• About
  • Contact
Thursday, July 16, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

Share on FacebookShare on TwitterShare on Whatsapp

-୨୭ଲକ୍ଷ ନୁହେଁ ୩୧ ଲକ୍ଷ ଭୋଟର କଟିଛନ୍ତି-ସିଇଓ

ଭୁବନେଶ୍ୱର:୧୫/୭-ଏସଆଇଆର ପ୍ରକିୟା ନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ନୂତନ ଭୋଟର ନାମ ଯୋଡ଼ା (ଫର୍ମ-୬) ଏବଂ ଅନ୍ୟ ରାଜ୍ୟରୁ ଭୋଟର ତାଲିକାକୁ ସ୍ଥାନାନ୍ତର (ଫର୍ମ-୮) ପାଇଁ ଆବଶ୍ୟକ ଘୋଷଣାନାମା ଫର୍ମ ଓ ଆବଶ୍ୟକ ହେଉଥିବା ଅତିରିକ୍ତ ତଥ୍ୟକୁ ସରଳୀକରଣ କରିବା ପାଇଁ ସେମାନେ ଦାବି ଉପସ୍ଥାପନ କରିଛନ୍ତି। ବିଜେଡି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ବିଭିନ୍ନ ରାଜନୈତିକ ଦଳ, ବୁଥ୍‍ ଲେଭଲ ଏଜେଣ୍ଟ ଓ ସାଧାରଣ ଜନତାଙ୍କ ପାଖରୁ ଅନେକ ଆପତ୍ତି ଅଭିଯୋଗ ଆସିଛି। ବର୍ତ୍ତମାନର ପ୍ରକ୍ରିୟା ଅନାବଶ୍ୟକ ଭାବେ ଜଟିଳ ହୋଇପଡ଼ିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।


ବିଶେଷ କରି ଗ୍ରାମାଞ୍ଚଳ, ଦୂରଦୂରାନ୍ତ ଅଞ୍ଚଳ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ଛାତ୍ରଛାତ୍ରୀ, ପ୍ରବାସୀ ଶ୍ରମିକ ଏବଂ ସମାଜର ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି। ନିର୍ବାଚନ ରୋଲର ବିଶୁଦ୍ଧତା ଓ ନିରପକ୍ଷତା ବଜାୟ ରଖିବା ଆବଶ୍ୟକ । କିନ୍ତୁ ଉକ୍ତ ପ୍ରକ୍ରିୟା ଅଧିକ ଜଟିଳ ହେବା ଦ୍ୱାରା ଯୋଗ୍ୟ ନାଗରିକମାନେ ଭୋଟର ତାଲିକାରୁ ବାଦ ପଡି ନିଜର ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି। ନିର୍ବାଚନ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ, ଅନ୍ତର୍ଭୁକ୍ତିମୂଳକ ଓ ସମସ୍ତଙ୍କ ପାଇଁ ଉପଲବ୍ଧ କରିବା ଦରକାର ବୋଲି ସେମାନେ ମତପ୍ରକାଶ କରିଛନ୍ତି। ଏସଆଇଆର ପୂର୍ବରୁ ମଇ ୧୪ ତାରିଖରେ ୩ କୋଟି ୪୦ ଲକ୍ଷ ୭୨ହଜାର ୭୪୪ଜଣ ଭୋଟର ଥିଲେ। କିନ୍ତୁ ମଇ ୧୫ରେ ରାଜନୈତିକ ଦଳମାନଙ୍କ ସହ ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ ବୈଠକ ସମୟରେ ସେ ଭୋଟର ସଂଖ୍ୟା ୩କୋଟି ୩୪ଲକ୍ଷ ୫ହଜାର ୪୮୭ ବୋଲି କହିଥିଲେ। ଏସଆଇଆର ଆରମ୍ଭ ବେଳକୁ ରାଜ୍ୟରେ ୩କୋଟି ୩୩ଲକ୍ଷ ୯୯ହଜାର ୫୯୧ଜଣ ଭୋଟର ଅଛନ୍ତି ବୋଲି ପ୍ରକାଶ କରିଥିଲେ। ତେବେ ପ୍ରକାଶିତ ଭୋଟର ତାଲିକାରେ ୩ କୋଟି ୧୩ ଲକ୍ଷ ଭୋଟର ଅଛନ୍ତି। ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁଶୀଳନ କରି୨୭ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ତାଲିକାରୁ ବାଦ ପଡିଥିବାର ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଏହାକୁ ସିଇଓ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ୨୭ଲକ୍ଷ ନୁହେଁ ୩୧ଲକ୍ଷରୁ ଉର୍ଦ୍ଧ୍ୱ ଭୋଟର ତାଲିକାରୁ ବାଦ ପଡିଛନ୍ତି। ଫର୍ମ-୬ ଓ ଫର୍ମ-୮ ସରଳୀକରଣ କରିବା, ଯାଞ୍ଚ ପାଇଁ କେବଳ ଜରୁରୀ କାଗଜ ପତ୍ର ମାଗିବା, ରାଜ୍ୟର ସମସ୍ତ ଇସିଆରଓ, ଏଇଆରଓ, ବିଏଲଓ ଏବଂ ନିର୍ବାଚନ ଅଧିକାରୀଙ୍କୁ ଯୋଗ୍ୟ ଭୋଟରଙ୍କୁ ଅନାବଶ୍ୟକ ହଇରାଣ ନ କରିବା ଆଦି ବିଜେଡି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛିି।

ସେହିପରି ଏସଆଇଆର ପ୍ରକ୍ରିୟା ଅନ୍ତର୍ଗତ ଡ୍ରାଫ୍ଟ ନିର୍ବାଚନ ରୋଲ ପ୍ରକାଶ ୧୦ଦିନ ବିତିଯାଇଥିବା ସତ୍ତ୍ୱେ ବିଏଲଓ, ବିଏଲଏ ଓ ସାଧାରଣ ଭୋଟରଙ୍କ ମଧ୍ୟରେ ଯଥେଷ୍ଟ ସଚେତନତା ସୃଷ୍ଟି ହୋଇନାହିଁ। ଅନେକ ବୁଥରେ ଫର୍ମ-୬, ଫର୍ମ-୮ ଆଦି ଆବଶ୍ୟକୀୟ ଫର୍ମ ଉପଲବ୍ଧ ନଥିବାରୁ ଭୋଟରମାନେ ଆବେଦନ କରିପାରୁ ନାହାନ୍ତି। ଏହାସହିତ ବିଏଲଓ ଆପ ବାରମ୍ୱାର କ୍ରାସ୍ ହେଉଥିବା, ଧୀରେ ଲୋଡ୍ ହେଉଥିବା ଓ ଡାଟା ଅପଲୋଡ୍ ସମସ୍ୟା ହେଉଥିବା ନେଇ ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି। ଉକ୍ତ ପ୍ରତିନିଧି ମଣ୍ଡଳୀରେ ଦଳର ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ, ସାଧାରଣ ସମ୍ପାଦକ ବିଜୟ ନାୟକ, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅମଞ୍ଜିତ ସେନାପତି, ଉପ ସଭାପତି ନୀଳାଦ୍ରି ମହାନ୍ତି ଓ ଉପସଭାପତି ମନୋଜ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

by ସଂକ୍ଷିପ୍ତ ଖବର
July 15, 2026

ଭୁବନେଶ୍ୱର : ୧୫/୭-ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଥିବା କଳିଙ୍ଗ ଟିଭିର ଦ୍ୱାଦଶ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱର ସ୍ୱସ୍ତି ପ୍ରିମିୟମରେ ଆୟୋଜିତ...

Read more

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିର ସୁରକ୍ଷାକୁ ରାଜସ୍ୱ ବିଭାଗର ପ୍ରାଥମିକତା

July 13, 2026

ରାଜ୍ୟସଭାରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବି- ସଂତୃପ୍ତ ମିଶ୍ର

July 13, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com