• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ଖୁବ୍‌ଶୀଘ୍ର କ୍ଷୟକ୍ଷତିର ଆକଳନ କରାଯାଇ ସହାୟତା ପ୍ରଦାନ କରାଯିବ

Share on FacebookShare on TwitterShare on Whatsapp

ବାତ୍ୟା ପରବର୍ତ୍ତୀ ପରିସ୍ଥିତି ସମ୍ପର୍କିତ ସମୀକ୍ଷା ବୈଠକ

ଭୁବନେଶ୍ୱର:୨୯/୧୦-ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ରହି ବାତ୍ୟା ପରବର୍ତ୍ତୀ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ବୈଠକ ପରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ ଆଜିର ଦିନରେ ସୁପର ସାଇକ୍ଲୋନ୍ ଓଡ଼ିଶାରେ ତାଣ୍ଡବ ରଚାଇଥିଲା। ଏଥିରେ ବ୍ୟାପକ ଧନଜୀବନ ହାନି ସହ ବହୁ କ୍ଷତି ମଧ୍ୟ ହୋଇଥିଲା। କିନ୍ତୁ ବର୍ତ୍ତମାନ ଭାରତୀୟ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ବାତ୍ୟା ମୋନ୍ଥା ପୂର୍ବରୁ ସରକାର ବ୍ୟାପକ ପ୍ରସ୍ତୁତି କରିଥିଲେ। ଏହା ଖୁବ୍ କ୍ରିୟାଶୀଳ ହୋଇଥିଲା ଓ ଗଣମାଧ୍ୟମ ମଧ୍ୟ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବହ କରିଥିଲେ। ସୌଭାଗ୍ୟର କଥା ହେଉଛି ଯେ ସାଧାରଣ ଲୋକ ଏହି ବାତ୍ୟାକୁ ନେଇ ଚିନ୍ତିତ ଥିଲାବେଳେ ଏହାର ସେଭଳି କୌଣସି ପ୍ରଭାବ ପଡ଼ିନାହିଁ। ଶେଷ ମୁହୂର୍ତ୍ତରେ ବାତ୍ୟା ଏହାର ଦିଗ ବଦଳାଇଲା।
ସରକାର ବାତ୍ୟା ପୂର୍ବରୁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି ପ୍ରାକ୍ ପ୍ରସ୍ତୁତି ଚଳାଇଥିଲେ। ଏହି ସବୁ ବିଭାଗ ଜିଲ୍ଲାୱାରୀ ପ୍ରସ୍ତୁତି ସହ ତୃଣମୂଳ ସ୍ତରରେ କିପରି ବାତ୍ୟାର ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ବିଶଦ ଭାବେ ଯୋଜନା ପ୍ରସ୍ତୁତ କରି ପଦକ୍ଷେପ ନେଇଥିଲେ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ ୮୮ ପ୍ରତିଶତ ଜନସଂଚୟ ହୋଇ ରହିଥିବାବେଳେ ବର୍ଷାକୁ ଆଖି ଆଗରେ ରଖି ସେହିସବୁ ସ୍ଥାନରେ ଜଳ ପରିଚାଳନାର ବ୍ୟବସ୍ଥା କରାଯାଉଛି। ବାତ୍ୟା ମୋନ୍ଥା ପରିଚାଳନା କରିବା ପାଇଁ ୩୩ଟି ଓଡ୍ରାଫ୍ ଦଳ, ୫ଟି ଏନ୍‌ଡିଆରଏଫ୍‌, ୧୩୩ଟି ଅଗ୍ନିଶମ ବାହିନୀଙ୍କୁ ମିଶାଇ ମୋଟ ୧୬୧ଟି ଦଳ ନିୟୋଜିତ ହୋଇଥିଲେ। ୨୧୬୪ଟି ବାତ୍ୟା/ବନ୍ୟା ଆଶ୍ରୟ ସ୍ଥଳୀକୁ ଚିହ୍ନଟ କରାଯାଇ ୧୮୭୩୨ ଜଣ ଲୋକଙ୍କୁ ନିରାପଦ ଭାବରେ ସ୍ଥାନାନ୍ତର କରାଯାଇଥିବାବେଳେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧାର ବ୍ୟବସ୍ଥା କରାଯାଇଥିଲା। ଏତଦ୍‌ବ୍ୟତୀତ ୨୧୯୮ ଜଣ ଆସନ୍ନ ପ୍ରସବା ମହିଳାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମା’ଗୃହକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। ଏବେ ସେମାନେ ସେଠାରେ ସୁରକ୍ଷିତ ଅଛନ୍ତି ଏବଂ କେତେକ ମାତୃତ୍ୱ ଲାଭ କରିଛନ୍ତି।
ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳରେ ୬୦ଟି ଡାକ୍ତରୀ ଦଳ ନିୟୋଜିତ କରାଯାଇଥିବାବେଳେ ପ୍ରାଣୀସମ୍ପଦର ସୁରକ୍ଷା ପାଇଁ ୩୫ଟି ପଶୁଚିକିତ୍ସା ଦଳ ନିୟୋଜିତ ହୋଇଥିଲେ। ଏହି ବାତ୍ୟାରେ ୩୩ଟି ବ୍ଲକ୍‌, ୧୧ଟି ସହରାଞ୍ଚଳ ଓ ୩୫୮ଟି ଗ୍ରାମ ପ୍ରଭାବିତ ହୋଇଛି। ୩୬୨ଟି ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇ ୧୮୭୩୨ ଜଣ ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଶକ୍ତି ବିଭାଗ ପକ୍ଷରୁ ବାତ୍ୟା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ପୂର୍ବ ପ୍ରସ୍ତୁତି କରାଯାଇଥିଲା ଏବଂ ଯେଉଁ ସ୍ଥାନରେ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଥିଲା ସେସବୁକୁ ପୁନଃସଂସ୍ଥାପିତ ଓ ସ୍ୱାଭାବିକ କରାଯାଇପାରିଛି। ଯେଉଁଠାରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିଲା, ସେଠାରେ ତୁରନ୍ତ ଗଛ କାଟି ରାସ୍ତା ସଫା କରାଯାଇଛି। ୩୧ ତାରିଖ ବେଳକୁ ପରିସ୍ଥିତି ସ୍ୱାଭାବିକ ହୋଇଯିବ। କ୍ଷୟକ୍ଷତିର ଆକଳନ କରାଯାଇ ଆବଶ୍ୟକୀୟ ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍‌ରେ ସର୍ବାଧିକ ୧୫୦.୫ ମିମି ବର୍ଷା ରେକର୍ଡ କରାଯାଇଛି । ଗଜପତି ଜିଲ୍ଲାର ଦୁଇଟି ବ୍ଲକ୍‌ଯଥା- ରାୟଗଡ଼ରେ ୧୧୯.୮ ମିମି, ମୋହନାରେ ୧୦୬ ମିମି, ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍‌ରେ ୧୧୭.୪ ମିମି, ମୟୂରଭଞ୍ଜର ଉଦଳା ବ୍ଲକ୍‌ରେ ୧୦୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ୧୦୦ ମିମିରୁ ଅଧିକ। ଏହା ବ୍ୟତୀତ ୫୬ଟି ବ୍ଲକ୍ ଏବଂ ସହରାଞ୍ଚଳରେ ୫୦ ମିମିରୁ ୧୦୦ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି। ଏହି ଅବସରରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ସିଂ କହିଲେ ଯେ ସରକାର ବାତ୍ୟା ପୂର୍ବରୁ ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଥିଲେ। ନିୟମିତ ଭାବେ ଜିଲ୍ଲାପାଳ ଓ ସମସ୍ତ ବିଭାଗର ସଚିବମାନଙ୍କ ସହିତ ବୈଠକ କରି ଏହି ପୂର୍ବପ୍ରସ୍ତୁତିର ସମୀକ୍ଷା କରିଥିଲେ। ଫଳରେ ଧନଜୀବନ ହାନୀ ରୋକା ଯାଇପାରିଛି ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com