-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
– ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ
-କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ
-ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ
-ଦଳାଚକଟାରେ ୨ଜଣଙ୍କ ମୃତ୍ୟୁ
-ପୁରୀ ଡ଼ାକ୍ତରଖାନାରେ ଶତାଧିକ ଆହତ ଓ ଅସୁସ୍ଥ
-ପୁରୀ ଗସ୍ତ ନେଇ ସମସ୍ତ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକଙ୍କୁ ଦିଆଗଲାନି ସୂଚନା
ଭୁବନେଶ୍ୱର, ୧୬/୭-ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅତ୍ୟନ୍ତ ଭକ୍ତି, ଭାବ, ଉତ୍ସାହ ସହିତ ଅନୁଷ୍ଠିତ ହୋଇଯାଇଛି। ଦିନସାରା ଲଗାଣ ବର୍ଷା ଏବଂ ପ୍ରତିକୂଳ ପାଗ ସତ୍ତ୍ୱେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ରାଜ୍ୟ, ଦେଶ ଏବଂ ବିଦେଶରୁ ପ୍ରାୟ ୮ ରୁ ୯ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ରଥ ଟଣା ସମେତ ରଥଯାତ୍ରା ସହ ଜଡିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଅନୁଷ୍ଠିତ ହୋଇଛି ଏବଂ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସମ୍ପନ୍ନ ହୋଇଛି ବୋଲି ବୋଲି ସୂଚନା ପ୍ରଦାନ କରାଯାଇଛି।

ଗୋବର୍ଦ୍ଧନ ପୀଠାଧୀଶ୍ୱର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ରଥ ନିକଟକୁ ଆସି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ରାଜ୍ୟ ସରକାର ରଥଯାତ୍ରାର ସଫଳ ପରିଚାଳନା ପାଇଁ ବ୍ୟାପକ ଏବଂ ବହୁସ୍ତରୀୟ ବ୍ୟବସ୍ଥା କରିଥିଲେ। ୨୪ ଘଣ୍ଟିଆ ପର୍ଯ୍ୟବେକ୍ଷଣ, ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ନିୟୋଜନ, ସିସିଟିଭି କଭରେଜ୍, ଘୋଷଣା ବ୍ୟବସ୍ଥା, ଟ୍ରାଫିକ ନିୟନ୍ତ୍ରଣ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ସୁବିଧା, ଜରୁରୀକାଳୀନ ଚିକିତ୍ସା ସହାୟତା ମାଧ୍ୟମରେ ଭକ୍ତମାନଙ୍କ ସୁରକ୍ଷିତ ଏବଂ ସୁବିଧାଜନକ ଦର୍ଶନକୁ ସୁବ୍ୟବସ୍ଥିତ କରାଯାଇଥିଲା। ଭକ୍ତଙ୍କ ବିପୁଳ ସମାଗମ ଓ ଲଗାଣ ବର୍ଷା ଯୋଗୁ କିଛି ସ୍ୱାସ୍ଥ୍ୟ ସମସ୍ୟା ନଜରକୁ ଆସିଥିଲା। ଏହି ସମୟରେ ୭ ଜଣ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିଥିଲେ ଏବଂ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ପୁରୁଷ ଭକ୍ତ ଦୁର୍ଭାଗ୍ୟବଶତଃ ମୃତ୍ୟୁବରଣ କରିଛନ୍ତି ତେବେ ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ।
ପୃଥକ ଭାବରେ ଆଉ ଏକ ଘଟଣାରେ, ଅନ୍ୟ ଜଣେ ଭକ୍ତଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ଲଗାଣ ବର୍ଷା ଯୋଗୁଁ ଅନେକ ଭକ୍ତ ଅସୁସ୍ଥ ହୋଇପଡ଼ିଥିଲେ, ସେମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ଯୋଗାଇ ଦିଆଯାଇଥିଲା ଏବଂ ଉପଯୁକ୍ତ ଚିକିତ୍ସା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିଲା। ଗୁଣ୍ଡିଚା ଯାତ୍ରା ଶାନ୍ତିପୂର୍ଣ୍ଣ, ଶୃଙ୍ଖଳିତ ଏବଂ ସୁପରିଚାଳିତ ହୋଇପାରିଛି। କୌଣସି ଦଳାଚକଟା ଘଟଣା ହୋଇନାହିଁ କିମ୍ବା ଭିଡ଼ ପରିଚାଳନାରେ କୌଣସି ଅସୁବିଧା ହୋଇନାହିଁ।


ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସେବାୟତଙ୍କୁ ହୃଦୟର ସହିତ କୃତଜ୍ଞତା ଜଣାଇଛନ୍ତି ଏବଂ ଲକ୍ଷ ଲକ୍ଷ ଭକ୍ତଙ୍କୁ ସେମାନଙ୍କର ଧୈର୍ଯ୍ୟ, ଶୃଙ୍ଖଳା ଏବଂ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି। ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ନିରାପତ୍ତା ଓ ସୁବିଧା ନିମନ୍ତେ ଭିତ୍ତିଭୂମି, ଜନସେବା ତଥା ନିରନ୍ତର ସେବା ଯୋଗାଣରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରାଯାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।ଭୁବନେଶ୍ୱର, ଜୁଲାଇ ୧୬: ପବିତ୍ର ରଥଯାତ୍ରା ଅବସରରେ ଗୁରୁବାର ଦିନ ପୁରୀରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତଙ୍କ ସହ ସାମିଲ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଭବ୍ୟ ରଥଯାତ୍ରାରେ ଯୋଗ ଦେଇଛନ୍ତି।