• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ନୂଆପଡ଼ା ଉପ ନିର୍ବାଚନରେ ବିଜେପିର ବିଜୟ

Share on FacebookShare on TwitterShare on Whatsapp

ବିକାଶ ହିଁ ବିଶ୍ୱାସ ଓ ପ୍ରଗତିର ନନ୍ଦିଘୋଷ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:୧୫/୧୧-ଐତିହାସିକ ବିଜୟ ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ତାଙ୍କର ପୁରା ଟିମ୍‍ର କଠିନ ପରିଶ୍ରମକୁ ଶ୍ରେୟ ଦେଇ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆଜି ଆମ ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ । ବିହାର ନିର୍ବାଚନ ଏବଂ ନୂଆପଡା ଉପ ନିର୍ବାଚନରେ ଇତିହାସ ସୃଷ୍ଟି ହୋଇଛି । ନୂଆପଡାବାସୀ ବହୁଳ ସଂଖ୍ୟାରେ ନିଜ ମତଦାନ ସାବ୍ୟସ୍ତ କରିଥିବାରୁ ସେ ନୂଆପଡାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଫଳାଫଳ ରାଜ୍ୟରେ ରାଜନୈତିକ ମୋଡ ବଦଳାଇଛି । ଏହି ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରେରଣାଦାୟୀ ନେତୃତ୍ୱ ସହିତ ଆମ ସରକାରର ଜନକଲ୍ୟାଣକାରୀ ଯୋଜନା ଏବଂ ସ୍ୱଚ୍ଛ ଶାସନ ଓ ପ୍ରଶାସନକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି ।


ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବିଜୟ ଉତ୍ସବ ପାଳନ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ବିକାଶ ହିଁ ବିଶ୍ୱାସ ଓ ବିକାଶ ହିଁ ପ୍ରଗତିର ନନ୍ଦିଘୋଷ । ସମୃଦ୍ଧ ଓଡିଶା ଓ ବିକଶିତ ଭାରତ ଗଢିବାରେ ନୂଆପଡାବାସୀ ଭାଗିଦାରୀ ହୋଇଛନ୍ତି । ଲୋକଙ୍କ ସରକାରରେ ଗତ ୧୬ ମାସ ଧରି ସ୍ୱଚ୍ଛ ଶାସନ ଓ ଓଡିଶାର ବିକାଶକୁ ତ୍ୱରାନ୍ୱିତ କରିବାରେ ଡବଲ ଇଂଜିନ ସରକାର ସଫଳ ହୋଇଛି । ଟ୍ରିପଲ ଇଂଜିନ ସରକାର ଗଢିବା ପାଇଁ ଆମେ ଯେଉଁ ଆହ୍ୱାନ ଦେଇଥିଲୁ, ସେଥିରେ ନୂଆପଡାବାସୀ ସାମିଲ ହୋଇଛନ୍ତି । ବିଜେପି ସରକାରରେ ହିଁ ନୂଆପଡାର ବିକାଶ ହେବବୋଲି ନୂଆପଡାବାସୀ ବୁଝିପାରିଛନ୍ତି । ମିଥ୍ୟା ପ୍ରଚାର ଓ ମିଥ୍ୟା ସ୍ୱପ୍ନର ଚିତ୍ରକୁ ଦେଖି ବାଟବଣା ହେବାର ସମୟର ଯୁଗ ଶେଷ ହୋଇଛି ବୋଲି ନୂଆପଡାବାସୀ ପ୍ରମାଣିତ କରିଛନ୍ତି ।

ବିଜେପିର ଏହି ଐତିହାସିକ ବିଜୟ ପାଇଁ ଦୁଇଟି ମୁଖ୍ୟ କାରଣ ରହିଛି । ପ୍ରଥମତଃ ରାଜ୍ୟ ସରକାରଙ୍କ ବିକାଶର ଏଜେଣ୍ଡା ଏବଂ ଦ୍ୱିତୀୟଟି ହେଉଛି ଦିବଙ୍ଗତ ବିଧାୟକ ସ୍ୱର୍ଗତଃ ରାଜେନ୍ଦ୍ର ଭାଇ ଢ଼ୋଲକିଆଙ୍କ ଆତ୍ମାକୁ ଅପମାନ । ସ୍ୱର୍ଗତଃ ରାଜେନ୍ଦ୍ର ଢ଼ୋଲକିଆଙ୍କ ପରିବାରକୁ ବେଇମାନର ଆଖ୍ୟା ଦେଇ କୁଠାରଘାତ କରାଗଲା । ପ୍ରକୃତରେ କିଏ କାହା ସହ ବେଇମାନୀ କରିଛି ତାର ଜବାବ ନୂଆପଡାବାସୀ ଭୋଟ ମାଧ୍ୟମରେ ଦେଇଛନ୍ତି । ବିଭିନ୍ନ ଉଦ୍ଦେଶ୍ୟମୂଳକ ବିରୋଧାଭାସ, ପ୍ରାୟୋଜିତ ଅଭିଯୋଗ ଏବଂ ଜନତାଙ୍କ ସ୍ୱରକୁ ଚାପି ଦେବାର ଉଦ୍ୟମ ଭିତରେ ନୂଆପଡାବାସୀଙ୍କ ସାହସ, ସହଯୋଗ ଓ ସର୍ବୋପରୀ ଆର୍ଶୀବାଦ ଆମକୁ ଅଭିଭୁତ କରିଛି। ଆମ ଦଳ କେବଳ ରାଜନୈତିକ ଉଦ୍ଦେଶ୍ୟ ସାଧନର ମୁଖଶାଳା ନୁହେଁ ବରଂ ସେବା ଓ ସମର୍ପଣର ସବୁଦିନିଆ ବସାଘର, ଏ କଥା ଆମେ ନୁହେଁ ଆମ ଭୋଟରମାନେ ପ୍ରମାଣିତ କରିଛନ୍ତିା ନୂଆପଡା ଉପନିର୍ବାଚନ ଫଳାଫଳକୁ ନେଇ ମୋର କିମ୍ବା ଆମ ଦଳର କୈାଣସି ସନ୍ଦେହ ନଥିଲା ।

ନୂଆପଡାର ବିକାଶ ଦାୟିତ୍ୱ ମୋର ବୋଲି ମୁଁ ପୂର୍ବରୁ କହି ସାରିଛି । ଯାହା ଘୋଷଣା ହୋଇଛି ସେ ସବୁକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେବି । ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହିତ ନୂଆପଡାବାସୀଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ସେ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ସେ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିହାରରେ ପୁନର୍ବାର ନିର୍ବାଚିତ ହୋଇଥିବା ଏନଡିଏ ସରକାରଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ମନମୋହନ ସାମଲ କହିଥିଲେ, ଅତୀତରେ କୈାଣସି ଦଳ ନୂଆପଡାରେ ଏଭଳି ଐତିହାସିକ ବିଜୟ ଲାଭ କରିନଥିଲା । ଗତ ସରକାରମାନଙ୍କ ଅମଲରେ ନୂଆପଡା ସର୍ବଦା ଅବହେଳା ହୋଇ ଆସିଥିଲା । ୨୦୨୪ ସାଧାରଣ ନିର୍ବାଚନରେ ଆମେ ତିନି ନମ୍ବର ସ୍ଥାନରେ ଥିଲୁ ସତ, କିନ୍ତୁ ସରକାରକୁ ଆସିବା ପରେ ଅବହେଳା କରି ନ ଥିଲୁ ।

ନୂଆପଡ଼ା ବିକାଶର ସାରଥୀ ହେବେ ଜୟ ଢ଼ୋଲକିଆ

ଭୁବନେଶ୍ୱର:୧୫/୧୧-ଓଡ଼ିଶାରେ ବିଜେପିର ଲୋକପ୍ରିୟତା ଯେଉଁଭଳି ଭାବେ ବଢ଼ିଚାଲିଛି ଏହି ଉପ ନିର୍ବାଚନରେ ବିପୁଳ ବିଜୟ ହେଉଛି ତାର ପ୍ରତିଫଳନ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ନବ ନିର୍ବାଚିତ ବିଧାୟକ ଜୟଢ଼ୋଲକିଆ କହିଛନ୍ତି, ଏହି ବିଜୟ ହେଉଛି ନୂଆପଡ଼ା ଅଂଚଳର ସମସ୍ତ ଜନସାଧାରଣଙ୍କର ବିଜୟ। ଭାରତୀୟ ଜନତା ପାର୍ଟି ନୂଆପଡ଼ା ଉପ ନିର୍ବାଚନରେ ବିଜୟ ଲାଭ କରି ଇତିହାସ ରଚିଛି। ନୂଆପଡ଼ାବାସୀ ବିଜେପି ଉପରେ ଭରସା ଓ ବିଶ୍ୱାସ ରଖିଛନ୍ତି। ନୂଆପଡ଼ାରେ ଏଥର ବିକାଶ ହେବ। ବିଜେପି ସରକାର ଏଠାରେ ୧୪୨୧ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି। ଜୟ ଢ଼ୋଲକିଆଙ୍କ ନେତୃତ୍ୱରେ ନୂଆପଡ଼ା ରାଜ୍ୟର ଏକ ନମ୍ବର ଜିଲ୍ଲା ହେବ। ବିଜେପିର ସଂକଳ୍ପ ଓ ବାପାଙ୍କ ସ୍ୱପ୍ନକୁ ପାଥେୟ କରି ନୂଆପଡ଼ାକୁ ନୂଆ ବିଧାୟକ ନୂଆ ରୂପ ଦେବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ ନୂଆପଡ଼ାର ନବ ନିର୍ବାଚିତ ବିଧାୟକ ଜୟ ଢ଼ୋଲକିଆଙ୍କ ପାଇଁ ଅନୁଷ୍ଠିତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ଏହି ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୁଁ ନିଜେ ଦାୟିତ୍ୱ ନେଇଛି। ଜୟ ଢ଼ୋଲିକିଆ ଏହି ବିକାଶର ସାରଥୀ ହେବେ। ନୂଆପଡ଼ାର ବିକାଶ ପାଇଁ ଜଗନ୍ନାଥ ତାଙ୍କୁ ଶକ୍ତି ଦିଅନ୍ତୁ। ନୂଆପଡ଼ାକୁ ନୂଆ ବିଧାୟକ ନୂଆ ରୂପ ଦେବେ। ୧୧ତାରିଖରେ ନୂଆପଡ଼ାବାସୀ ଗଣତବର ଏହି ମହା ପର୍ବକୁ ପାଳନ କରି ପାଖାପାଖି ୮୩% ଭୋଟିଂ କରିଛନ୍ତି। ନୂଆପଡ଼ାରେ ଯେଉଁ ବିଜୟ ହୋଇଛି ସେ ବିଜୟ ମୋର ଏକଲାର ବିଜୟ ନୁହେଁ। ଏହି ବିଜୟ ହେଉଛି ନୂଆପଡ଼ା ଅଂଚଳର ସମସ୍ତ ଜନସାଧାରଣଙ୍କ ବିଜୟ। ଏହି ସମ୍ବଦ୍ଧର୍ନା ସଭାରେ ବହୁ ମନ୍ତ୍ରୀ, ବିଧାୟକ, ଦଳୀୟ କାର୍ଯ୍ୟକର୍ତ୍ତା, ରାଜ୍ୟ ଉପ ସଭାପତି ଯତୀନ ମହାନ୍ତି, ନୂଆପଡ଼ା ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ, ଜୟ ଢୋଲକିଆଙ୍କ ମା’ କଳ୍ପନା ଢ଼ୋଲକିଆ ପ୍ରମୁଖ ଯୋଗଦେଇଥିଲେ। ସଭା ଶେଷ ହେବା ପରେ ଜୟ ଢ଼ୋଲକିଆ ଶ୍ରୀ ଜଗନ୍ନାଥଙ୍କ ଆର୍ଶୀବାଦ ପାଇଁ ପରିବାରବର୍ଗ ସହ ପୁରୀ ଶ୍ରୀମନ୍ଦିର ଗସ୍ତ କରିଥିଲେ।

କିଏ କେତେ ଭୋଟ ପାଇଛନ୍ତି

ନୂଆପଡ଼ାରେ ୧୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ। ବିଜୟୀ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ ୧,୨୩,୮୬୯ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ୪୦,୧୨୧ ଭୋଟ ପାଇଛନ୍ତି। ଶ୍ରୀ ଢ଼ୋଲକିଆ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୮୩,୭୪୮ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮,୪୦୮ ଭେଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ(୪୮୯), ଓଡ଼ିଶା ଜନତା ପାର୍ଟିର ସୁଧାକର ଦଣ୍ଡସେନା(୧୬୭), ସ୍ୱାଧୀନ ପ୍ରାର୍ଥୀ ଲୋଚନ ସିଂ ମାଝି (୨,୧୩୭), ଲକ୍ଷ୍ମୀକାନ୍ତ ତାଣ୍ଡି(୧,୩୨୨), କିଶୋର କୁମାର ବାଗ(୭୪୩), ଭୁବନଲାଲ ସାହୁ (୭୨୧), ହେମନ୍ତ ତାଣ୍ଡି(୬୬୨), ଚକ୍ରାନ୍ତ ଜେନା(୫୨୯), ଭକ୍ତବନ୍ଧୁ ଧାରୁଆ(୫୧୧), ନୀତା ବାଗ(୪୭୪), ଆଶ୍ରୟ ମହାନନ୍ଦ(୧୯୧)ଖଣ୍ଡ ଭୋଟ ପାଇଛନ୍ତି। ନୋଟାରେ ୨,୨୪୮ଜଣ ଭୋଟ ଦେଇଛନ୍ତି।

 

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com