• About
  • Contact
Tuesday, April 7, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ବାଧ୍ୟତାମୂଳକ

Share on FacebookShare on TwitterShare on Whatsapp

ନିୟମ ଖିଲାପକାରୀଙ୍କ ଠାରୁ ଆଦାୟ ହେବ ଜୋରିମାନା

ଭୁବନେଶ୍ୱର:୪/୪-‘ଓଡ଼ିଶା ଦିବସ’ ରୁ ୧୪ ଏପ୍ରିଲ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳନ କରାଯାଉଛି। ଏହି ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ନାମଫଳକ ପ୍ରଦର୍ଶନ କରିବା ପାଇଁ ଏକ ବ୍ୟାପକ ସଚେତନତା ଅଭିଯାନ ଓ ପଦଯାତ୍ରା ଶନିବାର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଲୋଅର ପିଏମଜି ଠାରୁ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ଏହି ପଦଯାତ୍ରାରେ ପ୍ରାୟ ୨୦୦ରୁ ଅଧିକ ବ୍ୟକ୍ତି ସାମିଲ ହୋଇ ଓଡ଼ିଆ ଭାଷାର ପ୍ରସାର ପାଇଁ ସଂକଳ୍ପ ନେଇଥିଲେ।

ଏହି ସଚେତନତା ପଦଯାତ୍ରାକୁ ଶ୍ରମ ଆୟୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ନିଜର ଅଭିଭାଷଣ ରଖି ସେ କହିଥିଲେ ଯେ, ୪ ଏପ୍ରିଲ ରୁ ୭ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାରି ଦିନ ଧରି ବିଭାଗୀୟ ଅଧିକାରୀମାନେ ବିଭିନ୍ନ ଦୋକାନ ଓ ବ୍ୟବସାୟିକ ଅନୁଷ୍ଠାନ ପରିଦର୍ଶନ କରିବେ। ଯେଉଁ ସ୍ଥାନରେ ଓଡ଼ିଆ ନାମଫଳକ ସ୍ପଷ୍ଟ ଭାବେ ଲଗାଯାଇନାହିଁ ସେଠାରେ ବ୍ୟବସାୟୀମାନଙ୍କୁ ନିର୍ଭୁଲ ଭାବେ ଓଡ଼ିଆ ନାମଫଳକ ଲେଖିବାକୁ ଅନୁରୋଧ କରାଯିବ। ଆମ ଭାଷା ଆମର ପରିଚୟ ଓ ଗର୍ବ ହୋଇଥିବାରୁ ପ୍ରତ୍ୟେକ ବ୍ୟବସାୟ ସ୍ଥଳରେ ଏହାର ବ୍ୟବହାରକୁ ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ସେ ପ୍ରକାଶ କରିଥିଲେ।

ଏହି ଅବସରରେ ଅତିରିକ୍ତ ଶ୍ରମ ଆୟୁକ୍ତ ମଦନ ମୋହନ ପାଇକ, ଯୁଗ୍ମ ଶ୍ରମ ଆୟୁକ୍ତ ବିଘ୍ନଜିତ ମହନ୍ତ ମହାପାତ୍ର ଓ ଭାରତୀ ସିଥା, ପ୍ରଭାଗୀୟ ଶ୍ରମ ଆୟୁକ୍ତ ବନାନୀ ମହାପାତ୍ର, ଖୋର୍ଦ୍ଧା ପ୍ରଭାଗୀୟ ଶ୍ରମ ଆୟୁକ୍ତ ଅଜୟ ପ୍ରଧାନ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରଭାକର ବିଶ୍ୱାଳ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଉପ-ଶାସନ ସଚିବ ପୀୟୂଷ ପରିଡ଼ା ଏବଂ ‘ଓଡ଼ିଶା ପରିବାର’ର ନୋଡାଲ ଅଫିସର ପ୍ରିତିଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଦୋକାନ ଏବଂ ବାଣିଜ୍ୟ ପ୍ରତିଷ୍ଠାନ ଆଇନ ଅନୁଯାୟୀ ପ୍ରତ୍ୟେକ ବ୍ୟବସାୟିକ ଅନୁଷ୍ଠାନରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଓ ନିର୍ଭୁଲ ଭାବେ ନାମଫଳକ ଲେଖିବା ଏକ ବାଧ୍ୟତାମୂଳକ ନିୟମ। ଏହି ଆଇନର ଧାରା ୩୫ ଅନୁଯାୟୀ ଯଦି କୌଣସି ପ୍ରତିଷ୍ଠାନ ଏହି ନିୟମର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କୁ କଠୋର ଆର୍ôଥକ ଜୋରିମାନାର ସମ୍ମୁଖୀନ ହେବାକୁ ପଡ଼ିବ। ପ୍ରଥମଥର ନିୟମ ଖିଲାପ ପାଇଁ ୫,୦୦୦ ଟଙ୍କାରୁ ୧୦,୦୦୦ ଟଙ୍କା ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୧୦,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ଏହି ସଚେତନତା ଅଭିଯାନ ମାଧ୍ୟମରେ ସହରର ବ୍ୟବସାୟୀଙ୍କୁ ଆଇନ ସମ୍ପର୍କରେ ଅବଗତ କରାଯିବା ସହ ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷା ପାଇଁ ଆହ୍ୱାନ ଦିଆଯାଇଛି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରାଜ୍ୟରେ ବିଜେପିର ନୂଆ ଯୋଜନା, ବଢ଼ିଲା ମାଗଣା ଚାଉଳ କୋଟା

by ସଂକ୍ଷିପ୍ତ ଖବର
April 7, 2026

-ଓଡ଼ିଶାରେ ଟାରଗେଟେଡ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ -ତାମିଲନାଡୁରେ ୟୁନିଭର୍ସାଲ ପବ୍ଲିକ ଡିଷ୍ଟ୍ରିବ୍ୟୁସନ ସିଷ୍ଟମ -ରାଜ୍ୟର ଜନସଂଖ୍ୟା-୪କୋଟି ୮୮ ଲକ୍ଷ ୪୦ ହଜାର -ମୁଣ୍ଡପିଛା ୧୦କେଜି ମାଗଣା ଚାଉଳ...

Read more

୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ

April 7, 2026

ଗଣମାଧ୍ୟମ ଶିକ୍ଷା ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରନ୍ତୁ:ମୁଖ୍ୟମନ୍ତ୍ରୀ

April 4, 2026

‘ଟିମ୍ ଓଡ଼ିଶା’କୁ ୧୫ଟି ସ୍ୱର୍ଣ୍ଣ ସହ ୫୭ ପଦକ

April 3, 2026

ସାମ୍ବାଦିକ ବିଚିତ୍ରାନନ୍ଦ ସାହୁ ସମ୍ବର୍ଦ୍ଧିତ

April 3, 2026

ଜନଗଣନା-୨୦୨୭

April 2, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com