ଭୁବନେଶ୍ୱର:୨୫/୩- ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ୭ଟି କାର୍ୟ୍ୟ ଦିବସ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ କଂଗ୍ରେସ ବିଧାୟକମାନେ ହେଉଛନ୍ତି ରାମଚନ୍ଦ୍ର କାଡ଼ାମ୍, ସତ୍ୟଜିତ ଗମାଙ୍ଗ, ରାଜନ୍ ଏକ୍କା, ପବିତ୍ର ସାଉଁନ୍ତା, ସୋଫିଆ ଫିରଦୋସ୍, ଅଶୋକ ଦାସ, ଦାଶରଥୀ ଗମାଙ୍ଗ, କାଡ୍ରାକା ଅପାଲା ସ୍ୱାମୀ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ନୀଳମାଧବ ହିକକା ଓ ସାଗର ଦାସ।
ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ରମେଶ ଜେନା ଏଥିରୁ ବାଦ ପଡିଛନ୍ତି। ଏହାର ପ୍ରତିବାଦରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗରେ ଧାରଣା ଦେଇଥିବା ବେଳେ ସେମାନଙ୍କୁ ବାହାର କରିବା ପାଇଁ ବାଚସ୍ପତି ମାର୍ଶାଲଙ୍କୁ ନିର୍ଦେଶ ଦେଇଥିଲେ।
ମହିଳା ସୁରକ୍ଷା ପ୍ରସଙ୍ଗରେ ଗୃହ କମିଟି ଗଠନ ପାଇଁ କଂଗ୍ରେସ ବିଧାୟକମାନେ ଚାରି ଦିନ ହେଲା ଜିଦ କରି ଆସୁଥିଲେ। ବାଚସ୍ପତି ଶୁଣୁ ନ ଥିବାରୁ ଆଜି ସେମାନେ ଗୃହ କାର୍ଯ୍ୟ ଚଳାଇ ଦେଇ ନ ଥିଲେ। ଘଣ୍ଟ, ଝାଞ୍ଜ, ଗିନି, ତୁରି ବଜାଇ ପ୍ରତିବାଦ ଜାରି ରଖିଥିଲେ। ଫଳରେ ବିଧାନସଭାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ସୂଚନାଯୋଗ୍ୟ ଯେ ପୂର୍ବରୁ ବାଚସ୍ପତି ତାରା ପ୍ରସାଦ ବାହିନୀପତିଙ୍କୁ ବାଚସ୍ପତି ୭ ଦିନ ପାଇଁ ନିଲମ୍ବିତ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପାଳନ କରୁନାହାନ୍ତି ସରକାରୀ ଅଧିକାରୀ
ମାସ ମାସ ଧରି ପଡ଼ିରହୁଛି ଚିଠି
Read more