• About
  • Contact
Saturday, July 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ପୂର୍ତ୍ତ ବିଭାଗର ଆଁ

ପୂର୍ତ୍ତ ବିଭାଗର ଆଁ
Share on FacebookShare on TwitterShare on Whatsapp

ଭୁବନେଶ୍ୱର:୭/୧୦-ଶୈଳଶ୍ରୀବିହାର ସାଇ ମନ୍ଦିର ଛକରୁ ହନୁମାନ ମନ୍ଦିର ଛକ ପର୍ଯ୍ୟନ୍ତ ମାତ୍ର ୪୦୦ ମିଟରର ପ୍ରମୁଖ ରାସ୍ତା ଅବସ୍ଥା ଏମିତି । ରାସ୍ତାର ଗୋଟିଏ ପାର୍ଶ୍ୱରେ ଚାରିମାସ ହେଲା ଅଧାପନ୍ତରିଆ ହୋଇ ପଡ଼ିରହିଛି ଡ୍ରେନ କାମ । ଲୋକେ ନାହିଁ ନଥିବା ଦୁର୍ଦଶା ଭୋଗୁଛନ୍ତି। ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ରାସ୍ତାକାମ ସାରିବାକୁ ପୂର୍ତ୍ତମନ୍ତ୍ରୀ ନିର୍ଦେଶ ଦେଇଥିଲେ । ଅଧା କାମ କରି ଇଞ୍ଜିନିୟର ଛୁ । ଠିକାଦାର କି ଇଞ୍ଜିନିୟର କାହାର ଦେଖା ନାହିଁ ।

ରାସ୍ତା କଡ଼ରେ ଖୋଳା ହେଇ ପଡ଼ିଥିବା ଡ୍ରେନ ମଣିଷ ଏବଂ ଗାଈଗୋରୁଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପଡ଼ିଛି । କେତେକ ସ୍ଥାନରେ ଡ୍ରେନ ପାଇଁ ରାସ୍ତାର ଯେଉଁ ପାଶ୍ୱର୍ରେ କାମ କରାଯାଉଛି ତାହା ତ୍ରୁଟିପୂର୍ଣ୍ଣ ଥିବା ଦେଖାଯାଇଛି । ବିଭାଗୀୟ ଯନ୍ତ୍ରୀମାନଙ୍କ ଦୂରଦୃଷ୍ଟିର ଅଭାବରୁ ଡ୍ରେନ କାମରେ ସମସ୍ୟା ସୃଷ୍ଟି ହେବା ଆଶଙ୍କା କରାଗଲାଣି ।

ଖାଲୁଆ ଜାଗାରୁ ଉଚ୍ଚସ୍ଥାନ ଦେଇ ଡ୍ରେନ ନିଆଯିବ । ଯାହାର ସ୍ଥାୟିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି । ସରକାରୀ ଅର୍ଥ ଅପବ୍ୟବହାରର ଏହା ନମୁନା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । କେତେକ ସ୍ଥାନରେ ରାସ୍ତା ୧୫ ଫୁଟ ଉଚ୍ଚରେ ଥିବାରୁ ଡ୍ରେନ କାମ ଆରମ୍ଭ ହୋଇଥିବା ରାସ୍ତାର ଅପରପାଶ୍ୱର୍ରେ ବିନା ଡ୍ରେନରେ ଜଳ ନିଷ୍କାସିତ ହେଉଛି। ଅନ୍ୟପକ୍ଷରେ ଜଳ ନିଷ୍କାସନ ନେଇ ସମସ୍ୟା ଥିବା ରାସ୍ତା ପାଶ୍ୱର୍ରେ ଡ୍ରେନ ପାଇଁ ହେଉଛି କାମ ।

ମହାନଗର ନିଗମ ଏନଫୋର୍ସମେଣ୍ଟ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ସହଯୋଗରେ ଡ୍ରେନ ଉପରେ ବେଧଡ଼କ ଚାଲିଛି ଦୋକାନ। ଦୁର୍ଗନ୍ଧଯୁକ୍ତ ଅପରିଷ୍କାର ଜଳ ବର୍ଷସାରା ପ୍ରମୁଖ ରାସ୍ତା ଉପରେ ପ୍ରବାହିତ ହେଉଛି । ଛକ ଜାଗାରେ ରାସ୍ତା ଅବରୋଧ ହେବା ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଟ୍ରାଫିକ ସମସ୍ୟା ଗୁରୁତର ହେଲାଣି ।ପୂର୍ତ୍ତ ବିଭାଗ ସମେତ ବିଏମସି, ବିଡିଏ ଓ ପୁଲିସ ସବୁ ଦେଖି ନୀରବ।

କର୍ପୋରେଟର ସରକାରୀ ଦଳର । ସବୁ ଜାଣୁଛନ୍ତି । ରାସ୍ତା ଓ ଡ୍ରେନ ଜବରଦଖଲ ଉଛେଦ ନେଇ କାହିଁକି ପଦକ୍ଷେପ ନେଉ ନାହାନ୍ତି ତାହା ତାଙ୍କୁ ଜଣା। ବ୍ୟବସାୟ ପ୍ରତିଷ୍ଠାନର ଅଳିଆ ରାସ୍ତା କଡରେ ପୋଡା ଯାଉଛି । ନିକଟରେ ସେହି ବାଟ ଦେଇ ଯାଉଥିବା ବିଏମସିର ଜଣେ ଅଧିକାରୀ ଏହା ଦେଖିଥିଲେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ଼ ପଠାଇ ତାଗିଦ କଲେ ହେଲେ ଫଳ କିଛି ହେଲାନି । ଅବସ୍ଥା ଅପରିବର୍ତ୍ତିତ। ଅଥଚ ବ୍ୟବସାୟୀଙ୍କ ଭାଇ , କେହି ଅଭିଯୋଗ କରିଥିବା ସନ୍ଦେହ କରି ହାଣିଦେବି ମାରିଦେବି କହି ନାଲିଆଖି ଦେଖେଇ ବୁଲୁଛନ୍ତି ।

ପାର୍ଶ୍ୱରେ ନୂଆ ରାସ୍ତା ।ରାସ୍ତା କଡ଼ ଡ୍ରେନକୁ ଲାଗି ଥିବା ସରକାରୀ ଜାଗା ବି ଲୋକେ ଦାଖଲକୁ ନେଲେଣି । ସ୍ଥାୟୀ ନିର୍ମାଣ କାର୍ଯ୍ୟ ଚାଲିଛି । ଏହାବ୍ୟତୀତ ଶସ୍ତାରେ ସାଧାରଣ ପ୍ରଶାସନ, ବିଡିଏ ଏବଂ ହାଉସିଂ ବୋର୍ଡ଼ ରୁ ଜାଗା ଓ ଘର ନେଇଥିବା ସର୍ବାଧିକ ବ୍ୟକ୍ତି ନିର୍ମାଣ କାର୍ଯ୍ୟ ବେଳେ ଡ୍ରେନ ଓ ରାସ୍ତା ଉପରେ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି।

ବଢିଚାଲିଛି ଜବରଦଖଲ। ଗୃହ ନିର୍ମାଣ ଯୋଜନାକୁ ଉଲ୍ଲଙ୍ଘନ କରାଯାଉଛି। ସମ୍ପୃକ୍ତ ବିଭାଗ ଓ ସଂସ୍ଥା ଚୁପ ହୋଇ ବସିଛନ୍ତି । ରାଜନେତା ଓ କର୍ମଚାରୀ ଉଠାଉଛନ୍ତି ଫାଇଦା।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ରଥଯାତ୍ରା-କେଉଁଟି ସତ ?

by ସଂକ୍ଷିପ୍ତ ଖବର
July 17, 2026

-ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା - ୨ଜଣଙ୍କ ମୃତ୍ୟୁ, ଶତାଧିକ ଆହତ -କର୍ଡ଼ନ ପାସ ବଣ୍ଟନରେ ବିଭ୍ରାଟ -ଭିଡ଼ ନିୟନ୍ତ୍ରଣରେ ପ୍ରଶାସନ ବିଫଳ -ଦଳାଚକଟାରେ...

Read more

ଓଡ଼ିଶାବାସୀଙ୍କ ଭରସା ଓ ବିଶ୍ୱାସ ଲାଭ କରିଛି କଳିଙ୍ଗ ଟିଭି

July 15, 2026

ଏସଆଇଆର ପ୍ରକ୍ରିୟା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

July 15, 2026

ଡିଜିଟାଲ ହୁଣ୍ଡି ସମର୍ପଣର ଶୁଭାରମ୍ଭ

July 15, 2026

ଏକ ନ୍ୟାୟପୂର୍ଣ୍ଣ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ଉତ୍କଳମଣିଙ୍କ ଲକ୍ଷ୍ୟ ଥିଲା-ରାଜ୍ୟପାଳ

July 14, 2026

ସିଏଜି–ଆଇସିଏସଏସଆର କୋଲୋକ୍ୱିୟମ

July 14, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com