• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ସବୁ ପ୍ରାଥମିକ ସମବାୟ ସମିତିର ଖାତାପତ୍ର ଅଡିଟ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

Share on FacebookShare on TwitterShare on Whatsapp

1542ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର (MPACS) ଶୁଭାରମ୍ଭ

-ପ୍ରଥମ ପର୍ଯ୍ୟାୟରେ 77ଟି ଆଦର୍ଶ ପାକ୍ସ ପ୍ରତିଷ୍ଠା କରାଯିବ

-ଭୁବନେଶ୍ୱର ସମବାୟ ବ୍ୟାଙ୍କର ଜମାକାରୀଙ୍କୁ ରାଜ୍ୟ ସରକାର ଜମା ରାଶି ଫେରସ୍ତ କରିବେ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :୨୫/୧୨-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକ ସେବା ଭବନର convention centre ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟରେ 1542ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି। ସୂଚନା ଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ 2711ଟି ପାକ୍ସ (PACS)ଥିବା ବେଳେ, ରାଜ୍ୟ ସରକାର ଆଉ 1542ଟି ନୂଆ ବହୁମୁଖୀ ପ୍ୟାକ୍ସ ( MPACS) ଗଠନ କରିଛନ୍ତି। ଏହା ଦ୍ୱାରା ରାଜ୍ୟର ସମୁଦାୟ ପାକ୍ସ ସଂଖ୍ୟା 4253ରେ ପହଞ୍ଚିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମବାୟ ଆନ୍ଦୋଳନକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମବାୟ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ନୂତନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ନେଇ ଆମ ସରକାର ପ୍ରାଧାନ୍ୟ ଦେଉଛନ୍ତି। ଏଥିରେ ସମୁଦାୟ ୫୪ ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଏଗୁଡିକ ମଧ୍ୟରୁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଉଛି, PACS ଓ LAMPCS ଗୁଡିକୁ ବହୁମୁଖି କରିବା ପାଇଁ ମଡେଲ ବାଇ-ଲ ପ୍ରଚଳନ; କମ୍ପ୍ୟୁଟରୀକରଣ ମାଧ୍ୟମରେ PACS ଗୁଡିକୁ ସ୍ୱଚ୍ଛ ଓ ମଜଭୁତ କରିବା, ସାର ଓ ବିହନ ଯୋଗାଣ, ଜନ ଔଷଧୀ କେନ୍ଦ୍ର ଓ କମନ୍ ସର୍ଭିସ ସେଣ୍ଟର ସ୍ଥାପନ, କୃଷି ସେବା କେନ୍ଦ୍ର ସ୍ଥାପନ, Consumer Store ସ୍ଥାପନ, ବୈଜ୍ଞାନିକ ପଦ୍ଧତିରେ ଶସ୍ୟ ସଂରକ୍ଷଣ କେନ୍ଦ୍ର ସ୍ଥାପନ ଇତ୍ୟାଦି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ ୭୭ଟି ପାକ୍ସକୁ ମଡେଲ୍ ପାକ୍ସ ଭାବରେ ବିକଶିତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହି ମଡେଲ ପାକ୍ସ ଗୁଡିକ ଗୋଟିଏ ଗୋଟିଏ One-Stop Shop ଭଳି କାର୍ଯ୍ୟ କରିବ, ଅର୍ଥାତ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସବୁ ପ୍ରକାର ସୁବିଧା ମିଳିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୧୫ ମସିହାରୁ ବନ୍ଦ ହୋଇ ପଡିଥିବା ଭୁବନେଶ୍ୱର ସହରାଞ୍ଚଳ ସମବାୟ ବ୍ୟାଙ୍କର (Bhubaneswar Urban Cooperative Bank) ସମସ୍ତ ଜମାକାରୀମାନଙ୍କୁ ଜମାରାଶି ଫେରସ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ସମବାୟ ବ୍ୟାଙ୍କ ଉପରେ ଲୋକମାନଙ୍କ ଆସ୍ଥା ପୁନଃ ପ୍ରତିଷ୍ଠାରେ ସହାୟକ ହେବ। ନୂଆ ସରକାର ସମବାୟ କ୍ଷେତ୍ରକୁ କ୍ରିୟାଶୀଳ ଓ ଚଳଚଞ୍ଚଳ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମବାୟ ସଂସ୍ଥା ଉପରେ ଲୋକଙ୍କ ଆସ୍ଥା ଫେରାଇ ଆଣିବା ସହିତ ଏହାକୁ ଗ୍ରାମ୍ୟ ଅର୍ଥନୀତି ବିକାଶର ଏକ ପ୍ରମୁଖ ଇଞ୍ଜିନ ଭାବରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଜାରି ରହିବ। ସମବାୟ ସଂସ୍ଥା ଗୁଡିକ ଚାଷୀମାନଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇ ସେମାନଙ୍କ ସମସ୍ୟାର ରିଅଲ୍ ଟାଇମ୍ ସେଟଲମେଣ୍ଟ (Real Time Settlement) କରିବା ଆବଶ୍ୟକ। ନହେଲେ କମ୍ପ୍ୟୁଟରୀକରଣର କୌଣସି ଅର୍ଥ ନାହିଁ। ଅନେକ ସଂସ୍ଥା ଏବେ ବି ଏକ୍ସେଲ ସିଟ (Excel Sheet) ରେ ହିସାବ କିତାବ କରି upload କରୁଛନ୍ତି। ଏହା ଦ୍ଵାରା ଦୁର୍ନୀତି ପ୍ରଶ୍ରୟ ପାଇବ। ତେଣୁ, ସବୁ ପ୍ରାଥମିକ ସମବାୟ ସମିତିର ଖାତାପତ୍ର ଅଡିଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷକଙ୍କ ସହିତ ପଶୁପାଳନ, ମତ୍ସ୍ୟଚାଷ, ବାସଗୃହ, ବୟନ ଶିଳ୍ପ ତଥା ମହିଳାଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନାକୁ ହିତାଧିକାରୀଙ୍କ ପହଞ୍ଚାଇବା କାମ ହେଉଛି ପ୍ରାଥମିକ କୃଷି ସମବାୟ ସମିତି, କିମ୍ବା LAMPCS (Large Area Multipurpose Cooperative Society) ପରି ସଂସ୍ଥା ଗୁଡିକର।
ସେ କହିଥିଲେ ଯେ ଓଡିଶାର କୃଷି କ୍ଷେତ୍ରରେ ସମବାୟ ସଂସ୍ଥା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଓଡିଶା ବୋଧହୁଏ ଏକମାତ୍ର ରାଜ୍ୟ ଯେଉଁଠି ମୋଟ ଫସଲ ଋଣର ୬୦ ପ୍ରତିଶତରୁ ଅଧିକ ସମବାୟ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥାଏ ଏବଂ ବ୍ୟବସାୟିକ ବ୍ୟାଙ୍କଗୁଡିକ ପ୍ରାୟ ୩୦ ପ୍ରତିଶତ ପ୍ରଦାନ କରିଥାନ୍ତି। କୃଷକ ମାନଙ୍କୁ ଠିକ୍ ସମୟରେ ଋଣ ଦେବାକୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ କିଛି ବର୍ଷ ହେବ ଋଣ ନାଁରେ ever-greening ରୀତି ଚାଲିଥିଲା। ଆଶା କରୁଛି, ଯେ ବର୍ତ୍ତମାନ ଏହା ଆଉ ହେଉନାହିଁ, ଏବଂ ଚାଷୀମାନେ ପ୍ରକୃତରେ ଋଣ ପାଉଛନ୍ତି।

ସେ କହିଥିଲେ ଯେ, ଆମ ରାଜ୍ୟର ଶତକଡ଼ା ନବେ ଭାଗରୁ ଅଧିକ କୃଷି ପରିବାରର ସଭ୍ୟମାନଙ୍କୁ ପ୍ରାଥମିକ କୃଷି ଋଣ ସମବାୟ ସମିତି ଗୁଡ଼ିକ ମାଧ୍ୟମରେ କୃଷି କାର୍ଯ୍ୟ ନିମନ୍ତେ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯାଉଛି। ଓଡିଶାର ଚାଷୀମାନେ ଏକ ଲକ୍ଷ ଟଙ୍କା ବିନା ସୁଧରେ ଫସଲ ଋଣ ପାଉଛନ୍ତି। ରାଜ୍ୟରେ ଦୁଗ୍ଧ ଚାଷୀ ମାନଙ୍କ ପାଇଁ ଓମଫେଡ୍ ଏକ ମେରୁଦଣ୍ଡ ସଦୃଶ ହୋଇଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୁଗ୍ଧ ଚାଷୀ ମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟରେ କାମଧେନୁ ସହିତ ଗୋ-ମାତା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଗୁଜରାଟ ପରି ମୋଦୀଜୀଙ୍କ ମାର୍ଗ ଦର୍ଶନରେ ଓଡିଶାରେ ସମବାୟ ଆନ୍ଦୋଳନକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯିବ।

ଏହି ଅବସରରେ ଗୋପାଳପୁର ସମବାୟ ତାଲିମ କେନ୍ଦ୍ରର ବିକାଶ ପାଇଁ ଏକ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କେତେକ ସମବାୟ ସଂସ୍ଥାର ସଦସ୍ୟ ମାନଙ୍କୁ Micro ATM ଓ Rupay Card ପ୍ରଦାନ କରିଥିଲେ।

ସମବାୟ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ସମବାୟ କ୍ଷେତ୍ରର ଉନ୍ନତି ପାଇଁ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ କହିଲେ ଯେ ଅଦିନିଆ ବର୍ଷାର ସମ୍ମୁଖୀନ ହୋଇ ଚାଷୀ ମାନଙ୍କୁ ବୀମାଭୁକ୍ତ କରାଯାଇଛି। ସେମାନେ କ୍ଷତି ସହିବେ ନାହିଁ। ଯେଉଁ ଚାଷୀ ମାନେ ଵୀମା କରି ନାହାନ୍ତି ସେମାନଙ୍କୁ ବୀମା କରିବା ପାଇଁ ସମବାୟ ସଂସ୍ଥା ମାନେ ଉଦ୍ୟମ କରିବାକୁ ସେ ଅନୁରୋଧ କରିଥିଲେ । ନାବାର୍ଡ,ଉପ ପରିଚାଳନା ନିର୍ଦ୍ଦେଶକ ଅଜୟ କୁମାର ସୁଦ୍ କହିଥିଲେ ଯେ ୧୮୯୮ ମସିହାରେ ଦେଶର ପ୍ରଥମ ସମବାୟ ସଂସ୍ଥା ଓଡ଼ିଶାରେ ଗଠିତ ହୋଇଥିଲା। ସମବାୟର ବିକାଶ ପାଇଁ ଉତ୍ତମ ପ୍ରଶାସନିକ ଦକ୍ଷତା ( governance), ଆର୍ଥିକ ସମ୍ବଳ ଓ ଟେକ୍ନୋଲୋଜିର ଆବଶ୍ୟକତା ଅଛି । ଏ ଦିଗରେ ଉଦ୍ୟମ ଆହୁରି ଜୋରଦାର ହେବା ଆବଶ୍ୟକ ବୋଲି ସେ କହିଥିଲେ।

ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ସ୍ୱାଗତ ଭାଷଣ ଦେଇଥିଲେ। ସମବାୟ ନିବନ୍ଧକ ସନ୍ତୋଷ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢୀ; ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com