-୨୧ ସାଂଗଠନିକ ଜିଲ୍ଲାର କର୍ମକର୍ତ୍ତା ଉପସ୍ଥିତ
-ପ୍ରଧ୍ୟାପକ ଅଶୋକ ନାୟକଙ୍କୁ ଜାତୀୟ ମୁଖପାତ୍ର ଦାୟିତ୍ୱ

ଭୁବନେଶ୍ୱର:୧୦/୧୦-ଆସନ୍ତା ନଭେମ୍ବର ୭ ତାରିଖରେ କଳିଙ୍ଗସେନା ତା’ର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି । ଏଥିପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସେନା ସୁପ୍ରିମୋ ହେମନ୍ତ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୨୧ ସାଂଗଠନିକ ଜିଲ୍ଲାର କର୍ମକର୍ତ୍ତାଙ୍କ ସହିତ ଦଳୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ପ୍ରତିଷ୍ଠା ଦିବସକୁ ମହା ସମାରୋହରେ ପାଳନ କରିବା ପାଇଁ ଏକମତ ପ୍ରକାଶ ପାଇଥିବା ବେଳେ ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଓଡିଶା ଓ ଓଡିଆଙ୍କ ବିକାଶ ପାଇଁ ବିଶେଷ ଅବଦାନ ରଖୁଥିବା ଜଣଙ୍କୁ କଳିଙ୍ଗ ରତ୍ନ ପୁରସ୍କାର ସହିତ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପୁରସ୍କାର ପ୍ରଦାନ କରାଯି । ପୁରସ୍କୃତ ହେବାକୁ ଥିବା ବ୍ୟକ୍ତି ବିଶେଷଙ୍କ ନାମ ସର୍ବସମ୍ମତ କ୍ରମେ ଖୁବଶୀଘ୍ର ଚୂଡାନ୍ତ କରିବାକୁ ନିଷ୍ପତ୍ତି ହୋଇଛି।

ପ୍ରଧ୍ୟାପକ ଅଶୋକ ନାୟକଙ୍କୁ ଦଳର ମହାସଚିବ ତଥା ଜାତୀୟ ମୁଖପାତ୍ର ଦାୟିତ୍ୱ ପ୍ରଦାନ କରାଯାଇଛି। ଶ୍ରୀ ନାୟକ ଏଣିକି ଜାତୀୟ ଓ ରାଜ୍ୟସ୍ତରର ବିଭିନ୍ନ ପ୍ରସଙ୍ଗରେ ଦଳ ପକ୍ଷରୁ ଗଣମାଧ୍ୟମରେ ବ୍ୟକ୍ତବ୍ୟ ରଖିବେ ବୋଲି ସେନା ସୁପ୍ରିମୋ ଶ୍ରୀ ରଥ ସୂଚନା ଦେଇଛନ୍ତି। ବୈଠକରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ବିଶେଷକରି ଆଗାମୀ ଦିନରେ ଦଳ ଗ୍ରହଣ କରିବାକୁ ଥିବା ରଣନୀତି ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ସାଧାରଣ ସମ୍ପାଦକ ବିଜୟ ରାଜ, ବରଦାକାନ୍ତ ମହାନ୍ତି, ସଂଗଠନ ସମ୍ପାଦକ ସଞୟ ପ୍ରଧାନ, ଉମାକାନ୍ତ ଜେନା, ଲକ୍ଷ୍ମୀ ମହାପାତ୍ର, ମୋନାଲିସା ବିଶ୍ୱାଳ, ସମୀର ପ୍ରଧାନ, ବିଶ୍ୱଜିତ ପାତ୍ର, ପ୍ରମୋଦ ନାୟକ ପ୍ରମୁଖ ଦଳର କାର୍ଯ୍ୟକ୍ରମ ଉପରେ ମତାମତ ରଖିଥିଲେ।