• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଥଇଥାନ ସହାୟତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Share on FacebookShare on TwitterShare on Whatsapp

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ, ୨୦୨୦ ଆରମ୍ଭ ହେବା ତାରିଖ ପୂର୍ବରୁ

ଥଇଥାନ ସହାୟତା ସମ୍ବନ୍ଧିତ ସମସ୍ତ ବିଚାରାଧୀନ ଆବେଦନ ୧୯୯୦ରେ ପ୍ରଚଳିତ ନିୟମ ଅନୁଯାୟୀ ବିଚାର କରାଯିବ

 

ଭୁବନେଶ୍ୱର:୨୧/୦୩-ମାର୍ଚ୍ଚ ୨୦ ତାରିଖରେ ରାଜ୍ୟ କ୍ୟାବିନେଟର ୧୬ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ଟି ବିଭାଗ ଯଥା:- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇସ୍ପାତ ଓ ଖଣି, ପୂର୍ତ୍ତ, ସାଧାରଣ ପ୍ରଶାସନ, ଜଳ ସଂପଦ, ପଞ୍ଚାୟତିରାଜ ଓ ପାନୀୟଜଳ, ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗର ୧୦ଟି ପ୍ରସ୍ତାବ ଅନୁମୋଦନ ଲାଭ କରିଛି।

1. ଓଡିଶାର ଜନସାଧାରଣଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଳିତ ଭାବେ ଲାଗୁ କରିବା ପାଇଁ ରାଜ୍ୟ ସରକାର ଜାତୀୟ ସ୍ଵାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି। ଏହି ନୂଆ ସମନ୍ୱିତ ଯୋଜନାରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟ ମାନେ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା (Cashless Treatment) ସୁବିଧା ପାଇବେ । ଏହା ସହ, ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସ୍କ, ଆର୍ଥିକ ବର୍ଗ ନିର୍ବିଶେଷରେ, ସମସ୍ତ ବ୍ୟକ୍ତି ମାନଙ୍କ ପାଇଁ ‘ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା’ ଲାଗୁ କରାଯିବ। ଏହା ଦ୍ଵାରା ସେମାନେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା ପାଇ ପାରିବେ ।

ଉଭୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ ହେଲେ (କ) ହିତାଧିକାରୀମାନେ ସାରା ଦେଶର ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇବେ। ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଏହି ସୁବିଧା ମିଳୁଥିଲା।
(ଖ) AB PMJAY କାର୍ଯ୍ୟାନ୍ୱୟନ ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କ ଠାରୁ କେନ୍ଦ୍ରୀୟ ଅଂଶଧନ ପାଇବେ। ସେହିପରି, ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାରେ ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସର ବ୍ୟକ୍ତିମାନେ ସାରା ଦେଶର ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ମୂଲ୍ୟର ଦେୟମୁକ୍ତ ଚିକିତ୍ସା ପାଇପାରିବେ । ଓଡ଼ିଶାର ଅଧିକ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ସାମିଲ ହେବାର ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ, ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ପରି ଚାଲୁରହିବ। ରାଜ୍ୟ କ୍ୟାବିନେଟ୍ AB PMJAY- GJAY ବାବଦକୁ ୫ ବର୍ଷ, ଅର୍ଥାତ ୨୦୨୫-୨୬ ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୨୭ ହଜାର ୧୯ କୋଟି ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ କରିଛନ୍ତି।

2. ଖଣି କାର୍ଯ୍ୟ ଯୋଗୁଁ ଖଣି ଅଞ୍ଚଳରେ କ୍ଷତିଗ୍ରସ୍ତ ପରିବାରକୁ ଆଶ୍ୱସ୍ତି ଦେବା ପାଇଁ ଓଡ଼ିଶା ଜିଲ୍ଲା ଖଣିଜ ଫାଉଣ୍ଡେସନ ନିୟମ-୨୦୧୫ ପ୍ରଣୟନ କରାଯାଇଥିଲା। ଖଣି ଅଞ୍ଚଳରେ ରହୁଥିବା ପରିବାର ମାନେ କେବଳ ଜମି ନୁହେଁ ବରଂ ତାଙ୍କର ଜୀବିକା ଓ ତାଙ୍କର ପରିଚୟ ମଧ୍ୟ ହରାଇଛନ୍ତି । ଖଣି କାର୍ଯ୍ୟ ଫଳରେ ଉପୁଜୁଥିବା ପରିବେଶ ଅବକ୍ଷୟ ଯୋଗୁଁ ସେମାନେ ଏହାର ନକାରାତ୍ମକ ପ୍ରଭାବର ସମ୍ମୁଖୀନ ହେଉଛନ୍ତି। ଏହି ପ୍ରତିକୂଳ ପ୍ରଭାବରୁ ମୁକୁଳିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ଜିଲ୍ଲା ଖଣିଜ ଫାଉଣ୍ଡେସନ ପାଣ୍ଠି (DMF) ଗଠନ କରାଯାଇଥିଲା। ଏହି ପାଣ୍ଠି ପ୍ରଭାବିତ ଅଞ୍ଚଳରେ ରହୁଥିବା ପରିବାରର ହିତ ପାଇଁ ବ୍ୟବହୃତ ହେଉଛି । ଏହି ବ୍ୟବସ୍ଥା ଗୁଡ଼ିକୁ ଅଧିକ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ପ୍ରଚଳିତ DMF ନିୟମରେ ଆବଶ୍ୟକ ସଂଶୋଧନ କରିଛନ୍ତି । ଏହି ସଂଶୋଧନରେ ଅନେକ ନୂତନ କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ ହୋଇଛି ଯାହା ଏ ପର୍ଯ୍ୟନ୍ତ ଉପଲବ୍ଧ ନଥିଲା । ଏହା ଦ୍ଵାରା ଖଣି ଅଞ୍ଚଳରେ ପ୍ରଭାବିତ ପରିବାର ବର୍ଗ ବହୁ ମାତ୍ରାରେ ଉପକୃତ ହେବେ। ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ ତାଲିକା କେବଳ DMF ଟ୍ରଷ୍ଟ ନିର୍ଦ୍ଧାରଣ କରିବ ଏବଂ ଏହାକୁ ଅନ୍ୟ କେହି ନିର୍ଦ୍ଧାରଣ କିମ୍ବା ହସ୍ତକ୍ଷେପ କରିପାରିବେ ନାହିଁ । ସେହିପରି ଖଣି ପ୍ରଭାବିତ ପରିବାରର ସ୍ୱାର୍ଥରକ୍ଷା ପାଇଁ ପୂର୍ବ ନିୟମ ତୁଳନାରେ ଅନେକ ଉନ୍ନତି କରାଯାଇଛି । ଏହା ଦ୍ୱାରା ପରିବାର ଗୁଡ଼ିକୁ ଲାଭଜନକ ଜୀବିକା, ଦକ୍ଷତା ବିକାଶ, କୃଷି ସହାୟତା ଇତ୍ୟାଦି ମିଳିପାରିବ। ସଂଶୋଧିତ ନିୟମାବଳୀ ଅନୁସାରେ ସିଧାସଳଖ ପ୍ରଭାବିତ (Directly affected) ଅଞ୍ଚଳ ସୀମା ୧୦ କିଲୋମିଟରରୁ ବୃଦ୍ଧି କରି ୧୫ କିଲୋମିଟରକୁ କରାଯାଇଛି। ସେହିପରି ପରୋକ୍ଷ ପ୍ରଭାବିତ (Indirectly Affected) ଅଞ୍ଚଳର ସର୍ବାଧିକ ସୀମା ୨୫ କିଲୋମିଟରରେ ସୀମିତ ରଖାଯାଇଛି। ଏହି ପାଣ୍ଠି ସେହି ଲୋକମାନଙ୍କ ପାଇଁ ବ୍ୟବହୃତ ହେବ, ଯେଉଁ ମାନେ ପ୍ରକୃତରେ ଖଣି ସମ୍ବନ୍ଧୀୟ କାର୍ଯ୍ୟ ଯୋଗୁଁ ପ୍ରତିକୂଳ ଭାବେ ପ୍ରଭାବିତ ହୁଅନ୍ତି | କ୍ୟାବିନେଟ୍ ଏହି ସନ୍ଦର୍ଭରେ ଏକ ଗୁରୁତ୍ବପୂର୍ଣ ନିଷ୍ପତ୍ତି ନେଇଛନ୍ତି। ଖଣି-ଖାଦାନ ସୀମାଠାରୁ ପାଞ୍ଚ କିଲୋମିଟର ଅଞ୍ଚଳ ମଧ୍ୟରେ DMF ପାଣ୍ଠି ଦ୍ୱାରା ସ୍ଥିର କରାଯାଇଥିବା ସମସ୍ତ ଉନ୍ନୟନମୂଳକ ଏବଂ କଲ୍ୟାଣମୂଳକ କାର୍ଯ୍ୟ Saturation Mode ରେ କରାଯିବ।

୩. ସରକାର କ୍ୟାବିନେଟରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଆମେ ସମସ୍ତେ ଅନୁଭବ କରୁ ଯେ, ଯେତେବେଳେ ଗୋଟିଏ ପରିବାର ମୁଖିଆ ମୃତ୍ୟୁ ବରଣ କରନ୍ତି, ତାଙ୍କ ପରିବାର ଅସହାୟ ହୋଇଯାଏ। ପରିବାର ବିପନ୍ନ ଅବସ୍ଥାକୁ ଚାଲିଯାଏ। ଆଗରୁ, ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ, ବିପନ୍ନ ପରିବାରକୁ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାର ଓଡ଼ିଶା ସିଭିଲ ସର୍ଭିସ (ଥଇଥାନ ସହାୟତା) ନିୟମ, ୧୯୯୦ ଅନୁଯାୟୀ, ପରିବାରର ଜଣେ ସଦସ୍ୟଙ୍କୁ ସରକାର, Group C କିମ୍ବା Group D ରେ ନିଯୁକ୍ତି ଦେଉଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ବିପର୍ଯ୍ୟୟ ପ୍ରମାଣପତ୍ର ଆଧାରରେ ଏଭଳି ନିଯୁକ୍ତି ଦିଆଯାଉଥିଲା। ଦୁର୍ଭାଗ୍ୟ ବଶତଃ ୨୦୨୦ ମସିହାରେ ତତ୍କାଳୀନ ସରକାର ନୂତନ ନିୟମାବଳୀ ପ୍ରଣୟନ କରିଥିଲେ ଏବଂ ବିପର୍ଯ୍ୟୟ ପ୍ରମାଣ ପତ୍ର ବଦଳରେ ମାର୍କିଂ ସିଷ୍ଟମ ଲଗାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯେଉଁ ସରକାରୀ କର୍ମଚାରୀ 1990 ରୁ 2020 ମସିହା ଭିତରେ ମୃତ୍ୟୁ ବରଣ କରିଥିଲେ ସେମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ନୂଆ ନିୟମାବଳୀର ପରିସରଭୁକ୍ତ କରିଦେଲେ। ଅନେକ ପରିବାର ଏହି ସହାୟତାରୁ ବଞ୍ଚିତ ହୋଇ ନିଯୁକ୍ତି ଦାବୀ କରି ଆସୁଛନ୍ତି ଏବଂ ଅନେକ କେସ୍ ମଧ୍ୟ ଫାଇଲ୍ କରିଛନ୍ତି। କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି ଯେ, ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ, ୨୦୨୦ ଆରମ୍ଭ ହେବା ତାରିଖ ପୂର୍ବରୁ, ଥଇଥାନ ସହାୟତା ସମ୍ବନ୍ଧିତ ସମସ୍ତ ବିଚାରାଧୀନ ଆବେଦନ 1990ରେ ପ୍ରଚଳିତ ନିୟମ ଅନୁଯାୟୀ ବିଚାର କରାଯିବ। ଏହା ଦ୍ୱାରା ୨୦୨୦ ମସିହାର ନିୟମ ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁହେବ ଏବଂ ଥଇଥାନ ସହାୟତା ଯୋଜନାରେ ୧୯୯୦ ନିୟମ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ। ଏହାଦ୍ୱାରା ଅନେକ ପରିବାର ଆଶ୍ୱସ୍ତି ପାଇବେ ଏବଂ ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟରେ ବିଚାରାଧୀନ ଥିବା ଅନେକ ମାମଲା ହ୍ରାସ ପାଇବ। ଏହା ଆମ ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ ଏବଂ ଏହା ମୃତ କର୍ମଚାରୀଙ୍କ ପରିବାରକୁ ସମ୍ମାନର ସହ ବଞ୍ଚିବା ପାଇଁ ଆମ ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରେ ।

୪. ରାଜ୍ୟ କ୍ୟାବିନେଟ ‘ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫’ର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ସମଗ୍ର ଓଡ଼ିଶାରେ ରାସ୍ତା ନେଟୱାର୍କର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ପାଇଁ ପରିକଳ୍ପନା କରାଯାଇଛି । ଏହି ନୀତି ଏକ ଗୁଣାତ୍ମକ ସଡ଼କ ନେଟୱାର୍କ ପାଇଁ ଏକ ଢାଞ୍ଚା ପ୍ରଦାନ କରିବ ଯାହା ଜନସାଧାରଣ ଓ ବିଭିନ୍ନ ଦ୍ରବ୍ୟର ସୁରକ୍ଷିତ, ସ୍ଥାୟୀ ଏବଂ ଦକ୍ଷ ପରିବହନ ପାଇଁ ସଡକ ପଥର ସମୁଚିତ ବିକାଶକୁ ଏକ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବ।

ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫ର କେତେକ ପ୍ରମୁଖ ବୈଶିଷ୍ଟ୍ୟ ଗୁଡ଼ିକ ହେଉଛି- :(କ) ରାସ୍ତା ଗୁଡ଼ିକର ଆନ୍ତଃ-ବିଭାଗୀୟ ହସ୍ତାନ୍ତର ପାଇଁ ନିର୍ଦ୍ଦେଶାବଳୀ ନିର୍ଣ୍ଣୟ। (ଖ) ରାସ୍ତା ଭିତ୍ତିଭୂମି ପରିଚାଳନା ପାଇଁ ପର୍ଯ୍ୟାପ୍ତ ଏବଂ ସ୍ଥାୟୀ ପାଣ୍ଠି ଯୋଗାଇବା ଏବଂ ରାସ୍ତା ଭିତ୍ତିଭୂମିର ରକ୍ଷଣାବେକ୍ଷଣ। (ଗ) ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ କରିବା ପାଇଁ ସଡ଼କ ନେଟୱାର୍କର ସୁରକ୍ଷାର ଉନ୍ନତିକରଣ । (ଘ) ଯୋଜନା, ଡିଜାଇନ୍, କ୍ରୟ, ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ ପ୍ରକଳ୍ପ ପରିଚାଳନାରେ ସଡ଼କ କ୍ଷେତ୍ର ସଂଗଠନର କ୍ଷମତାକୁ ସୁଦୃଢ଼ କରିବା । (ଙ) ପ୍ରସ୍ତାବିତ ଓଡ଼ିଶା ରାଜ୍ୟ ସଡ଼କ ନୀତି-୨୦୨୫ରେ ରାଜ୍ୟରେ ସେତୁ ବିକାଶ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ଏହି ନୀତିରେ ରାଜ୍ୟର ସମସ୍ତ ସେତୁର ସବିଶେଷ ସୂଚନାକୁ ଏକ ଅନଲାଇନ୍ ପ୍ଲାଟଫର୍ମରେ ସଂଗ୍ରହ ପାଇଁ ‘ଅନଲାଇନ୍ ସେତୁ ସୂଚନା ପ୍ରଣାଳୀ’ (Comprehensive Online Bridge Information System-BIS) ବିକଶିତ କରାଯିବ। ଆଧୁନିକ ପ୍ରକ୍ରିୟାରେ ସେତୁଗୁଡ଼ିକର ବାର୍ଷିକ ମୂଲ୍ୟାଙ୍କନ କରାଯିବ। ସେତୁ ଗୁଡ଼ିକର ଅବସ୍ଥାର ମୂଲ୍ୟାଙ୍କନ ରିପୋର୍ଟ ନିୟମିତ ଭାବରେ ଅନଲାଇନ୍ Bridge Information System ଓ Odisha Road Asset Management System ରେ ଅପଡେଟ୍ କରାଯିବ।

୫. ରାଜ୍ୟର ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ସବୁ ଦିନିଆ ରାସ୍ତା ନିର୍ମାଣ ଏବଂ ରକ୍ଷଣା ବେକ୍ଷଣ ଅତ୍ୟନ୍ତ ଜରୁରୀ। ରାଜ୍ୟ ସରକାର ସମଗ୍ର ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱ ସ୍ତରୀୟ ରାସ୍ତା ନେଟୱାର୍କ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖି ବିଭିନ୍ନ ଉଚ୍ଚ ମୂଲ୍ୟର ପ୍ରକଳ୍ପ ଗୁଡ଼ିକୁ ସୁଗମ ଏବଂ ସାମଗ୍ରିକ ଭାବରେ କାର୍ଯ୍ୟକାରୀ କରିବାକୁ ଚିନ୍ତା କରୁଛନ୍ତି। ଓଡ଼ିଶାରେ ଦକ୍ଷ ଏବଂ ସୁରକ୍ଷିତ ରାସ୍ତା ଭିତ୍ତିଭୂମିର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବା ପାଇଁ ଗତକାଲି ରାଜ୍ୟ କ୍ୟାବିନେଟ “ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-2025” କୁ ଅନୁମୋଦନ କରିଛନ୍ତି । ଏଥିରେ “ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ” ନାମରେ ଏକ ସ୍ୱୟଂଶାସିତ ସଂସ୍ଥା ଗଠନ କରିବାର ବ୍ୟବସ୍ଥା ଅଛି । ଏହା ଦ୍ୱାରା ବୃହତ୍ ସଡ଼କ ପ୍ରକଳ୍ପ ଗୁଡିକର ସାମଗ୍ରିକ ବିକାଶ ସାଧିତ ହେବ।

୬. କେନ୍ଦ୍ର / ରାଜ୍ୟ ସରକାରୀ ଉଦ୍ୟୋଗ, କେନ୍ଦ୍ର / ରାଜ୍ୟ ସରକାରୀ ୟୁନିଟ୍ / ସଂଗଠନ ଏବଂ ଘରୋଇ ଶିଳ୍ପ, ବାଣିଜ୍ୟିକ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନର ବକେୟା ଜଳକର ଆଦାୟ କରିବା ପାଇଁ ଜଳ ସମ୍ପଦ ବିଭାଗ ଦ୍ଵାରା ଆଗତ ଏକ କାଳୀନ ସମାଧାନ ଯୋଜନା (One Time Settlement scheme) ର ଅବଧି ୩୧ ମେ ୨୦୨୫ ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ପାଇଁ ନିଷ୍ପତି ନିଆଯାଇଛି ।

୭. ଦୀର୍ଘସ୍ଥାୟୀ ତଥା ବହୁମୁଖୀ ବିକାଶମୂଳକ ପ୍ରକଳ୍ପମାନ କାର୍ଯ୍ୟକାରୀ କରି ଗ୍ରାମୀଣ ଓଡ଼ିଶାର ତ୍ୱରିତ ଅଭିବୃଦ୍ଧି ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମିର ବିକାଶ କରିବା ହେଉଛି “ବିକଶିତ ଗାଁ ବିକଶିତ ଓଡିଶା” ଯୋଜନାର ପ୍ରମୁଖ ଉଦ୍ଦେଶ୍ୟ। “ବିକଶିତ ଗାଁ ବିକଶିତ ଓଡିଶା” କାର୍ଯ୍ୟକ୍ରମର ପରିସରକୁ ବ୍ୟାପକ କରିବା ପାଇଁ କ୍ୟାବିନେଟ୍ ବୈଠକରେ ନିମ୍ନଲିଖିତ ନିର୍ଦ୍ଦେଶାବଳୀକୁ ଯୋଡିବାକୁ ଅନୁମୋଦନ କରିଛି । ଏହି ଯୋଜନା ଅନ୍ତର୍ଗତ ପ୍ରକଳ୍ପ ତାଲିକାକୁ ଅନୁମୋଦନ ଦେବା ସମୟରେ ଯଦି ବାର୍ଷିକ କାର୍ଯ୍ୟ ଯୋଜନାରେ କିଛି ଆବଶ୍ୟକ ପ୍ରକଳ୍ପ ସ୍ଥାନ ପାଇ ନଥିବା ସମ୍ପୃକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚର ହୁଏ, ତେବେ ସେହି ପ୍ରକଳ୍ପ ଗୁଡିକୁ ଏହି ଯୋଜନାରେ ଜିଲ୍ଲାପାଳ ଅନ୍ତର୍ଭୁକ୍ତ କରିପାରିବେ।
ଏତଦ୍ ବ୍ୟତୀତ ମାନ୍ୟବର ବିଧାୟକଙ୍କ ଦ୍ଵାରା ପ୍ରସ୍ତାବିତ କୌଣସି ଆବଶ୍ୟକ ପ୍ରକଳ୍ପ ଯଦି ପ୍ରକଳ୍ପ ତାଲିକାରେ ନଥାଏ, ତେବେ ଜିଲ୍ଲାପାଳ ଉକ୍ତ ପ୍ରକଳ୍ପଗୁଡିକୁ ବାର୍ଷିକ କାର୍ଯ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରିପାରିବେ। ଏହି ପ୍ରକଳ୍ପଗୁଡିକ ମାର୍ଗଦର୍ଶୀକାରେ ଉଲ୍ଲେଖିତ ସମସ୍ତ ମାନଦଣ୍ଡ ପୂରଣ କରି ପାରୁଥିବା ଆବଶ୍ୟକ ଏବଂ ଏହା ଏକ ଆର୍ଥିକ ବର୍ଷରେ ବ୍ଲକ/ଗ୍ରାମପଞ୍ଚାୟତ କୁ ଦିଆଯାଇଥିବା ମୋଟ ଅନୁଦାନର ୪୦ ପ୍ରତିଶତରୁ ଅଧିକ ହୋଇନଥିବା ଆବଶ୍ୟକ ।

୮. The Odisha Prevention of Land Encroachment Act, 1972ର ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଯଦି ଜଣେ ବ୍ୟକ୍ତିଙ୍କର ଏବଂ ତାଙ୍କ ସହ ଏକାନ୍ନବର୍ତ୍ତୀ ପରିବାରରେ ବାସ କରୁଥିବା ସମସ୍ତ ସଦସ୍ୟଙ୍କର ରାଜ୍ୟର କୌଣସି ସ୍ଥାନରେ ଘରବାରି ଜମି ନଥିବ, ସେ ବ୍ୟକ୍ତିଙ୍କୁ “ଘରବାରିହୀନ ବ୍ୟକ୍ତି” ଭାବରେ ପରିଗଣିତ କରାଯାଉଅଛି।
କ୍ୟାବିନେଟର ଅନୁମୋଦିତ ପ୍ରସ୍ତାବ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କର 1 ଏକରର 25 ଭାଗରୁ ଏକ ଭାଗ ଠାରୁ କମ ପରିମାଣର ଘରବାରି ଜମି ଥିବ, ସେହି ବ୍ୟକ୍ତି ମଧ୍ୟ “ଘରବାରିହୀନ ବ୍ୟକ୍ତି” ଭାବରେ ପରିଗଣିତ ହେବେ ଏବଂ 1 ଏକରର 25 ଭାଗରୁ ଏକ ଭାଗ ଠାରୁ ତାଙ୍କର ଯେତିକି ଜମି କମ୍ ଅଛି, ତାଙ୍କୁ ସମପରିମାଣର ଜମି ତାଙ୍କୁ ଯୋଗାଇ ଦିଆଯିବ । ସେହିଭଳି ଯଦି ଜଣେ “ଘରବାରିହୀନ ବ୍ୟକ୍ତି” କୌଣସି ସରକାରୀ ଜମିକୁ ଅନଧିକୃତ ଦଖଲରେ ରଖି ଉକ୍ତ ଜମିକୁ ଘରବାରି ଉଦ୍ଦେଶ୍ୟରେ ବ୍ୟବହାର କରୁଥିବେ, ତେବେ ଜମି ମଧ୍ୟରୁ ଅତି ବେଶୀରେ 1 ଏକରର 25 ଭାଗରୁ ଏକ ଭାଗ ଜମି ତାଙ୍କ ସପକ୍ଷରେ ବନ୍ଦୋବସ୍ତ କରାଯାଇ ପାରିବ ଏବଂ ଉକ୍ତ ଜମିକୁ ସେ ହସ୍ତାନ୍ତର କରିପାରିବେ ନାହିଁ।

୯. ଓଡିଶା ପ୍ରଶାସନିକ ସେବା, ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ) (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ-2014 ଅନୁଯାୟୀ, ଓଡିଶା ପ୍ରଶାସନିକ ସେବା କ୍ୟାଡରରେ ନିଯୁକ୍ତ ଅଧିକାରୀମାନଙ୍କୁ ସେମାନଙ୍କ ପ୍ରୋବେସନ ସମୟରେ ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁସାରେ ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡିଥାଏ। ଇଣ୍ଡିଆନ୍ ପେନାଲ୍ କୋଡ୍ (IPC), କୋଡ୍ ଅଫ କ୍ରିମିନାଲ ପ୍ରୋସିଜ୍ୟୁର (CrPC) ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା (BNS) 2023, ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) 2023 ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA) 2023 କାର୍ଯ୍ୟକାରୀ କରାଯିବା ହେତୁ, ଓଡ଼ିଶା ପ୍ରଶାସନିକ ସେବା, ଗ୍ରୁପ- ଏ (ଜୁନିୟର ଶାଖା) (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, 2014 ର ପରିଶିଷ୍ଟ-II ରେ ଥିବା ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ଆବଶ୍ୟକୀୟ ପରିବର୍ତ୍ତନ କରିବାର ଆବଶ୍ୟକତା ଥିଲା। ତଦନୁଯାୟୀ,ଓଡିଶା ପ୍ରଶାସନିକ ସେବା, ଗ୍ରୁପ୍-ଏ (ଜୁନିୟର ବ୍ରାଞ୍ଚ)(ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, 2014ର ପରିଶିଷ୍ଟ-II ରେ ଥିବା ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ଆବଶ୍ୟକୀୟ ସଂଶୋଧନ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛନ୍ତି ।

୧୦. ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍- ବି (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, 2016 ଅନୁସାରେ, ଓଡ଼ିଶା ରାଜସ୍ୱ ସେବା କ୍ୟାଡରରେ ନିଯୁକ୍ତ ଅଧିକାରୀମାନଙ୍କୁ ସେମାନଙ୍କ ପ୍ରଶିକ୍ଷଣ ସମୟରେ ନିର୍ଦ୍ଧାରିତ ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିଥାଏ ।ଇଣ୍ଡିଆନ ପେନାଲ କୋଡ (IPC), କୋଡ ଅଫ କ୍ରିମିନାଲ ପ୍ରୋସିଜ୍ୟୁର (CrPC) ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ, ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା (BNS), ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA) କାର୍ଯ୍ୟକାରୀ କରାଯିବା ହେତୁ, ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍- ବି (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, 2016ର ପରିଶିଷ୍ଟ-II ରେ ଥିବା ବିଭାଗୀୟ ପରୀକ୍ଷାର ପାଠ୍ୟକ୍ରମରେ ଅବଶ୍ୟକୀୟ ପରିବର୍ତ୍ତନ କରିବାର ଆବଶ୍ୟକତା ଥିଲା । ତଦନୁଯାୟୀ, ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ୍- ବି (ପ୍ରୋବେସନ ଏବଂ ବିଭାଗୀୟ ପରୀକ୍ଷା) ନିୟମାବଳୀ, 2016 ର ପରିଶିଷ୍ଟ-IIରେ ଥିବା ପାଠ୍ୟକ୍ରମର ଅବଶ୍ୟକୀୟ ସଂଶୋଧନ କରିବା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛନ୍ତି।

 

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com