• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ତାଳୁରୁ ତଳିପା ଯାଏ ଦୁର୍ନୀତିରେ ବୁଡି ରହିଥିଲା ବିଜେଡି ସରକାର: କଂଗ୍ରେସ

Share on FacebookShare on TwitterShare on Whatsapp

-ସିଏଜି ରିପୋର୍ଟରେ ଦୁର୍ନୀତିର ଖୁଲାସା
-ଦୋଷୀ ଅଧିକାରୀ, କର୍ମକର୍ତ୍ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ଭୁବନେଶ୍ୱର: ୨୬/୯- ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକଙ୍କ ମାର୍ଚ୍ଚ ୨୦୨୩ ଅବଧି ଯାଏ ରିପୋର୍ଟ ପ୍ରକାଶ ପାଇଛି। ଆଳୁ ଖୋଳାରୁ ମହାଦେବ ମିଳିବା ଭଳିଆ ଉକ୍ତ ରିପୋର୍ଟରେ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ବିଗତ ବିଜେଡି ସରକାରରେ ବିଭିନ୍ନ ଯୋଜନା ନାମରେ କିଭଳି ହରିଲୁଟ ହୋଇଥିଲା ତାହାର ଏକ ବଳିଷ୍ଠ ପ୍ରମାଣ ହେଉଛି ସିଏଜି ରିପୋର୍ଟ। ରିପୋର୍ଟକୁ ଅନୁଧ୍ୟାନ କଲେ ଜଣାପଡୁଛି, ପୂର୍ବରୁ ବିଜେଡି ସରକାର କିଭଳି ଦୁର୍ନୀତିରେ ପୋତି ହୋଇଥିଲା। ବର୍ତ୍ତମାନର ବିଜେପି ସରକାର ପୂର୍ବର ବିଜେଡି ସରକାର ସମୟରେ ଯାହା ଯାହା ଦୁର୍ନୀତି ଓ ଅନିୟମିତତା ହୋଇଛି ସଂପୃକ୍ତ ଦୋଷୀ ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀ ହୁଅନ୍ତୁ କିମ୍ବା ଦଳୀୟ ନେତା, ସେମାନଙ୍କ ବିରୋଧରେ ମାମଲା ରୁଜୁ କରି କାଠଗଡାକୁ ପଠେଇବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

କଂଗ୍ରେସ ମିଡିଆ ସେଲ ପକ୍ଷରୁ ଏକ ସାମ୍ବାଦକ ସମ୍ମିଳନୀରେ ଦଳର ମୁଖପାତ୍ର ଜଗଦାନନ୍ଦ ପ୍ରଧାନ ସିଏଜି ରିପୋର୍ଟକୁ ଆଧାର କରି ଦୁର୍ନୀତିର ଅନେକ ଗୁଡିଏ ତଥ୍ୟ ପରିବେଷଣ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଗତ ସରକାର ଦୁର୍ନୀତର ପାହା଼ଡ ଊପରେ ଠିଆ ହୋଇଥିଲା। ପାରଦର୍ଶିତାର ଦର୍ପଣ ବୋଲି କହୁଥିବା ୫-ଟି ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତିର ତଥ୍ୟରୁ କେତେ ସ୍ଵଛତା ଥିବା ଜଣା ପଡୁଛି। ବିଗତ ସରକାରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଙ୍ଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ଉଚ୍ଚଶିକ୍ଷା, ସୂଚନା ଓ ଲୋକ ସଂପର୍କ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଆଦି ପ୍ରତ୍ୟେକ ବିଭାଗରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି।
ଅଭିଯୋଗ ହୋଇଛି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଅନୁସୂଚିତ ଅଞ୍ଚଳରେ ବାସ କରୁଥିବା ଆଦିବାସୀ ଜନସଂଖ୍ୟାର ସମନ୍ୱିତ ସାମାଜିକ-ଆର୍ଥିକ ବିକାଶ ପାଇଁ କରାଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକରେ କୋଟି କୋଟି ଟଙ୍କାର ଦୁର୍ନୀତି କାରବାର ହୋଇଛି।ଏହି ପ୍ରକଳ୍ପ କାର୍ଯ୍ୟଗୁଡିକର ଦାୟିତ୍ୱରେ ଥିବା ଇଞ୍ଜିନିୟରମାନେ ସିଧାସଳଖ ସେମାନଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୧୪୮.୭୫ କୋଟି ପ୍ରକଳ୍ପ ପାଣ୍ଠିକୁ ବ୍ୟକ୍ତିଗତ କାରବାରରେ ଲଗାଇଛନ୍ତି। ବିଭାଗୀୟ ଆକାଉଣ୍ଟଗୁଡିକରେ ଟଙ୍କା ନ ଉଠାଇ ସେମାନଙ୍କ ନିଜସ୍ଵ ଆକାଉଣ୍ଟଗୁଡ଼ିକରୁ ଏଟିଏମ୍ ଉଠାଣ, ୟୁପିଆଇ ସ୍ଥାନାନ୍ତର, ମୋବାଇଲ୍ ରିଚାର୍ଜ ଏବଂ ବୀମା ପ୍ରିମିୟମ୍ ପେମେଣ୍ଟ ଜରିଆରେ ଟଙ୍କା ଉଠାଣ କରିଛନ୍ତି। ଯେଉଁ ବିଭାଗୀୟ ଅଧିକାରୀମାନେ ଏଥିରେ ସଂପୃକ୍ତ ଅଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି କଂଗ୍ରେସ। ସେହିଭଳି ଓଡିଶାର ସହରାଞ୍ଚଳରେ ଜଳ ଯୋଗାଣ ସମୃଦ୍ଧିକରଣ ଯୋଜନା ଅନ୍ତର୍ଗତ ଅମୃତ ଏବଂ ବସୁଧା ପ୍ରକଳ୍ପ ଅଡିଟ୍ ରୁ ଜଣାପଡିଛି ଯେ, ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ଏହି ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ୩,୨୭୯.୫୯ କୋଟି ଟଙ୍କା ଉପଲବଧ ହୋଇଥିଲା। ତେବେ ସେଥିରୁ ମାତ୍ର ୨,୮୦୮.୨୭ କୋଟି ଖର୍ଚ୍ଚ ହୋଇଛି। ତଥାପି ଅନେକ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି। ଭାରତର ବିତ୍ତ ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲଙ୍କ ରିପୋର୍ଟରେ କୁହାଯାଇଛି ଯେ ଓଡ଼ିଶାରେ ବିଭିନ୍ନ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଅଣ-ସରକାରୀ ସଂଗଠନ ଦ୍ୱାରା ପରିଚାଳିତ ଘରୋଇ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକ ଦୁର୍ବଳ ଭିତ୍ତିଭୂମି, ମୌଳିକ ସୁବିଧାର ଅଭାବ ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ବିଦ୍ୟାଳୟଗୁଡ଼ିକର ମାନର ରକ୍ଷଣାବେକ୍ଷଣ ମୂଲ୍ୟାଙ୍କନ କରିବା ପାଇଁ ୨୦୧୮-୨୩ ସମୟ ମଧ୍ୟରେ ଆଠଟି ଜିଲ୍ଲାରେ କାର୍ଯ୍ୟ କରୁଥିବା ଏନଜିଓ ଦ୍ୱାରା ପରିଚାଳିତ ୬୫ ଟି ନମୁନା ବିଦ୍ୟାଳୟ ମଧ୍ୟରୁ ୨୩ ରୁ ୩୫ ପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଆଇନ ଅନୁଯାୟୀ ବାଧ୍ୟତାମୂଳକ ପଞ୍ଜୀକରଣ ବିନା କାର୍ଯ୍ୟ କରାଯାଉଥିଲା। ସେହିଭଳି ସିଏଜି ରିପୋର୍ଟରେ ଉଲ୍ଲେଖ ଥିବା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ଅଧୀନରେ ଉଚ୍ଚଶିକ୍ଷା କ୍ଷେତ୍ରରେ କିଭଳି ଦୁର୍ନୀତି ହୋଇଛି ଏ ସଂପର୍କରେ କହିଥିଲେ। ରାଜ୍ୟରେ ୧୫୮ଟି ଷିକ୍ଷାନୁଷ୍ଠାନକୁ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ଅଧୀନରେ ୬୯୯.୯୪ କୋଟି ଟଙ୍କା ମିଳିଥିବା ବେଳେ ମାର୍ଚ୍ଚ ୨୯୨୩ ସୁଦ୍ଧା ଏହାର ବ୍ୟବହାର ୫୬୨.୮୬ କୋଟି ରହିଥିଲା।


ରୁସା ଅଧୀନରେ ଥିବା ୪୦ କୋଟିରୁ ଅଧିକ ମୂଲ୍ୟରେ ନିର୍ମିତ ଛଅଟି ମଡେଲ ଡିଗ୍ରୀ କଲେଜ ମଧ୍ୟରୁ ପାଞ୍ଚଟି ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏହା ସହିତ, ବ୍ରହ୍ମପୁରରେ ଏକ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ପାଇଁ ୧୧.୩୦ କୋଟି ଟଙ୍କାର ଏକ ପ୍ରକଳ୍ପ ପ୍ରଶାସନିକ ବିବାଦ ଯୋଗୁଁ ହୋଇପାରି ନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟ ଏକ କେନ୍ଦ୍ରୀୟ ଆଇସିଟି ଲ୍ୟାବ ପାଇଁ ଉଦ୍ଦିଷ୍ଟ ୧.୮୩ କୋଟି ଟଙ୍କାର ଅର୍ଥକୁ ଲାପଟପ୍ ଏବଂ ଡେସ୍କଟପ୍ ବଣ୍ଟା ଯାଉଥିବା ଦେଖାଯାଇଥିଲା। ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ,ଏହାର କେନ୍ଦ୍ରୀୟ ପାଠାଗାର ପାଇଁ ନଭେମ୍ବର ୨୦୧୬ରେ ୯୭.୧୫ ଲକ୍ଷ ଟଙ୍କା ବ୍ୟୟରେ ୧୮୦ଟି ଡେସ୍କ ଟପ କଂପୁଟର କିଣିଥିଲେ। ତେବେ ୬୫ଟି ଡେସ୍କଟପ ବିଭିନ୍ନ ଶିକ୍ଷା ବିଭାଗ ଓ ପ୍ରଶାସନିକ ବିଭାଗକୁ ଜାରି କରାଯାଇଥିବା ବେଳେ ଅବଶିଷ୍ଟ ୧୧୫ଟି ମାର୍ଚ୍ଚ ୨୦୧୩ ସୁଦ୍ଧା ୬ ବର୍ଷରୁ ଅଧିକ ସମୟ ଧରି ଅଚଳ ହୋଇ ପଡି ରହିଥିଲା। ସେହିଭଳି ରାଜ୍ୟ ସରକାର ୨୦୦୮ ମସିହାରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନଆଇସି) ଦ୍ୱାରା ବିକସିତ କରାଯାଇଥିବା ଇ- ପ୍ରକ୍ୟୋରମେଣ୍ଟ ପ୍ରଣାଳୀ ବା ପୋର୍ଟାଲ ବ୍ୟବହାର କରି ଅନଲାଇନ ଟେଣ୍ଡରିଂ ଆରମ୍ଭ କରିଥିଲେ। ଊଦ୍ଦେଶ୍ୟ ଥିଲା ମଣିଷର ହସ୍ତକ୍ଷେପକୁ ଦୂର କରିବା, ଟେଣ୍ଡର କାର୍ଯ୍ୟକଲା ପରେ ସ୍ୱଛତା ଆଣିବା, ଟେଣ୍ଡର ସମ୍ଭନ୍ଧୀୟ ସୂଚନାର ଦୃତ ପ୍ରସାର ଓ ପ୍ରବେଶକୁ ସହଜ କରିବା ଏବଂ ଏକ ନିରପେକ୍ଷ ପ୍ରତିଯୋଗିତାମୂଳକ ପ୍ଲାଟଫର୍ମ ପ୍ରଦାନ କରିବା ଯାହାକି ପ୍ରମାଣିକତାକୁ ସୁରକ୍ଷା ଦେବ। ଭାରତର ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ ଓଡ଼ିଶାରେ ଇ-ପ୍ରୋକ୍ୟୁରମେଣ୍ଟ ସିଷ୍ଟମ କାର୍ଯ୍ୟାନ୍ୱୟନରେ ଗୁରୁତ୍ୱପୂର୍ଣ୍ଣ ତ୍ରୁଟିକୁ ଉଜାଗର କରିଛନ୍ତି, ଯାହା ରାଜ୍ୟର ଟେଣ୍ଡରିଂ ଏବଂ ଚୁକ୍ତିନାମା ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଅଖଣ୍ଡତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଇ-ଗଭର୍ଣ୍ଣାନ୍ସ ସତ୍ତ୍ୱେ ଟେଣ୍ଡର ମୂଲ୍ୟାୟନ, ବିକ୍ରି ଏବଂ ଚୁକ୍ତି ଭଳି ପ୍ରମୁଖ ପ୍ରକ୍ରିୟାଗୁଡ଼ିକୁ ମାନୁଆଲି ପରିଚାଳନା କରାଯାଉଥିଲା। ୨୦୦୮ରୁ ଇ- ପ୍ରକ୍ୟୋରମେଣ୍ଟ ଓ ୨୦୧୫ରେ ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଓଡିଶା ସରକାରଙ୍କ ୪୦ଟି ବିଭାଗ ମଧ୍ୟରୁ ମାତ୍ର ୨୯ଟି ବିଭାଗ ପଂଜୀକୃତ କରିଥିଲେ ଇ-ପ୍ରକୋରମେଣ୍ଟ ସ୍କିମରେ। ୧୧ଟି ପଂଜୀକୃତ ହୋଇ ନଥିଲା। ସେହିଭଳି ଓଡ଼ିଶାରେ କ୍ରାଇମ୍ ଆଣ୍ଡ୍ କ୍ରିମିନାଲ୍ ଟ୍ରାକିଂ ନେଟୱାର୍କ ସିଷ୍ଟମ୍ କାର୍ଯ୍ୟାନ୍ୱୟନରେ ସିଏଜି ଗୁରୁତର ପ୍ରୋଟୋକଲ୍ ଉଲ୍ଲଂଘନ ହେଉଥିବାର ସୂଚନା ପାଇଛନ୍ତି। ଜାତୀୟ ଇ-ଗଭର୍ଣ୍ଣାନ୍ସ ଯୋଜନା ଅଧୀନରେ ଏକ କେନ୍ଦ୍ରୀୟ ପ୍ରାୟୋଜିତ ମିଶନ ମୋଡ୍ ପଦକ୍ଷେପ, ସିସିଟିଏନଏସ ପ୍ରକଳ୍ପ, ୨୦୧୩ ରେ ଏକ ଡିଜିଟାଇଜେଡ୍, ଦେଶବ୍ୟାପୀ ଅପରାଧ ଏବଂ ଅପରାଧୀ ଡାଟାବେସ୍ ସୃଷ୍ଟି କରି ପୋଲିସିଂ ଦକ୍ଷତା ବୃଦ୍ଧି କରିବା ପାଇଁ ଓଡ଼ିଶାରେ ଆରମ୍ଭ କରାଯାଇଥିଲା। ମାର୍ଚ୍ଚ ୨୦୨୩ ସୁଦ୍ଧା, କେନ୍ଦ୍ର ଏବଂ ରାଜ୍ୟ ମିଳିତ ଭାବରେ ମୋଟ ୧୭୬.୧୬ କୋଟି ଖର୍ଚ୍ଚ କରିଥିଲେ। ସିଏଜି ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତା ଦେଖିବାକୁ ମିଳିଥିଲା, ଯାହା ସଫ୍ଟୱେର୍ ସେବା ପ୍ରଦାନକାରୀଙ୍କୁ ଅନୁଚିତ ଲାଭ ଦେଇଥିଲା।
ତେବେ ଓଡିଶାରେ ଏହି ଯୋଜନା ବିଫଳ ହେବା ପାଇଁ ଦାୟୀ କିଏ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ସେହିଭଳି ଓଡ଼ିଶା ସରକାର ପରିବେଶ କ୍ଲିୟରାନ୍ସ କିମ୍ବା ଜଙ୍ଗଲ କ୍ଲିୟରାନ୍ସ ବିନା ବେଆଇନ ଭାବରେ ଲୁହା ଏବଂ ମାଙ୍ଗାନିଜ୍ ଖଣିଜ ଉତ୍ତୋଳନ କରିଥିବା ଖଣି ମାଲିକମାନଙ୍କଠାରୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଆଦାୟ କରିବାରେ ବିଫଳ ହୋଇଛି ବୋଲି ଭାରତର ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ପୂର୍ବରୁ ଗତ ୨ ଏପ୍ରିଲ, ୨୦୨୫ରେ ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ଓଡ଼ିଶା ଖଣିଜ ବହନ କ୍ଷେତ୍ର ଉନ୍ନୟନ ନିଗମ ପାଣ୍ଠି ପରିଚାଳନାର କାର୍ଯ୍ୟଦକ୍ଷତା ଅଡିଟ୍ ଉପରେ ଭାରତର ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲଙ୍କ ଏକ ରିପୋର୍ଟରେ କୁହାଯାଇଥିଲା ଯେ ଯେ ରାଜ୍ୟ ସରକାର ଖିଲାପୀ ଖଣି ଲିଜଧାରୀଙ୍କଠାରୁ ପ୍ରାୟ ୪,୦୦୦ କୋଟି ଟଙ୍କା ଆଦାୟ କରିବା କଥା।ମାତ୍ର ତାହା ଆଜି ପର୍ୟ୍ୟନ୍ତ ଆଦାୟ ହୋଇ ନାହିଁ କିମ୍ବା ଏହି ଟଙ୍କା ଫେରି ପାଇବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।


ସେହିଭଳି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ଜାନୁଆରୀ ୧୭, ୨୦୧୮ ରେ ତାଙ୍କର ରିପୋର୍ଟରେ ପରିବେଶଜନିତ ଅନୁମତି ଓ ଜଙ୍ଗଲ ବିଭାଗ ଅନୁମତି ନ ନେଇ ନିୟମ ଊଲଂଘନ କରିଥିବା ଅଭିଯୋଗରେ ୧୩୧ ଖଣି ଲିଜଧାରୀଙ୍କଠାରୁ ୧୯,୧୭୪.୩୮ କୋଟି ଟଙ୍କା କ୍ଷତିପୂରଣ ଆଦାୟ କରିବାକୁ ସୁପାରିଶ କରିଥିଲେ। ଡିସେମ୍ବର ୨୦୧୭ ସୁଦ୍ଧା, ୧୩୧ ଖଣି ଲିଜ୍ ଧାରୀଙ୍କ ମଧ୍ୟରୁ ୮୨ ଜଣ ୧୯,୧୭୪.୩୮ କୋଟି ଟଙ୍କା ମଧ୍ୟରୁ ମାତ୍ର ୮,୨୮୯.୮୭ କୋଟି ଟଙ୍କା ପଇଠ କରିଥିଲେ। ଅବଶିଷ୍ଟ ୧୦,୮୮୪.୫୧ କୋଟି ଟଙ୍କାର ବାକି ପଇଠ ବର୍ତ୍ତମାନ ସୁଦ୍ଧା ହୋଇପାରି ନାହିଁ ବୋଲି କଂଗ୍ରେସ ମୁଖପାତ୍ର ଜଗଦାନନ୍ଦ ପ୍ରଧାନ କହିଛନ୍ତି। ସିଏଜି ଆଧାରରେ ପୂର୍ବ ସରକାରରେ ଦୁର୍ନୀତି, ଅନିୟମିତତା ମାମଲାଗୁଡିକରେ ଜଡିତ ଥିବା ସଂପୃକ୍ତ ବିଭାଗୀୟ ଅଧିକାରୀ, କର୍ମକର୍ତ୍ତାଙ୍କ ବିରୋଧରେ ବର୍ତ୍ତମାନର ବିଜେପି ସରକାର ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ସିଏଜିଙ୍କ ରିପୋର୍ଟକୁ ଭିତ୍ତି କରି କେଉଁ ଦୁର୍ନୀତି ବା ଅନିୟମିତତା ମାମଲାଗୁଡିକରେ କେତେ ଜଣ କର୍ମଚାରୀ ଅଧିକାରୀ ଅଛନ୍ତି ଓ କେଊଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କ ସଂପର୍କରେ ଯାଂଚ କରି ସେମାନଙ୍କୁ କାଠଗଡାକୁ ପଠାଇବାକୁ କଂଗ୍ରେସ ଦାବି କରିଛି। ବର୍ତ୍ତମାନ କେନ୍ଦ୍ର ଓ ଓଡିଶାରେ ବିଜେପିର ଡବଲ ଇଂଜିନ ସରକାର ରହିଛି ଏବଂ ଏହି ସରକାର ଦୁର୍ନୀତିକୁ ନେଇ ବାରମ୍ବାର ଶୂନ୍ୟ ସହନଶୀଳତାର ନାରା ଦେଊଛି। ଦୁର୍ନୀତିର ଅଭିଯୋଗ କଂଗ୍ରେସ କରୁନି, ମାନ୍ୟବର ସିଏଜି କରୁଛନ୍ତି। ବର୍ତ୍ତମାନର ସରକାର ସିଏଜି ରିପୋର୍ଟକୁ କେତେ ଗୁରୁତ୍ୱ ଦେଉଛନ୍ତି ଏବଂ ଦୋଷୀଙ୍କ ଉପରେ ଦୃଷ୍ଟାନ୍ତମୂଳକ ପଦେକ୍ଷେପ ନେଉଛନ୍ତି, ସରକାରଙ୍କର ଶୂନ୍ୟ ସହନଶୀଳତା ଊପରେ କେତେ ଗମ୍ଭୀର ତାହା ଜଣାପଡିବ ବୋଲି ମୁଖପାତ୍ର ଶ୍ରୀ ପ୍ରଧାନ କହିଛନ୍ତି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com