ଭୁବନେଶ୍ୱର:5/6- ଦ୍ୱିତୀୟ ବିବାହ କରିଛନ୍ତି ବିଜେଡିର ପୂର୍ବତନ ସାଂସଦ ପିନାକୀ ମିଶ୍ର । ୬୫ ବର୍ଷୀୟ ପିନାକୀ ମିଶ୍ର ୫୦ ବର୍ଷୀୟା ସାଂସଦ ମହୁଆ ମୋଇତ୍ରଙ୍କୁ ବାହା ହୋଇଛନ୍ତି। ଗତ ମେ ମାସ ୩୦ ତାରିଖରେ ଜର୍ମାନୀର ବର୍ଲିନଠାରେ ଦୁହେଁ ବିବାହ କରିଛନ୍ତି । ଏ ନେଇ ଉଭୟ ପକ୍ଷରୁ ଆନୁଷ୍ଠାନିକ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଏହା ବିଭିନ୍ନ ଗଣମାଧ୍ୟମରେ ମୁଖ୍ୟ ଖବର ହୋଇଛି। ସୋସିଆଲ୍ ମିଡିଆରେ ଏହି ଖବର ଚର୍ଚ୍ଚାରେ ରହିଛି।
ପୂର୍ବରୁ ପୁରୀର ପୂର୍ବତନ ସାଂସଦ ତଥା ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ରଙ୍କ ସହିତ ପଶ୍ଚିମବଙ୍ଗ କ୍ରିଷ୍ଣନଗର ଲୋକସଭା ଆସନରୁ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ମହୁଆ ମୋଇତ୍ରଙ୍କ ବନ୍ଧୁତ୍ୱ ସମ୍ପର୍କକୁ ନେଇ ଗଣମାଧ୍ୟମରେ ଆଲୋଚନା ହୋଇଥିଲା । ଉଭୟଙ୍କର କିଛି ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।୫୦ ବର୍ଷୀୟା ମହୁଆ ମୋଇତ୍ର ପ୍ରଥମେ ଫାଇନାନ୍ସ ଏକ୍ସପର୍ଟ ଲାର୍ସ ବ୍ରୋରସନ୍ସଙ୍କୁ ବିବାହ କରିଥିଲେ। ତାଙ୍କୁ ଛାଡ଼ପତ୍ର ଦେଇଥିଲେ । ପରେ ବରିଷ୍ଠ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରାଇଙ୍କ ସହ ପ୍ରାୟ ୩ ବର୍ଷ ଧରି ସମ୍ପର୍କରେ ଥିଲେ।
୨୦୦୮ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଦୁଇବର୍ଷ ପରେ ସେ ତୃଣମୂଳ କଂଗ୍ରେସକୁ ଆସିଥିଲେ। ପଶ୍ଚିମବଙ୍ଗ କ୍ରିଷ୍ଣନଗର ଆସନରୁ ସେ ଦ୍ୱିତୀୟଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ପିନାକୀ
ପ୍ରଥମେ ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିଲେ। ତାଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି। ସେ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାତି ଏବଂ ଆସାମର ପୂର୍ବତନ ରାଜ୍ୟପାଳ ଲୋକନାଥ ମିଶ୍ରଙ୍କ ପୁଅ। ସେ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ। ୧୯୯୬ ମସିହାରେ ପ୍ରଥମ ଥର ପାଇଁ ପୁରୀ ଲୋକସଭା ଆସନରୁ ସେ କଂଗ୍ରେସ ଟିକେଟରେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜୁ ଜନତା ଦଳରେ ଯୋଗଦେଇ ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ପୁରୀ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...
Read more