• About
  • Contact
Wednesday, June 3, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ବିଜେପି ସରକାରରେ ଦଣ୍ଡିଆ କାରବାର

Share on FacebookShare on TwitterShare on Whatsapp

ଭୁବନେଶ୍ୱର:୬/୧୧- ବିଜୁ ଜନତା ଦଳ ସରକାରରେ ବିଭିନ୍ନ ସରକାରୀ କାର୍ଯ୍ୟ ସମେତ ଅନ୍ୟାନ୍ୟ କାର୍ଯ୍ୟ ଯେପରି ଦଣ୍ଡିଆମାନଙ୍କ ଦ୍ୱାରା ହେଉଥିଲା ଏବେ ବିଜେପି ସରକାରରେ ସେହି ବ୍ୟବସ୍ଥା ପୁନର୍ବାର ଆରମ୍ଭ ହୋଇଥିବା ଦେଖାଯାଇଛି। ବେପାରୀଙ୍କ ଦ୍ୱାରା ସବୁ କାର୍ଯ୍ୟ ସମ୍ପାଦନ ହେଉଛି। ଏଥିରେ ବେପାରୀ ଓ ସରକାରୀ ପଦାଧିକାରୀମାନେ ବେଶ ଫାଇଦା ଉଠାଉଛନ୍ତି। ଦଣ୍ଡିଆଙ୍କୁ ନିର୍ବାଚତ ଲୋକପ୍ରତିନିଧି ପାଳି ପୋଷି ନିୟନ୍ତ୍ରଣରେ ରଖିଛନ୍ତି।


ଯେମିତି ବିଜେଡି ଶାସନ ସମୟରେ ସମସ୍ତ ସରକାରୀ ଠିକା କାମ ପଞ୍ଚାୟତ, ଜିଲା ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ମହାନଗର ନିଗମର ନିର୍ବାଚିତ ଲୋକ ପ୍ରତିନିଧିଙ୍କ ମାଧ୍ୟମରେ ବେପାରୀ ବା ଦଣ୍ଡିଆଙ୍କୁ ବଣ୍ଟା ଯାଉଥିଲା ଏବେ ସେୟା ଚାଲିଛି। ଅନେକ ସ୍ଥାନରେ ବିଜେଡିର ପୂର୍ବତନ ଲୋକ ପ୍ରତିନିଧିମାନେ ବିଜେପିର ସୁନାପୁଅ ପାଲଟିଛନ୍ତି।
ସେହିପରି ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ମଧ୍ୟ ଦଣ୍ଡିଆମାନଙ୍କ ଦ୍ୱାରା କରାଯାଉଛି।

ବିଶେଷ କରି ରାସ୍ତାଘାଟ, କୋଠାବାଡ଼ି ନିର୍ମାଣ ଓ ମରାମତି ସମେତ ସବୁ ନିର୍ମାଣ କାର୍ଯ୍ୟର ଦାୟିତ୍ୱ ଦଣ୍ଡିଆଙ୍କ ହାତରେ ରହିଛି। ସରକାରୀ କାର୍ଯ୍ୟାଳୟରେ କାଯ୍ୟରତ ହଜାର ହଜାର କର୍ମଚାରୀଙ୍କୁ ବସେଇ ରଖି ଦଣ୍ଡିଆଙ୍କ ଦ୍ୱାରା କାର୍ଯ୍ୟ ସମ୍ପାଦନ କରାଯାଉଛି।
ଦଣ୍ଡିଆଙ୍କ ପାଇଁ ସରକାରୀ କର୍ମଚାରୀମାନେ ଅନେକ ସମୟରେ ଅପଦସ୍ତ ହେଉଛନ୍ତି। ସେମାନଙ୍କୁ ଏକରକମ ସ୍ଥାଣୁ କରିଦେଇଛନ୍ତି ସରକାର। ପାଟି ଫିଟେଇ ପାରୁନାହାନ୍ତି। ନିଜର ଅସହାୟତା ପ୍ରକାଶ କରୁଛନ୍ତି।


ବିଜେପି ସରକାରରେ ଦଣ୍ଡିଆ କାରବାରର ଏକ ଦୃଷ୍ଟାନ୍ତ ଦେବା ଉଚିତ ମନେ କରୁଛୁ। ସୂଚନାଯୋଗ୍ୟ ଯେ, ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ଇଣ୍ଡିଆନ ରୋଡ୍ସ କଂଗ୍ରେସର ୮୪ ତମ ବାର୍ଷିକ ସମାବେଶ ପାଇଁ ସଦସ୍ୟ ପଞ୍ଜିକରଣ, ବୈଷୟିକ ପ୍ରଦର୍ଶନୀର ଉଦଘାଟନ ଓ ସାମ୍ବାଦିକ ସମ୍ମିଳନୀର ବ୍ୟବସ୍ଥା କରାଯାଇଥିଲା।
ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଏଥିରେ ସାମିଲ ନକରି ସାମ୍ବାଦିକମାନଙ୍କୁ ଏକ ସଂସ୍ଥା ମାଧ୍ୟମରେ ଡକାଗଲା। ସୂଚନା ଓ ଲୋକସମ୍ପର୍କ ବିଭାଗରୁ ସାମ୍ବାଦିକଙ୍କ ତାଲିକା ନେଇ ଅନେକ ରାଜ୍ୟସ୍ତରୀୟ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକଙ୍କୁ ବାଦ ଦିଆଗଲା। ସୂଚନା ଓ ଲୋକସମ୍ପର୍କ ବିଭାଗରୁ ବେସରକରୀ ଭାବେ ତଥ୍ୟ ପାଇ ଅଧିସ୍ୱୀକୃତିପ୍ରାପ୍ତ ସାମ୍ବାଦିକମାନେ ସେଠାରେ ପହଞ୍ôଚଥିଲେ। ତେବେ ଅନେକଙ୍କ ନାମ ନଥିବାରୁ ସେମାନଙ୍କୁ ପ୍ରବେଶ ଅନୁମତି ନଥିଲା। ବିଭାଗର ଅଧିକାରୀମାନେ ନିଜ ଅସହାୟତା ପ୍ରକାଶ କରିଥିଲେ।


ପୂର୍ତ୍ତ ବିଭାଗ ଏହି ଦାୟିତ୍ୱ ସଂପୃକ୍ତ ସଂସ୍ଥାକୁ ଦେଇଥିବା କୁହାଯାଇଥିଲା। ସାମ୍ବାଦିକ ସମ୍ମିଳନୀକୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯେଉଁ ସମୟରେ ଆସିବା କଥା ତାଠାରୁ ଯଥେଷ୍ଟ ବିଳମ୍ବରେ ପହଞ୍ôଚ ଯଥାକଥା ସାମ୍ବାଦିକ ସମ୍ମିଳନୀରେ ଦି ପଦ କହି ଚାଲି ଯାଇଥିଲେ। ସାମ୍ବାଦିକମାନଙ୍କ ସମସ୍ୟା କେହି ବୁଝିନ ଥିଲେ। ବହୁ ବରିଷ୍ଠ ସାମ୍ବାଦିକ ଏଭଳି ଦଣ୍ଡିଆ କାରବାରରେ କ୍ଷୋଭ ପ୍ରକାଶ କରିଥିଲେ।
ସଂପୃକ୍ତ ବେପାରୀ ସଂସ୍ଥାକୁ ସରକାରୀ ତାଲିକାରୁ ନାମ ବାଦ ଦେବା ଅଧିକାର କିଏ ଦେଲା ତାର ତଦନ୍ତ ଆବଶ୍ୟକ ପଡୁଛି। ଏକ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଏଭଳି ଘଟଣା ବିଜେପି ସରକାର ଠାରୁ ସାମ୍ବାଦିକମାନେ ଆଦୌ ଆଶା କରି ନଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗକୁ ସାମ୍ବାଦିକମାନଙ୍କ ପଞ୍ଜିକରଣ ଦାୟିତ୍ୱରୁ ବାଦ ଦେବା ପଛରେ ରହସ୍ୟ କ’ଣ ତାହା ଉନ୍ମୋଚିତ ହେବା ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଏହାର ଉପଯୁକ୍ତ ତଦନ୍ତ ନିର୍ଦେଶ ଦେବା ସହ କାହା ଇଙ୍ଗିତରେ ଏଭଳି କରାଯାଇଛି ଓ କିଏ କରିଛି ତାହା ସର୍ବସମ୍ମୁଖରେ ପ୍ରକାଶ କରିବାକୁ ସାମ୍ବାଦିକ ମହଲରେ ମତ ପ୍ରକାଶ ପାଇଛି।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସହରୀ ଯୋଜନା କ୍ଷମତାର ସୁଦୃଢ଼ୀକରଣ ପାଇଁ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ

by ସଂକ୍ଷିପ୍ତ ଖବର
June 3, 2026

ସହରୀ ବିକାଶ ପରିଚାଳନା ପାଇଁ ନାହାନ୍ତି ଆବଶ୍ୟକ ଟାଉନ ପ୍ଲାନର   ଭୁବନେଶ୍ୱର:୨/୬-ଓଡ଼ିଶାର ଦ୍ରୁତ ବିକାଶଶୀଳ ସହରୀ ପରିଦୃଶ୍ୟକୁ ଦୃଷ୍ଟିରେ ରଖି ରାଜ୍ୟର ସହରୀ ଯୋଜନା ବ୍ୟବସ୍ଥାକୁ...

Read more

ପୁରୀରେ ହେବ ବିପର୍ଯ୍ୟୟ ବିପଦ ହ୍ରାସ ଗୋଷ୍ଠୀ ବୈଠକ

June 2, 2026

ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ପାଇଁ ରାଜ୍ୟପାଳଙ୍କ ଆହ୍ୱାନ

May 31, 2026

ଶ୍ରୀଜଗନ୍ନାଥଙ୍କ ଜମିର ସମାଧାନ ନା ପ୍ରହସନ !

May 29, 2026

ପାରାଦୀପରେ ମେଗା ଷ୍ଟିଲ ପ୍ଲାଣ୍ଟର ଶିଳାନ୍ୟାସ

May 27, 2026

ରାଜ୍ୟସଭାରୁ ଦେବାଶିଷଙ୍କ ଇସ୍ତଫା

May 26, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com