• About
  • Contact
Friday, July 24, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ସାର ଅଭାବକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଜେଡିର ଗର୍ଜନ

Share on FacebookShare on TwitterShare on Whatsapp

-ସାର ଯୋଗାଣ ଓ କଳାବଜାରୀ ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ
-ଗତ ଦୁଇ ଦଶନ୍ଧିରେ ଏଭଳି ସମସ୍ୟା କେବେବି ଦେଖାଦେଇ ନଥିଲା

ଭୁବନେଶ୍ୱର, ୧୫/୦୯/୨୦୨୫: ରାଜ୍ୟରେ ସାରର ଅଭାବ ଯୋଗୁଁ ଚାଷୀ ମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ କରି ବିଜୁ ଜନତା ଦଳ ଆଜି ରାଜଭବନ ସମ୍ମୁଖରେ ବିଶାଳ ଗଣଧାରଣା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଖରିଫ ଚାଷ କାମ ଶୀର୍ଷରେ ଥିବାବେଳେ ରାଜ୍ୟ ସରକାର ସାର ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ଖରିଫ ଧାନ ଅଧିକ ଉତ୍ପାଦନ ହେଲେ ସରକାରଙ୍କୁ ଅଧିକ ବୋନସ ଦେବାକୁ ହେବ ବୋଲି ସରକାର ଖରିଫ ଧାନ ଉତ୍ପାଦନରେ ରୋକ ଲଗାଇବା ପାଇଁ ସାର ଯୋଗାଣ ଅଭାବର ଷଡ଼ଯନ୍ତ୍ର ରଚିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।


ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ରାଜଭବନ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଦିଆଯାଇଥିଲା । ଏହି ଗଣଧାରଣାରେ ହଜାର ହଜାର ଚାଷୀଙ୍କ ସମେତ ବିଜୁ ଜନତା ଦଳର ନେତା ଓ କର୍ମୀମାନେ ଯୋଗ ଦେଇଥିଲେ । ଦଳର ବରିଷ୍ଠ ନେତାମାନେ, ଖରିଫ ଚାଷ ପାଇଁ ଚାଷୀମାନେ କିପରି ହନ୍ତସନ୍ତ ହେଉଛନ୍ତି ଓ ରାଜ୍ୟ ସରକାର ସାର ଯୋଗାଇବାରେ, ସାରର କଳାବଜାରୀ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଥିଲେ । ସାର ବ୍ୟାଗ୍ର ମୂଲ୍ୟ ୨୪୨ ଟଙ୍କା ରହିଥିବା ବେଳେ, ଏହା ବଜାରରେ ୮୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରି ହେଉଛି । ଗତ ଦୁଇ ଦଶନ୍ଧିରେ, ରାଜ୍ୟର କୃଷକ ମାନେ ସାରର ଅଭାବକୁ ନେଇ ଏଭଳି ଅଭାବନୀୟ ପରିସ୍ଥିତି ରାଜ୍ୟରେ କେବେବି ସୃଷ୍ଟି ହୋଇନଥିଲା ।
ସାରର ଅଭାବ ଦେଖା ଦେବା ପରେ ତୁରନ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖି ଓଡିଶାକୁ ପର୍ଯ୍ୟାପ୍ତ ସାର ଯୋଗାଇ ଦେବା ପାଇଁ ଅନୁରୋଧ କଲେ । କିନ୍ତୁ, କୌଣସି ସୁଫଳ ମିଳିଲା ନାହିଁ । ସାର ସ୍ଥିତିକୁ ମୁଖ୍ୟମନ୍ତ୍ରୀ ଦୁଇ ଦୁଇ ଥର ସମୀକ୍ଷା କଲେଣି । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସାର ମହଜୁଦ ଥିବା ରାଜ୍ୟ ସରକାର ଦାବି କରୁଛନ୍ତି, ହେଲେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସାର ନପାଇ କୃଷକ ମାନେ ରାଜରାସ୍ତାକୁ ଓହ୍ଲାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ରାଜ୍ୟରେ ଖରିଫ ଧାନ ଉତ୍ପାଦନ ଅଧିକ ହେଲେ, ରାଜ୍ୟ ସରକାରଙ୍କୁ ଅଧିକ ବୋନସ ଦେବାକୁ ପଡିବ ବୋଲି ରାଜ୍ୟ ସରକାର ଖରିଫ ଉତ୍ପାଦନକୁ କମ୍ କରିବା ପାଇଁ ସାର ଅଭାବର ଷଡ଼ଯନ୍ତ୍ର କରିଛନ୍ତି ବୋଲି ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ।

ସଭା ଶେଷ ହେବା ପରେ, ବିଜୁ ଜନତା ଦଳର ପ୍ରତିନିଧି ମଣ୍ଡଳୀ ରାଜଭବନ ଭିତରକୁ ଯାଇ ସାରର ଅଭାବକୁ ନେଇ ଉପୁଜିଥିବା ସ୍ଥିତି ଉପରେ ମହାମହିମ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ବିଜୁ ଜନତା ଦଳର ବରିଷ୍ଠ ନେତା ତଥା କୃଷକ ସେଲର ଆବାହକ ପ୍ରସନ୍ନ ଆଚାର୍ଯ୍ୟ ଓ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ରାଜ୍ୟପାଳଙ୍କୁ ସାର ଅଭାବ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ଉପରେ ଅବଗତ କରାଇଥିଲେ । ସ୍ମାରକପତ୍ରରେ, ରାଜ୍ୟରେ ସାର ଯୋଗାଣ କିପରି ବ୍ୟବସ୍ଥିତ ହୋଇପାରିବ, ସେଥିପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛି ବିଜେଡି ।


ରାଜ୍ୟପାଳଙ୍କ ନିକଟକୁ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ପ୍ରଦୀପ ଅମାତ, ସଞ୍ଜୟ କୁମାର ଦାସବର୍ମା, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ପ୍ରଫୁଲ୍ଲ ସାମଲ, ଚନ୍ଦ୍ରଶେଖର ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡ଼ାଇ, ବ୍ୟୋମକେଶ ରାୟ, ଧ୍ରୁବ ଚରଣ ସାହୁ, ସୁଦାମ ମାରାଣ୍ଡି, ପ୍ରଣବ ବଳବନ୍ତରାୟ, ଅମର ପଟ୍ଟନାୟକ, ପ୍ରଶାନ୍ତ ମୁଦୁଲି, ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପ୍ରଦୀପ ସାହୁ, ଗୌତମବୁଦ୍ଧ ଦାସ, ଦେବୀ ରଞ୍ଜନ ତି୍ରପାଠୀ, ଗଣେଶ୍ୱର ବେହେରା, ସୌଭିକ ବିଶ୍ୱାଳ, ସୁନିଲ ମହାନ୍ତି, ସୁଦର୍ଶନ ହରିପାଲ, ସୁଜାତା ସାହୁ, ବିଜୟ ନାୟକ, ରାଜେନ୍ଦ୍ର ସାହୁ, ମନ୍ମଥ ରାଉତରାୟ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ରମାକାନ୍ତ ଭୋଇ, ନୃସିଂହ ସାହୁ, ପ୍ରଫୁଲ୍ଲ ସିଂ, ବିକ୍ରମ ପଣ୍ଡା, ଜଗନ୍ନାଥ ସାରକା, ଭୃଗୁ ବକ୍ସିପାତ୍ର, ମହେଶ ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ଲତିକା ପ୍ରଧାନ, ରଞ୍ଜିତା ସାହୁ, ରମେଶ ଚନ୍ଦ୍ର ଚାଉପଟ୍ଟନାୟକ, ପଦ୍ମନାଭ ବେହେରା, ପ୍ରଦୀପ ମାଝୀ, ସୁଧୀର ସାମଲ, ରୁଦ୍ର ମହାରଥୀ, ଉମାକାନ୍ତ ସାମନ୍ତରାୟ, ଅମରେଶ ପତ୍ରି, ସଞ୍ଜିତ ମହାନ୍ତି, ସୁକାନ୍ତ ନାୟକ, ସ୍ୱରୂପ କୁମାର ଦାସ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସନ୍ଦୀପ ଷଡଙ୍ଗୀ, କୈଳାଶ ପାତ୍ର ଓ ସୁବ୍ରତ ଛାଟୋଇ ପ୍ରମୁଖ ସାମିଲ ଥିଲେ ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Economy

ଦେଶର ଋଣ ବୋଝ ୨୦୦ଲକ୍ଷ କୋଟିରୁ ଅଧିକ ହେବ

by ସଂକ୍ଷିପ୍ତ ଖବର
July 23, 2026

ଭୁବନେଶ୍ୱର:୨୧ା୭-ଚଳିତ ଆର୍ôଥକବର୍ଷ ଶେଷ ସୁଦ୍ଧା ଭାରତର ଋଣ ପରିମାଣ ୨୧୮ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି କେନ୍ଦ୍ର ସରକାର ୨୦୨୬-୨୭ର ବଜେଟରେ ଅନୁମାନ କରିଛନ୍ତି। ତେବେ...

Read more

ଭାରତରେ ବିଚାର ପ୍ରତୀକ୍ଷାରେ ଅଛି ୫.୬୪ କୋଟି ମାମଲା

July 23, 2026

ଛାତ୍ରଛାତ୍ରୀଙ୍କୁ ହାତବାରିସି କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ରାହୁଲ-ଧର୍ମେନ୍ଦ୍ର

July 22, 2026

ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

July 22, 2026

ODISHA APPROVES ₹4,573CRORE INVESTMENT, CREATING

July 21, 2026

ଭୁବନେଶ୍ୱର, ଯାଜପୁର ଏବଂ ଭଦ୍ରକ ସମେତ ବିଭିନ୍ନ ସ୍ଥାନରେ ନିର୍ମିତ ହେବ ନୂତନ ମଡେଲ କାରାଗାର

July 21, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com