ଆଧୁନିକ ଜ୍ଞାନ କୌଶଳ, କୃତ୍ରିମ ବୁଦ୍ଧିମତା ଓ ନିର୍ମାଣର ସ୍ଥାୟୀତ୍ୱ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର: ୧୫/୯- ଆଜିର ଯୁଗ ହେଉଛି ଟେକନୋଲୋଜିର ଯୁଗ। ଯେଉଁ ଦେଶ ଟେକନୋଲୋଜିରେ ଯେତେ ଆଗୁଆ ସେ ଦେଶ ସେତେ ମାତ୍ରାରେ ପ୍ରଗତିଶୀଳ। ଆଜିର ଦଶକରେ ଭାରତ ଆଧୁନିକ ଜ୍ଞାନକୌଶଳ ଓ ଟେକନୋଲୋଜି କ୍ଷେତ୍ରରେ ଯଥେଷ୍ଟ ଆଗରେ ପହଂଚି ପାରିଛି । ତେଣୁ କୋଠାବାଡି, ରାସ୍ତା ତଥା ସେତୁ ନିର୍ମାଣ କାର୍ଯ୍ୟରେ ରାଜ୍ୟର ଇଞ୍ଜିନିୟରମାନେ ନୂଆ ଟେକନୋଲୋଜି, ନୂଆ ଡିଜାଇନ ଏବଂ କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରିବାକୁ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପରାମର୍ଶ ଦେଇଛନ୍ତି ।

ପୂର୍ତ୍ତ ବିଭାଗ ପକ୍ଷରୁ ଇଞ୍ଜିନିୟର୍ସ-ଡେ ପାଳନ ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ବିଭାଗରେ ଅନେକ ଦକ୍ଷ ଇଞ୍ଜିନିୟର କାର୍ଯ୍ୟ କରୁଛନ୍ତି । ଆମ ଇଞ୍ଜିନିୟରମାନଙ୍କ ଡିଜାଇନ ଓ ନିର୍ମାଣ ସର୍ବଭାତୀୟସ୍ତରରେ ଓଡିଶାକୁ ଗର୍ବିତ କରିଛି । ତେଣୁ ନୂଆ ଜ୍ଞାନ କୌଶଳର ଭରପୁର ଉପଯୋଗ କରି ବିଶ୍ୱସ୍ତରୀୟ ନିର୍ମାଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ବିଭାଗୀୟ ପ୍ରମୁଖ ସଚିବ ଆଧୁନିକ ସଫ୍ଟୱେର ଓ ପ୍ରଣାଳୀର ବ୍ୟବହାର, ନିୟମିତ ତାଲିମ ଓ ଏକ୍ସପୋଜର ଭିଜିଟ ଉପରେ ଗୁରୁତ୍ୱ ଦେଇଥିଲେ ।
କାର୍ଯ୍ୟକ୍ରମରେ ଇଆଇସି ସିଭିଲ, ଓବିସିସି ପରିଚାଳନା ନିର୍ଦେଶକ, ଉପଦେଷ୍ଟା, ମୁଖ୍ୟଯନ୍ତ୍ରୀ , ମୁଖ୍ୟଯନ୍ତ୍ରୀ ରାସ୍ତା, ମୁଖ୍ୟଯନ୍ତ୍ରୀ ବିଲଡିଂ,ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ମୁଖ୍ୟଯନ୍ତ୍ରୀ (ସେତୁ), ମୁଖ୍ୟଯନ୍ତ୍ରୀ (ଏନଏଚ)ଙ୍କ ସମେତ ବିଭାଗୀୟ ମୁଖ୍ୟଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ ।