
ଭୁବନେଶ୍ୱର: ୧୭/୯-ଶ୍ରୀମନ୍ଦିର ପରିଚାଳନା ନେଇ ଦୁଇଟି ବଡ଼ ନିଷ୍ପତ୍ତି ନିଆଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଆଇନ ମନ୍ତ୍ରୀ କହିଛନ୍ତି, ଧାଡି ଦର୍ଶନ ନେଇ ଯେଉଁ ସମସ୍ୟା ଥିଲା ତାହା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି କ୍ରମେ ଦୂର ହୋଇଛି । ଶ୍ରୀମନ୍ଦିର ଭିତରେ ଥିବା ହୁଣ୍ଡି ଯୋଗୁଁ ଧାଡ଼ିଦର୍ଶନ ସମ୍ଭବ ହୋଇପାରୁନଥିଲାI ତେଣୁ ହୁଣ୍ଡି ସ୍ଥାନାନ୍ତରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି।
ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲାପାଳ ଓ ନିଯୋଗମାନଙ୍କ ସହ ଆଲୋଚନା ପରେ ହୁଣ୍ଡି କେଉଁଠିକୁ ସ୍ଥାନାନ୍ତର ହେବ ସେନେଇ ନିଷ୍ପତ୍ତି ହେବ ।ଏହା ପରେ ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ କରାଯିବ।
ଏଥି ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ୱରୂପ ଆସନ୍ତା ୨୩ ତାରିଖରେ ଅଳଙ୍କାର ଭର୍ତ୍ତି ସିନ୍ଧୁକକୁ ରତ୍ନଭଣ୍ଡାର ଭିତରକୁ ନିଆଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଉଚ୍ଚସ୍ତରୀୟ କମିଟିର ଉପସ୍ଥିତିରେ ସିନ୍ଧୁକ ଗୁଡିକୁ ରତ୍ନଭଣ୍ଡାର ଭିତରକୁ ନିଆଯିବ ବୋଲି ରତ୍ନଭଣ୍ଡାର ସବ କମିଟିର ଆଲୋଚନା କ୍ରମେ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି ।