ଭୁବନେଶ୍ୱର:୨୪/୧୦- ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖରେ ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି। ୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନୂଆପଡା ବିଧାନସଭା ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଭାରତୀୟ ଜନତା ଦଳରୁ ଜୟ ଢୋଲକିଆ, ବିଜୁ ଜନତା ଦଳରୁ ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀୟ କଂଗ୍ରେସରୁ ଘାସିରାମ ମାଝୀ, ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନାଙ୍କ ସମେତ ୮ ଜଣ ସ୍ୱାଧୀନ ପ୍ରାର୍ଥୀ ଆଶ୍ରୟ ମହାନ୍ଦନ, ଇ.ଚକ୍ରାନ୍ତ ଜେନା, ଭୁବନ ଲାଲ ସାହୁ, କିଶୋର କୁମାର ବାଗ, ନୀତା ବାଗ, ଲକ୍ଷ୍ମୀକାନ୍ତ ତାଣ୍ଡି, ଭକ୍ତବନ୍ଧୁ ଧରୁଆ ଓ ଲୋଚନ ମାଝୀ ପ୍ରମୁଖ ଏହି ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ।
ସୂଚନାଯୋଗ୍ୟ ଯେ, ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ମୋଟ ୫ଟି ନାମାଙ୍କନ ପତ୍ର ନାକଚ କରାଯାଇଥିଲା। ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ପ୍ରାର୍ଥୀ ସୀତାରାମ ବେହେରା ଏବଂ ତିନି ସ୍ୱାଧୀନ ପ୍ରାର୍ଥୀ କମଳ କୁମାର ଛତ୍ରିଆ, ପୁରୁଷୋତ୍ତମ ବେହେରା ଏବଂ ଭୁଜବଳ ଆଡବଙ୍ଗଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିଲା। ନଭେମ୍ବର ୧୬ ତାରିଖ (ରବିବାର) ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ।
ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ
ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...
Read more