• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଆଜିଠାରୁ ଆରମ୍ଭ ହେଲା ‘ଶୂନ ଦୁର୍ଘଟଣା ଦିବସ’

Share on FacebookShare on TwitterShare on Whatsapp

୫୭୫.୭୭ କୋଟି ଟଙ୍କାର ସଡ଼କ ସୁରକ୍ଷା ସମ୍ପର୍କିତ ୫୫ଟି କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର:3/6-ଦୁର୍ଘଟଣା କେବଳ ପରିବାର କି ରାଜ୍ୟ ନୁହେଁ ସମଗ୍ର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ। ଏହା କୌଣସି ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ସାମଗ୍ରୀକ କ୍ଷତି। ତେଣୁ ମୋର ସମସ୍ତଙ୍କୁ ଅନୁରୋଧ, ଘରୁ ବାହରିବାଠୁଁ ନେଇ ଫେରିବା ପର୍ଯ୍ୟନ୍ତ ସଡ଼କର ସମସ୍ତ ନିୟମ ସଠିକ୍‍ ଭାବେ ପାଳନ କରନ୍ତୁ ଓ ସୁରକ୍ଷିତ ଭାବେ ଘରକୁ ଫେରିବା ନିଶ୍ଚିତ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୂନ ଦୁର୍ଘଟଣା ଦିବସର ଶୁଭାରମ୍ଭ ଅବସରରେ ଉଦବୋଧନ ଦେଇ କହିଛନ୍ତି। ସୂଚନାଯୋଗ୍ୟ ଯେ, ସଡ଼କରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସୁରକ୍ଷିତ ଜୀବନ ପାଇଁ ଏକ ସାମୂହିକ ପ୍ରତିବଦ୍ଧତାର ସଂକଳ୍ପ ସ୍ୱରୂପ IIT ମାଡ୍ରାସ ସହଯୋଗରେ ଆଜିଠୁ ଆରମ୍ଭ ହୋଇ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ‘ଶୂନ ଦୁର୍ଘଟଣା ଦିବସ’।

ଲୋକସେବା ଭବନ କନଭେନ୍‍ସନ୍‍ ସେଣ୍ଟର ଠାରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ଶୂନ ଦୁର୍ଘଟଣା ଦିବସ ଏବଂ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ସାରା ଭାରତରେ ଦୁର୍ଘଟଣା ଜନିତ ମୃତ୍ୟୁ ବହୁତ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଆମ ଦେଶରେ ଦୁର୍ଘଟଣା ବଶତଃ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୭୫.୨ ପ୍ରତିଶତ କାରଣ ହେଉଛି ଦ୍ରୁତ ଗତିରେ ଗାଡ଼ି ଚାଳନା। ଗାଡ଼ି ଚାଳନାର ଗୋଲଡେନ ରୁଲ Speed thrills, but it also kills କୁ ଚାଳକମାନେ ଭୁଲି ଯାଉଛନ୍ତି। ଏଥିସହିତ ଭୁଲ ପାର୍ଶ୍ୱରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା ଓ ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାର ଯୋଗୁଁ ଦୁର୍ଘଟଣା ଜନିତ ମୃତ୍ୟୁ ମଧ୍ୟ ଘଟୁଛି। ଏ ସବୁ ବିଷୟରେ ସତର୍କ ରହିବା ଏବଂ ଏସବୁ ଭୁଲରୁ ଦୂରେଇ ରହିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୪ କୋଟି ଟଙ୍କା ବିନିଯୋଗରେ ସୋନପୁର, ଚଣ୍ଡୀଖୋଲ, ଭଞ୍ଜନଗର, ମୟୁରଭଞ୍ଜ, ରାଇରଙ୍ଗପୁର, ବଲାଙ୍ଗୀର, ତାଳଚେର, ମାଲକାନଗିରି, ନୟାଗଡ଼, ନବରଙ୍ଗପୁର ଓ ଦେବଗଡ଼ରେ ୧୧ ଟି ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷଣ ବ୍ୟବସ୍ଥା (ADTS)ର ଶୁଭାରମ୍ଭ କରିଥିଲେ। ଏଥି ସହିତ ୨୧୫ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ଡ୍ରାଇଭିଂ ଇଲୋକ୍ଟ୍ରନିକ ଏନଫୋର୍ସମେଣ୍ଟ ଟୁ ସେଭ ହ୍ୟୁମାନ୍ ଲାଇଭ୍ସ ବା ଦିଶା ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଥିଲେ। ଏହା ରାଜ୍ୟର ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥର ୪୮୫ କିଲୋମିଟର ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ । ଏହା ସହିତ ୧୦୦୭ କିଲୋମିଟର ଅଞ୍ଚଳରେ ଏହି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ପାଇଁ ଶିଳାନ୍ୟାସ ମଧ୍ୟ କରାଯାଇଛି। ଏହି ବ୍ୟବସ୍ଥା ଫଳରେ ସଡ଼କ ସୁରକ୍ଷା ନିୟମ ପାଳନ କରୁନଥିବା ଚାଳକଙ୍କ ବିରୁଦ୍ଧରେ ସ୍ୱୟଂକ୍ରିୟ ପ୍ରଣାଳୀରେ ଇ-ଚାଲାଣ କଟିବ। ଯାଜପୁର ଜିଲ୍ଲାରେ ଦ୍ୱିତୀୟ ପଞ୍ଜୀକୃତ ଯାନ ସ୍କ୍ରାପିଂ କେନ୍ଦ୍ର ମଧ୍ୟ ଉଦ୍‍ଘାଟିତ ହୋଇଛି ।

କଟକ ଠାରେ ରାଜ୍ୟର ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ ସହିତ ଆହୁରି ୨୦ଟି ସ୍ଥାନରେ ଏହି କେନ୍ଦ୍ର ସ୍ଥାପନ ପାଇଁ ଶିଳାନ୍ୟାସ କରାଯାଇଛି। ଏଥିପାଇଁ ୨୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ମୁଖ୍ୟମନ୍ତ୍ରୀ ୨୭.୩ କୋଟି ଟଙ୍କା ବ୍ୟୟରେ ପୁରୀରୁ ଅଯୋଧ୍ୟା, ତିରୁପତ , ଉଜୟିନୀ, ହାଇଦ୍ରାବାଦ, ଭିଲାଇ, ଭୁବନେଶ୍ୱରରୁ ବିଶାଖାପାଟଣା, ଭବାନୀପାଟଣାରୁ ହାଇଦ୍ରାବାଦ ଏବଂ ରାଇଘରରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ୧୫ ଟି ସୁପର ପ୍ରିମିୟମ ଭୋଲଭୋ ବସ୍‍ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‍ର ଶୁଭାରମ୍ଭ କରିଥିଲେ। ଭଦ୍ରକ ଜିଲ୍ଲାର ବାସୁଦେବପୁର ଓ ଧାମରା ଏବଂ ବାଲେଶ୍ୱର ଜିଲ୍ଲା ବସ୍ତା ଠାରେ ନିର୍ମିତ ଅଟଳ ବସ୍‍ଷ୍ଟାଣ୍ଡକୁ ମଧ୍ୟ ଶୁଭାରମ୍ଭ କରିବା ସହିତ OSRTC ର ସମନ୍ୱିତ ପରିବହନ ପରିଚାଳନା ବ୍ୟବସ୍ଥା (ITMS) ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର (ICCC) ର ଲୋକାର୍ପଣ କରିଥିଲେ ।

ପ୍ରାୟ ୫୭୫.୭୭ କୋଟି ଟଙ୍କା ମୂଲ୍ୟର ସଡ଼କ ସୁରକ୍ଷା ସମ୍ପର୍କିତ ୫୫ଟି କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଆଜି ଶୁଭାରମ୍ଭ ହୋଇଛି । ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ଅଟଳ ବସ୍‍ଷ୍ଟାଣ୍ଡ, ITMS ଏବଂ ICCC ର ଲୋକାର୍ପଣ ଓଡ଼ିଶାର ଗମନାଗମନ ବ୍ୟବସ୍ଥାରେ ଆଉ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଶେଷରେ ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ପ୍ରତି ସମସ୍ତେ ସଚେତନ ହେବା ପାଇଁ ଆହ୍ୱାନ ଦେଇ ସୁରକ୍ଷିତ ଭାବେ ଗାଡ଼ି ଚାଳନା କରିବା ପାଇଁ କହିଥିଲେ।

ସଡକ ସୁରକ୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ଶୂନ ଦୁର୍ଘଟଣା ଦିବସ ପାଳନର ବ୍ରାଣ୍ଡ ଆମ୍ୱାସଡର ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏବଂ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସଡ଼କ ସୁରକ୍ଷା ସମ୍ୱନ୍ଧିତ ସଚେତନତା ବାର୍ତ୍ତା ଦେଇଥିଲେ।
କାର୍ଯ୍ୟକ୍ରମରେ ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପରିବହନ କମିଶନର ଅମିତାଭ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com