍ତରୀୟ ଉତ୍ସବ ଉଦଘାଟିତ ହୋଇଛି। ମହାତ୍ମା ଗାନ୍ଧୀ ମାର୍ଗ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସଡ଼କ ସୁରକ୍ଷା ଅଭିଯାନକୁ ବ୍ୟାପକ କରିବା ପାଇଁ ଶ୍ରୀମତୀ ପାଢ଼ୀ ଆହ୍ୱାନ ଦେଇଥିଲେ।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ତାଙ୍କ ଉଦବୋଧନରେ କହିଥିଲେ ଯେ, ସଡ଼କ ସୁରକ୍ଷାକୁ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଛନ୍ତି। ଜାତୀୟ ସଡକ ସୁରକ୍ଷା ମାସର ଯେଉଁ ସନ୍ଦେଶ ରହିଛି, ‘ଶିକ୍ଷା ରୁ ସୁରକ୍ଷା ଓ ପ୍ରଯୁକ୍ତି ରୁ ପରିବର୍ତନ’- ଏହାକୁ ଆଧାର କରି ଆମେ ଅନେକ ପଦକ୍ଷେପ ଗ୍ରହଣ କରିଛୁ। କଡା ଆଇନ ପାଳନ, ସଚେତନତା ଅଭିଯାନ ଓ ପ୍ରଯୁକ୍ତିବିଦ୍ୟାର ସଫଳ ବ୍ୟବହାର ଫଳରେ ଗତ କିଛି ବର୍ଷରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଛି। ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଏବଂ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଉପସ୍ଥିତ ରହି ସଡ଼କ ସୁରକ୍ଷା କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ।


ସଡ଼କ ସୁରକ୍ଷା ବ୍ରାଣ୍ଡ ଆମ୍ବାସାଡର ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ଡ଼. ଶ୍ରୁତି ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ଜନସାଧାରଣଙ୍କୁ ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ କାର୍ଯ୍ୟ କରିବାକୁ ସଚେତନ କରିଥିଲେ। ଏହି ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ କୁ ପ୍ରଭାବୀ କରିବାକୁ ସଡ଼କ ସୁରକ୍ଷା ସଙ୍ଗୀତର ଭିଡ଼ିଓ ଉନ୍ମୋଚନ କରାଯାଇଥିଲା।
କାର୍ଯ୍ୟକ୍ରମରେ “ଆମ ସୁବାହକ” ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା ମାଧ୍ୟମରେ ପ୍ରଶିକ୍ଷିତ ମହିଳାମାନଙ୍କୁ ସରକାରଙ୍କ ଗ୍ୟାରେଣ୍ଟି ରେ ସୁଧମୁକ୍ତ ଋଣ ପ୍ରଦାନ ମାଧ୍ୟମରେ ଚାରିଚକିଆ ଯାନ କ୍ରୟ କରି ସ୍ୱାବଲମ୍ବୀ ହେବାର ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ଯାତ୍ରୀ ଆପ ଅଧୀନରେ ଡିଜିଟାଲ ବସ୍ ଟିକେଟିଂ ବ୍ୟବସ୍ଥା ମଧ୍ୟ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବାଚସ୍ପତିଙ୍କ ନେତୃତ୍ୱରେ ଏକ ସାମୂହିକ ସଡ଼କ ସୁରକ୍ଷା ଶପଥପାଠ କରାଯାଇଥିଲା। ପରେ ସମସ୍ତେ ଶ୍ରୀ ରାମ ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ପଦଯାତ୍ରାରେ ଭାଗ ନେଇଥିଲେ।
ଉତ୍ସବରେ ମେୟର ସୁଲୋଚନା ଦାସ, ପୋଲିସ ମହା ନିର୍ଦ୍ଦେଶକ ୱାଇ. ବି . ଖୁରାନିଆ , ପରିବହନ କମିଶନର ଅମିତାଭ ଠାକୁର, ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ, କାର୍ଟୁନିଷ୍ଟ କମଳାକାନ୍ତ ରଥ, ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ରେ ଭାଗ ନେଇଥିବା ଅମୀୟବାଳା ପରିଡା ଓ ସୁଜାତା ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ଓଡ଼ିଶା ସରକାରଙ୍କ ପକ୍ଷରୁ ‘ସିଏମ୍ ଟ୍ରଫି’ଚମ୍ପିୟାନସିପର ଆୟୋଜନ

by ସଂକ୍ଷିପ୍ତ ଖବର
January 6, 2026

ଭୁବନେଶ୍ୱର:୬/୧-ରାଜ୍ୟର କ୍ରୀଡ଼ା କ୍ଷେତ୍ରରେ "ପଡ଼ିଆରୁ ପୋଡିୟମ୍‌"ର ସଂକଳ୍ପକୁ ସାକାର କରିବା ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ‘ସିଏମ୍ ଟ୍ରଫି'ଚମ୍ପିୟାନରସିପର ଆୟୋଜନ...

Read more

ଓଡ଼ିଶାକୁ ପ୍ରବାସୀ ପକ୍ଷୀ ଆସିବା ଅନୁକୂଳ ଜଳବାୟୁର ସୂଚକ

January 6, 2026

ଆରଟିଆଇ ଆବେଦନକାରୀଙ୍କ ଦ୍ୱାରା ଲାଞ୍ଚ ଦାବି ଅଭିଯୋଗ

January 6, 2026

ନିର୍ମାଲ୍ୟ ପରିବାରର ବନ୍ଧୁମିଳନ

January 6, 2026

ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକୃତାମାଳା

January 5, 2026

ଜାନକୀବଲ୍ଲଭ ଥିଲେ ଦୁଇଟି ଦିଗରୁ ପ୍ରଣମ୍ୟ-ମୁଖ୍ୟମନ୍ତ୍ରୀ

January 4, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com