ଭୁବନେଶ୍ୱର:୧୩/୧-ଭୁବନେଶ୍ୱରରେ ଥିବା ନ ତାଲା, ସେଚ ସଦନ ଓ ରାଜୀବ ଭବନ ଭଙ୍ଗାଯିବ। ଏହିସବୁ କାର୍ଯ୍ୟାଳୟର କୋଠାଗୁଡିକ ବିପଦ ସଂକୁଳ ବୋଲି ଘୋଷଣା କରାଯାଇ ସାରିଛି। ଏହାବ୍ୟତୀତ ତିନୋଟି ପର୍ଯ୍ୟାୟରେ ନୂତନ ଲୋକସେବା ଭବନ ନିର୍ମିତ ହେବ। ପ୍ରଥମ ପର୍ଯ୍ୟାୟରେ ଲୋକସେବା ଭବନର ମୁଖ୍ୟ ଅଫିସ ନିର୍ମିତ ହେବ। ପାୱାର ହାଉସ ଛକକୁ ଲାଗି ଏଡିଏମ ଅଫିସ ଏବଂ ଓସେପା ଅଫିସ ପାଖରେ ନିର୍ମିତ ହେବ ନୂତନ ଲୋକସେବା ଭବନ।
ତେବେ ବର୍ତ୍ତମାନର ବିଧାନସଭା ଭଙ୍ଗା ଯିବନି। ବିଧାନସଭାକୁ ରଖାଯିବ ଓ ଏହାକୁ ମ୍ୟୁଜିୟମ ଭାବେ ବ୍ୟବହାର କରାଯିବ। ଭବିଷ୍ୟତରେ ଯଦି ବିଧାନ ପରିଷଦ ଗଠନ ହୁଏ ତେବେ ଏହାକୁ ବ୍ୟବହାର କରାଯିବ। ଲୋକସେବା ଭବନ ଓ ବିଧାନସଭା ମଝିରେ ଥିବା ଖାଲି ସ୍ଥାନରେ ନିର୍ମିତ ହେବ ୩୦୦ ଆସନ ବିଶିଷ୍ଟ ନୂତନ ବିଧାନସଭା। ପୂର୍ତ୍ତମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।
ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...
Read more