ଭୁବନେଶ୍ୱର:୩୧/୭- ଶ୍ରମ ବିଭାଗ, ଓଡ଼ିଶା ଦ୍ୱାରା ଆୟୋଜିତ ବିଭିନ୍ନ ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀମାନଙ୍କୁ ଏକ ୩ ଦିନିଆ ତାଲିମ କାର୍ଯକ୍ରମ ର।ଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ କକ୍ଷରେ ଉଦଯାପିତ ହୋଇଯାଇଛି। ଏହି ତାଲିମ କାର୍ଯକ୍ରମକୁ ୨୯ରିଖରେ ଶ୍ରମ ଆୟୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ ଉଦଘାଟନ କରିଥିଲେ। ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦେଶକ ନୀତି ରଞ୍ଜନ ଶେନ କାର୍ଯକ୍ରମକୁ ସଂଚାଳନା କରିଥିଲେ। ବିଘ୍ନଜିତ ମହନ୍ତ ମହାପାତ୍ର, ଯୁଗ୍ମ ଶ୍ରମ ଆୟୁକ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯକ୍ରମରେ ନରେଶ ଚନ୍ଦ୍ର ସାହୁ, . ବିଜୟ କୁମାର ସୁନ୍ଦରାୟ, ଭାରତୀ ସିଠା, ଗୌରବ ମହାନ୍ତି, ପ୍ରଶାନ୍ତ କୁମାର ନନ୍ଦ ଓ ଶୋହିନୀ ମହାପାତ୍ର ପ୍ରମୁଖ ତାଲିମଦାତା ସହକାରୀ ଶ୍ରମ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଉଦଯାପନୀ ଉତ୍ସବରେ କୃତକାର୍ଯ ହୋଇଥିବା ୪୦ ଜଣ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ଗୃପ ଫଟୋ ଓ ପ୍ରମାଣପତ୍ର ଶ୍ରମ ଆୟୁକ୍ତ ଶ୍ରୀ ତ୍ରିପାଠୀ ପ୍ରଦାନ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ଅତିରିକ୍ତ ଶ୍ରମ ଆୟୁକ୍ତ ଘ।ସିରାମ ଟୁଡୁ ଓ ମଦନ ମୋହନ ପାଇକ, ଯୁଗ୍ମ ଶ୍ରମ ଆୟୁକ୍ତ ବିଘ୍ନଜିତ ମହନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।