
ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଚଢ଼ାଉ କରାଯାଇଛି । ବେଆଇନ ଅର୍ଥ କାରବାର ମାମଲାରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି । ୨୦୨୨ ଅର୍ଥ କାରବାର ମାମଲାରେ ଚଢ଼ାଉ ଏହି ଚଢ଼ାଉ ହୋଇଛି । ହନିଟ୍ରାପ ରାକେଟ ଚଳାଇବା ଅଭିଯୋଗରେ ଅର୍ଚ୍ଚନା ଗିରଫ ହୋଇଥିଲେ।ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ବ୍ଲାକମେଲ କରି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଜାନୁଆରୀ ୨୦୨୩ରେ ତାଙ୍କ ଘରକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଆଟାଚ କରିଥିଲା। ଅର୍ଚ୍ଚନା ନାଗ ହନିଟ୍ରାପ୍ ରାକେଟ୍ ଚାଲାଇଥିବା ଅଭିଯୋଗରେ ୨୦୨୨ରେ ଗିରଫ ହୋଇଥିଲେ। ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ରଖି ଗୁପ୍ତ ଭିଡିଓ ଏବଂ ଫଟୋ ଦେଖାଇ ସେ ବ୍ଲାକମେଲ କରୁଥିବା ତାଙ୍କ ନାମରେ ଅଭିଯୋଗ ହୋଇଥିଲା।
ଏ ନେଇ ଗତ ୨୦୨୨ ମସିହା ଅକ୍ଟୋବର ୬ ତାରିଖରେ ଖଣ୍ଡଗିରି ଥାନାରେ ମାମଲା ହୋଇଥିଲା। ୨୦୨୨ ଅକ୍ଟୋବର ୨୦ରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରାଯାଇଥିଲା। ଅର୍ଚ୍ଚନା ମଧ୍ୟ ଗିରଫ ହୋଇଥିଲେ। ୨୦୨୨ ଅକ୍ଟୋବର ୨୭ ତାରିଖରେ ପୁଲିସ ଠାରୁ ଏତଲା ପାଇବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ଆର୍ଥିକ କାରବାର ଓ ମନି ଲଣ୍ଡରିଂ ନେଇ ତଦନ୍ତ ଆରମ୍ଭ କରିଥିଲା। ୨୦୨୩ ଜାନୁଆରୀରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଅର୍ଚ୍ଚନାଙ୍କ ୩.୬୪ କୋଟି ଟଙ୍କାର ଘର ଓ କିଛି ଯାନବାହନ ଜବତ କରାଯାଇଥିଲା।