• About
  • Contact
Friday, July 24, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା

Share on FacebookShare on TwitterShare on Whatsapp

ଦିଲ୍ଲୀପ ରାୟଙ୍କ ପ୍ରଶ୍ନର ଉତ୍ତର ରଖିଲେ ଆଇନମନ୍ତ୍ରୀ

ଭୁବନେଶ୍ୱର:୨୩ା୭-ଦେଶର ଅଦାଲତଗୁଡ଼ିରେ ଏବେ ୫କୋଟି ୬୪ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି। ଏଥିରେ ରହିଛି ସୁପ୍ରିମକୋର୍ଟରେ ୯୬,୦୨୪ ଓ ବିଭିନ୍ନ ହାଇକୋର୍ଟରେ ୬୪ଲକ୍ଷ ୭୨ ହଜାରରୁ ଅଧିକ ମାମଲା। ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଆଇନ ଓ ନ୍ୟାୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାଓ ମେଘୱାଲ ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ ଓଡ଼ିଶା ହାଇକୋର୍ଟରେ ୧୬ ଜୁଲାଇ୨୦୨୬ ସୁଦ୍ଧା ୧,୬୯,୩୨୦ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିମଧ୍ୟରୁ ୩୭୬ଟି ୩୦ ବର୍ଷରୁ, ୭୦୩୫ଟି ୨୦ ବର୍ଷରୁ ଓ ୩୮,୮୬୬ଟି ୧୦ବର୍ଷରୁ ଅଧିକ ପୁରୁଣା ମାମଲା ଅଛି। ସେହିପରି ୬୯,୬୮୪ଟି ୫ ବର୍ଷରୁ ଅଧିକ ପୁରୁଣା ମାମଲା ଥିବା ଜଣାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ଅଧସ୍ତନ ନ୍ୟାୟାଳୟଗୁଡ଼ିକରେ ଏହି ସମୟ ସୁଦ୍ଧା ମୋଟ ୧୮,୬୮,୩୨୩ଟି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିମଧ୍ୟରୁ ୪,୪୪୧ଟି ୩୦ ବର୍ଷରୁ ଅଧିକ ପୁରୁଣା।

ଏହାଛଡ଼ା ଓଡ଼ିଶାର ୪୫,୩୩୩ଟି ୨୦ବର୍ଷ ତଳର, ୩,୦୭,୨୧୬ଟି ୧୦ବର୍ଷ ତଳର ଓ ୭,୬୬,୧୭୭ଟି ମାମଲା ୫ବର୍ଷରୁ ଅଧିକ ଦିନ ଧରି ବିଚାର ପ୍ରତୀକ୍ଷାରେ ରହିଛି। ସୁପ୍ରିମକୋର୍ଟରେ ବିଚାର ପ୍ରତୀକ୍ଷାରେ ଥିବା ୯୬,୦୨୪ଟି ମାମଲା ମଧ୍ୟରୁ ୨୪,୬୧୧ଟି ୫ ବର୍ଷରୁ ଅଧିକ ପୁରୁଣା ହୋଇଥିବାବେଳେ ୧୦,୦୯୪ଟି ୧୦ବର୍ଷରୁ ଅଧିକ, ୫୫୮ଟି ୨୦ ବର୍ଷରୁ ଅଧିକ ଓ ୨୬ଟି ୩୦ବର୍ଷରୁ ଅଧିକ ପୁରୁଣା।

ଦେଶର ୨୫ଟି ହାଇକୋର୍ଟ ମଧ୍ୟରୁ ସର୍ବାଧିକ ୧୨,୨୮,୩୫୩ଟି ମାମଲା ଆହ୍ଲାବାଦ ହାଇକୋର୍ଟରେ ବିଚାର ପାଇଁ ଥିବାବେଳେ ୬,୫୭,୮୧୩ଟି ବମ୍ବେ ହାଇକୋର୍ଟ, ୬,୯୬,୩୪୮ଟି ରାଜସ୍ଥ୍‍ାନ ହାଇକୋର୍ଟ, ୫,୬୭,୮୧୪ଟି ମାଡ୍ରାସ ହାଇକୋର୍ଟ ଓ ୪,୯୦,୩୬୩ଟି ମଧ୍ୟପ୍ରଦେଶ ହାଇକୋର୍ଟରେ ବିଚାର ପ୍ରତୀକ୍ଷାରେ ରହିଛି। ହାଇକୋର୍ଟଗୁଡ଼ିକରେ ୮୦,୬୬୦ଟି ମାମଲା ୩୦ବର୍ଷରୁ ଊର୍ଦ୍ଧ୍ୱ ଧରି ବିଚାର ପ୍ରତୀକ୍ଷାରେ ଥିବାବେଳେ ୪,୫୨,୧୫୨ଟି ୨୦ ବର୍ଷର, ୧୬,୧୪,୬୫୭ଟି ୧୦ ବର୍ଷର ଓ ୨୯,୭୫,୧୬୧ଟି ୫ବର୍ଷରୁ ଅଧିକ ପୁରୁଣା ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

ବିଭିନ୍ନ କାରଣରୁ ଅଦାଲତଗୁଡ଼ିକରେ ମାମଲା ପଡ଼ିରହିଥିବାବେଳେ ଏଗୁଡ଼ିକର ଫଇସଲା ବିଚାର ବ୍ୟବସ୍ଥା ଉପରେ ନିର୍ଭର କରେ। ତେବେ କେନ୍ଦ୍ର ସରକାର ମାମଲାଗୁଡ଼ିକର ତ୍ୱରିତ ଫଇସଲା ସହିତ ବକେୟା ମାମଲାର ସଂଖ୍ୟା ହ୍ରାସ ପାଇଁ ପଦକ୍ଷେପ ଗ୍ରହଣ କରୁଛନ୍ତି। ଇ-କୋର୍ଟ ପ୍ରକଳ୍ପର ତୃତୀୟ ପର୍ଯ୍ୟାୟରେ ଏଥିଲାଗି ୭,୨୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ବିଭିନ୍ନ ସମ୍ବେଦନଶୀଳ ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ ସ୍ୱତନ୍ତ୍ର କୋର୍ଟମାନ ସ୍ଥାପନ କରାଯାଉଛି। ଏହାଛଡ଼ା ପୁରୁଣା ମାମଲାର ଫଇସଲା ଲାଗି ହାଇକୋର୍ଟ ଓ ଜିଲ୍ଲାକୋର୍ଟ ସ୍ତରରେ ତଦାରଖ କମିଟିମାନ ଗଠନ କରାଯାଇଛି। ମାମଲାଗୁଡ଼ିକର ବିକଳ୍ପ ସମାଧାନ ପାଇଁ ମଧ୍ୟ ବ୍ୟବସ୍ଥା ନିଆଯାଉଛି। ଲୋକ ଅଦାଲତ ମାଧ୍ୟମରେ ବି ତ୍ୱରିତ ଫଇସଲା ଲାଗି ପଦକ୍ଷେପ ନିଆଯାଉଥିବା କଥା ମନ୍ତ୍ରୀ ଶ୍ରୀ ମେଘୱାଲ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Economy

ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ

by ସଂକ୍ଷିପ୍ତ ଖବର
July 23, 2026

ଭୁବନେଶ୍ୱର:୨୧ା୭-ଚଳିତ ଆର୍ôଥକବର୍ଷ ଶେଷ ସୁଦ୍ଧା ଭାରତର ଋଣ ପରିମାଣ ୨୧୮ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି କେନ୍ଦ୍ର ସରକାର ୨୦୨୬-୨୭ର ବଜେଟରେ ଅନୁମାନ କରିଛନ୍ତି। ତେବେ...

Read more

ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର

July 22, 2026

ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

July 22, 2026

ODISHA APPROVES ₹4,573CRORE INVESTMENT, CREATING

July 21, 2026

ଭୁବନେଶ୍ୱର, ଯାଜପୁର ଏବଂ ଭଦ୍ରକ ସମେତ ବିଭିନ୍ନ ସ୍ଥାନରେ ନିର୍ମିତ ହେବ ନୂତନ ମଡେଲ କାରାଗାର

July 21, 2026

ବାସ୍ତବ ସତ୍ୟକୁ ଲୁଚାଉଛନ୍ତି ସରକାର:ବିଜେଡି

July 20, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com