ଭୁବନେଶ୍ୱର:୬/୧୦-ଚଳିତ ମାସ ୧୧ ତାରିଖରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ହେବ ୨୮ତମ ଏସୀୟ ଟେବୁଲ୍ ଟେନିସ୍ ଟିମ୍ ଚାମ୍ପିଅନସିପ୍ । ଏନେଇ କଳିଙ୍ଗ ଷ୍ଟାଡିୟମର ଇଣ୍ଡୋର୍ ଆଥେଲେଟ୍ସିକ ସେଣ୍ଟରଠାରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଦ୍ଵାର ଟ୍ରଫି ଅନାବରଣ ଓ ଟ୍ରଫି ଟୁର ବସର ଶୁଭ ଉଦ୍ଘାଟନ ହୋଇଛି।

ଆଗାମୀ ଦିନରେ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ କଟକ, ଭୁବନେଶ୍ୱର ଏବଂ ପୁରୀରେ ଟ୍ରଫି ପରିଭ୍ରମଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଯେଉଁଥିରେ ଟ୍ରଫି ଟୁର ବସ ଏବଂ ମାସ୍କଟ ‘ଅଲି’ ଶୋଭାଯାତ୍ରାରେ ସାମିଲ୍ ହୋଇ ଅନୁଷ୍ଠିତ ହେବାକୁ ଥିବା ଆଟିଟିଏଫ୍ – ଏଟିଟିୟୁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିଅନସିପ୍ ସମ୍ପର୍କରେ ଜନସାଧରଣରେ ଅବଗତ କରାଇବେ।
ଏହି କାର୍ଯ୍ୟକ୍ରମରେ କ୍ରୀଡା ବିଭାଗ ସଚିବ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ , ଓଡ଼ିଶା ଟେବୁଲ୍ ଟେନିସ ସଂଘର ସଂଗଠନ ସମ୍ପାଦକ ରବିନ୍ଦ୍ର ପରିଡ଼ା ଏବଂ ଯୁଗ୍ମ ସଚିବ ଜୟଦିଥ ଦେବତା ପ୍ରମୁଖ ଯୋଗ ଦେଇଥିଲେ।