• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ବିଜପିର କ୍ଷମତା ଚୋରି

Share on FacebookShare on TwitterShare on Whatsapp

-ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ହତ୍ୟା ଅଭିଯୋଗ

-ବିଧାନସଭା ଘେରିଲା ବିଜେଡି

ଭୁବନେଶ୍ୱର:୨୩/୦୯- ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ବିଜେପି ସରକାର ହତ୍ୟା କରିଥିବା ଅଭିଯୋଗ କରି ବିଜୁ ଜନତା ଦଳ ତରଫରୁ ୨୩ ତାରିଖରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତାମାନଙ୍କ ସମେତ ହଜାର ହଜାର ନିର୍ବାଚିତ ପ୍ରତିନିଧି ଓ ବିଜେଡି କର୍ମୀ ଲୋୟର ପିଏମଜିରେ ଏକତ୍ରିତ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ।


ଏହି ଅବସରରେ ଆୟୋଜିତ ପ୍ରତିବାଦ ସଭାରେ ଦଳର ବରିଷ୍ଠ ନେତାମାନେ ତାଙ୍କ ବକ୍ତବ୍ୟରେ ଗତ ପନ୍ଦର ମାସରେ ରାଜ୍ୟ ବିଜେପି ସରକାର ସମସ୍ତ ଦିଗରେ ବିଫଳ ହୋଇଛନ୍ତି ବୋଲି ବର୍ଣ୍ଣନା କରି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ। ପଞ୍ଚାୟତିରାଜ ବ୍ୟବସ୍ଥାକୁ କ୍ଷମତା ସଙ୍କୁଚିତ କରି ରାଜ୍ୟରେ ବାବୁରାଜ ସୃଷ୍ଟି କରିଛନ୍ତି। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟ କ୍ଷମତା ଚୋରି ସହିତ ସମାନ ବୋଲି ସେମାନେ କହିଥିଲେ। ଗଣତନ୍ତ୍ରରେ ତୃଣମୂଳସ୍ତରର ଲୋକଙ୍କୁ କ୍ଷମତା ପ୍ରଦାନ ଲକ୍ଷ୍ୟରେ ସମ୍ୱିଧାନ ବ୍ୟବସ୍ଥା କରାଯାଇଛି। କିନ୍ତୁ ରାଜ୍ୟ ବିଜେପି ସରକାର ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତାକୁ ସଙ୍କୁଚିତ କରି ସରକାରୀ ଅଧିକାରୀଙ୍କ କ୍ଷମତା ବୃଦ୍ଧି କରିଛନ୍ତି। ପୂର୍ବରୁ ବ୍ଲକରେ ହେଉଥିବା ଉନ୍ନୟନ କାର୍ଯ୍ୟର ବିଲ୍ ପରିମାଣ ଦୁଇ ଲକ୍ଷ ପର୍ଯ୍ୟନ୍ତ ବିଡିଓଙ୍କ ପାସ୍ କରିବାର କ୍ଷମତା ଥିଲା। ଦୁଇ ଲକ୍ଷରୁ ଅଧିକ ହେଲେ ପଞ୍ଚାୟତ ସମିତିର ଅଧ୍ୟକ୍ଷଙ୍କ ଦସ୍ତଖତ ଆବଶ୍ୟକ ହେଉଥିଲା। କିନ୍ତୁ ରାଜ୍ୟ ସରକାର ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ କ୍ଷମତା ହ୍ରାସ କରିବା ଲକ୍ଷ୍ୟରେ ବିଡିଓଙ୍କ ବିଲ୍ ପାସ କରିବାର କ୍ଷମତା ଦୁଇ ଲକ୍ଷରୁ ଦଶ ଲକ୍ଷକୁ ବୃଦ୍ଧି କରିଛନ୍ତି । ଏହାଦ୍ୱାରା ବ୍ଲକରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟର ବିଲ୍ ପାସ କରିବା ପାଇଁ ଆଉ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଦସ୍ତଖତ ଆବଶ୍ୟକ ପଡିବ ନାହିଁ । ଏହା ନିର୍ବାଚିତ ପ୍ରତିନିଧି ମାନଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ଏକ ଷଡ଼ଯନ୍ତ୍ର ।


ସେହିପରି ସରପଞ୍ଚ, ସମିତି ସଦସ୍ୟମାନଙ୍କ କ୍ଷମତାକୁ ମଧ୍ୟ ସଙ୍କୁଚିତ କରିବାକୁ ରାଜ୍ୟ ବିଜେପି ସରକାର ପଦକ୍ଷେପ ନେଇଛନ୍ତି। ପୂର୍ବ ସରକାରଙ୍କ ଲୋକପ୍ରିୟ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ର ନାମ ପରିବର୍ତ୍ତନ କରି ‘ବିକଶିତ ଗାଁ ବିକଶିତ ଓଡିଶା’ କରାଯାଇଥିବା ବେଳେ, ଏହାକୁ କାର୍ଯ୍ୟକାରୀ କରିବାର ନିୟମରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିବା ବେଳେ, ‘ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନାରେ ଏହି ପରିମାଣକୁ ମାତ୍ର ୭/୮ ଲକ୍ଷକୁ କମାଇ ଦିଆଯାଇଛି । ନୂତନ ନିୟମ ଅନୁଯାୟୀ, ଏହି ଯୋଜନାରେ ଗ୍ରାମସଭା ପ୍ରକଳ୍ପ ଗୁଡିକର ପ୍ରସ୍ତାବ ରଖିବେ ଯାହା ପଞ୍ଚାୟତ ସମିତିର ଅନୁମୋଦନ ହୋଇ ଜିଲ୍ଲାପାଳଙ୍କ ପାଖକୁ ଆସିବ। କିନ୍ତୁ, ଗ୍ରାମସଭା ଓ ପଞ୍ଚାୟତ ସମିତି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡିକ ଯେ କାର୍ଯ୍ୟକାରୀ ହେବ ସେନେଇ ନିଶ୍ଚିତତା ନାହିଁ । କାରଣ, ସମୁଦାୟ ଅର୍ଥର ୪୦ ପ୍ରତିଶତ ପ୍ରକଳ୍ପ ସ୍ଥାନୀୟ ବିଧାୟକ ସ୍ଥିର କରିବେ ବୋଲି ନିୟମ କରାଯାଇଥିବା ବେଳେ ଗ୍ରାମସଭା ଓ ପଞ୍ଚାୟତ ସମିତି ଦ୍ୱାରା ଅନୁମୋଦିତ ପ୍ରକଳ୍ପ ଗୁଡିକୁ ପରିବର୍ତ୍ତନ କରି ସେହି ସ୍ଥାନରେ ନୂତନ ପ୍ରକଳ୍ପ ନେବା ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯାଇଛି। ତେଣୁ ନୂତନ ନିୟମ ଅନୁଯାୟୀ, ବ୍ଲକ ଅଞ୍ଚଳରେ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ, ଗ୍ରାମସଭା ଓ ପଞ୍ଚାୟତ ସମିତିର କ୍ଷମତାକୁ ଗୌଣ କରିବାକୁ ଉଦ୍ୟମ କରାଯାଇଛି ।


ରାଜ୍ୟ ବିଜେପି ସରକାରଙ୍କ ଏସବୁ ପଦକ୍ଷେପ, କେବଳ ତୃଣମୂଳ ସ୍ତରରେ ଥିବା ନିର୍ବାଚିତ ପ୍ରତିନିଧିମାନଙ୍କ କ୍ଷମତା ସଙ୍କୁଚିତ କରି ନିଜ ଦଳୀୟ କର୍ମୀ ଓ ନେତାଙ୍କ ପକେଟକୁ ଗରମ କରିବା ପାଇଁ ଏକ ସୁଚିନ୍ତିତ ଘୃଣ୍ୟ ଉଦ୍ୟମ। ଆଗାମୀ ଦିନରେ ଜନସାଧାରଣ ଏହାର ଉଚିତ ଜବାବ ଦେବେ। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଗୁରୁତ୍ୱ ବୃଦ୍ଧି କରାଯାଇଥିବା ବେଳେ ସରପଞ୍ଚମାନଙ୍କୁ ଜିଲ୍ଲାପାଳର କ୍ଷମତା ପ୍ରଦାନ କରାଯାଇଥିଲା ବୋଲି ବିଜେଡିର ବରିଷ୍ଠ ନେତାମାନେ ନିଜ ବକ୍ତବ୍ୟରେ କହିଥିଲେ । ହଜାର ହଜାର ଆନ୍ଦୋଳନକାରୀ ପ୍ରଶାସନ ତରଫରୁ ଦିଆଯାଇଥିବା ବ୍ୟାରିକେଡ଼କୁ ଭାଙ୍ଗି ବିଧାନସଭା ଆଡ଼କୁ ଅଗ୍ରସର ହେବାକୁ ଉଦ୍ୟମ କରୁଥିବା ବେଳେ ପ୍ରଶାସନ ତରଫରୁ ପାଣି ମାଡ଼ କରାଯାଇଥିଲା ଯେଉଁଥିରେ ଦଳର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା ଓ ଅନେକ କର୍ମୀ ଆହତ ହୋଇଥିଲେ। ହଜାର ହଜାର ଆନ୍ଦୋଳନକାରୀ ଆଗକୁ ବଢୁଥିବା ବେଳେ, ପୋଲିସ ସେମାନଙ୍କୁ ଗିରଫ କରିଥିଲା ।
ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତାଙ୍କ ସମେତ ୩୦ ଟି ଜିଲ୍ଲାର ଜିଲ୍ଲା ପରିଷଦ ସଭାପତି ଓ ଉପ ସଭାପତି, ୧୫୦ ରୁ ଅଧିକ ବ୍ଲକର ଅଧ୍ୟକ୍ଷ/ଉପାଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର, ସଂଗଠନର ପ୍ରତିନିଧି, ହଜାର ହଜାର ବିଜେଡିର ଯୁବ ଓ ଛାତ୍ରନେତାମାନଙ୍କ ସହ ୩୦ ହଜାରରୁ ଅଧିକ କର୍ମୀ ସାମିଲ ଥିଲେ ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com