• About
  • Contact
Thursday, July 23, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୨୨/୭-ସଂସଦର ମୌସୁମୀ ଅଧିବେଶନ ସମୟରେ କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ହାତବାରିସି ଭାବେ ବ୍ୟବହାର କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ଧାରଣା ଦେଇ ସୁରକ୍ଷା ନିୟମ ଭଙ୍ଗ କରିବା ସହ ସାଧାରଣ ଜନତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା ବିରୋଧୀଙ୍କ କେବଳ ଏକ ରାଜନୈତିକ ନାଟକବାଜି। ସରକାର ନିଟ୍ ଏବଂ ଛାତ୍ରଛାତ୍ରୀଙ୍କ ସମସ୍ୟା ଉପରେ ସଂସଦରେ ସମ୍ପୂର୍ଣ୍ଣ ଆଲୋଚନା ପାଇଁ ପ୍ରସ୍ତୁତ ଥିବା ସତ୍ତ୍ୱେ କଂଗ୍ରେସ ଗଣତାନ୍ତ୍ରିକ ଚର୍ଚ୍ଚା ବଦଳରେ କେବଳ ଗଣମାଧ୍ୟମରେ ଶିରୋନାମା ସାଉଁଟିବାକୁ ଚେଷ୍ଟା କରୁଛି।


ନିଟ୍ ପରୀକ୍ଷା ଏବଂ ଯୁବବର୍ଗଙ୍କ ପ୍ରତ୍ୟେକ ଯୁକ୍ତିଯୁକ୍ତ ଚିନ୍ତା ପ୍ରକାଶ କରିବା ପାଇଁ ସରକାର ଗୃହରେ ସମ୍ପୂର୍ଣ୍ଣ ଚର୍ଚ୍ଚା କରିବାକୁ ୧୦୦% ପ୍ରତିଶ୍ରୁତିବଦ୍ଧ। ଦେଶର ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ବଦଳରେ ସ୍ଥିରତା, ନାରାବାଜି ବଦଳରେ ସମାଧାନ ଏବଂ ବିଶୃଙ୍ଖଳା ବଦଳରେ ଦାୟିତ୍ୱବାନ ଆଚରଣ ପାଇବାର ହକଦାର। ସରକାର ସବୁପ୍ରକାର ଚର୍ଚ୍ଚା ପାଇଁ ଦ୍ୱାର ଖୋଲା ରଖିଥିଲେ ସୁଦ୍ଧା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ କେବଳ ବିବାଦ ଓ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛନ୍ତି। କେବଳ ଆକ୍ରୋଶ ପ୍ରକାଶ ନକରି ଛାତ୍ରଛାତ୍ରୀଙ୍କୁ ସଠିକ ଉତ୍ତର, ପରୀକ୍ଷା ପ୍ରଣାଳୀରେ ଆବଶ୍ୟକୀୟ ସଂସ୍କାର ଯୋଗାଇଦେବା ପାଇଁ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ପାଇଁ ଏହା ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ନୁହେଁ, ବରଂ ନିଜ ରାଜନୈତିକ ଫାଇଦା ପାଇଁ କଳିଝଗଡ଼ା ସୃଷ୍ଟି କରିବାର ଏକ ମାଧ୍ୟମ। ଆମ ସରକାର ଯୁବବର୍ଗଙ୍କ ଭବିଷ୍ୟତ ସହ କୌଣସି ବୁଝାମଣା ନକରି ସେମାନଙ୍କୁ ସ୍ୱଚ୍ଛତା, ସଂସ୍କାର ଏବଂ ନ୍ୟାୟ ଦେବା ପାଇଁ ସମ୍ପୂର୍ଣ୍ଣ ସଂକଳ୍ପବଦ୍ଧ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

by ସଂକ୍ଷିପ୍ତ ଖବର
July 22, 2026

-ସଂସଦରେ ସ୍ୱତନ୍ତ୍ର ଆଲୋଚନା ଦାବି କଲା ବିଜେଡି ଭୁବନେଶ୍ୱର:୨୨/୭-ଦିଲ୍ଲୀ ଯନ୍ତରମନ୍ତରରୁ ସଂସଦ ଅଭିମୁଖେ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣକୁ କଡ଼ା ନିନ୍ଦା...

Read more

ODISHA APPROVES ₹4,573CRORE INVESTMENT, CREATING

July 21, 2026

ଭୁବନେଶ୍ୱର, ଯାଜପୁର ଏବଂ ଭଦ୍ରକ ସମେତ ବିଭିନ୍ନ ସ୍ଥାନରେ ନିର୍ମିତ ହେବ ନୂତନ ମଡେଲ କାରାଗାର

July 21, 2026

ବାସ୍ତବ ସତ୍ୟକୁ ଲୁଚାଉଛନ୍ତି ସରକାର:ବିଜେଡି

July 20, 2026

ରଥଯାତ୍ରା-କେଉଁଟି ସତ ?

July 17, 2026

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com