• About
  • Contact
Saturday, April 18, 2026
Sankhipta Khabar
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More
No Result
View All Result
Sankhipta Khabar
No Result
View All Result
Home Governance

ସରକାରୀ ବିଜ୍ଞାପନ ପାଇଁ ସଂଶୋଧିତ ଦର ଢାଞ୍ଚାକୁ ଅନୁମୋଦନ

Share on FacebookShare on TwitterShare on Whatsapp

-ମୁଦ୍ରିତ ଗଣମାଧ୍ୟମ ଇକୋସିଷ୍ଟମ ହେବ ସୁଦୃଢ଼
-ମୁଦ୍ରିତ ଗଣମାଧ୍ୟମର ବିଜ୍ଞାପନ ଦରରେ ୨୬% ବୃଦ୍ଧି ଘୋଷଣା
-ରଙ୍ଗୀନ ବିଜ୍ଞାପନ ପାଇଁ ପ୍ରିମିୟମ ପ୍ରଚଳନ କଲା ମନ୍ତ୍ରଣାଳୟ

ଭୁବନେଶ୍ୱର:୧୭/୧୧-ମୁଦ୍ରିତ ଗଣମାଧ୍ୟମରେ ବିଜ୍ଞାପନର ଦରକୁ ସଂଶୋଧନ କରି ୨୬% ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ମୁଦ୍ରିତ ଗଣମାଧ୍ୟମ ପାଇଁ ସରକାରୀ ବିଜ୍ଞାପନ ଦରକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ୨୬% ବଢ଼ାଇଛି। ଦୈନିକ ଏକ ଲକ୍ଷ କପି ପ୍ରକାଶିତ ହେଉଥିବା ଖବରକାଗଜରେ କଳାଧଳା ବିଜ୍ଞାପନ ଦର ବର୍ଗ ସେଣ୍ଟିମିଟର ପିଛା ୪୭.୪୦ ଟଙ୍କାରୁ ୫୯.୬୮ ଟଙ୍କାକୁ ବୃଦ୍ଧି କରାଯାଇଛି। ରଙ୍ଗୀନ ବିଜ୍ଞାପନ ଏବଂ ପସନ୍ଦଯୋଗ୍ୟ ସ୍ଥାନରେ ବିଜ୍ଞାପନକୁ ସ୍ଥାନିତ କରିବା ଲାଗି ପ୍ରିମିୟମ ଦର ସକାଶେ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା ଲାଗି ସରକାର ରାଜି ହୋଇଛନ୍ତି।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଏକ ନୋଡାଲ୍ ମିଡିଆ ୟୁନିଟ୍ ରୂପରେ କାର୍ଯ୍ୟ କରୁଥିବା କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ/ବିଭାଗ ପକ୍ଷରୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ପ୍ରଚାର ଅଭିଯାନ ଚଳାଇବା ଲାଗି ବିଜ୍ଞାପନ ଜାରି କରିଥାଏ। ଏହି
ଉଦ୍ଦେଶ୍ୟ ଲାଗି ସିବିସିରେ ପ୍ୟାନେଲଭୁକ୍ତ ବା ତାଲିକାଭୁକ୍ତ ହୋଇଥିବା ମୁଦ୍ରିତ ଗଣମାଧ୍ୟମଗୁଡ଼ିକୁ ସରକାରୀ ବିଜ୍ଞାପନ ଜାରି କରାଯାଏ। ସିବିସି ଦ୍ୱାରା ପ୍ରିଣ୍ଟ ମିଡିଆ ବା ମୁଦ୍ରିତ ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶନର ହାର ଶେଷଥର ପାଇଁ ମନ୍ତ୍ରଣାଳୟ ଦ୍ୱାରା ୦୯.୦୧.୨୦୧୯ରେ ଅଷ୍ଟମ ଦର ଢାଞ୍ଚା କମିଟି (ଆରଏସସି)ର ସୁପାରିସ ଆଧାରରେ ସଂଶୋଧନ କରାଯାଇଥିଲା, ଯାହା ତିନି ବର୍ଷ ପାଇଁ ବୈଧ ଥିଲା।
ମୁଦ୍ରିତ ଗଣମାଧ୍ୟମର ଖର୍ଚ୍ଚ ମୂଲ୍ୟାଙ୍କନ କରି କମିଟି ମୁଦ୍ରିତ ଗଣମାଧ୍ୟମରେ ସରକାରୀ ବିଜ୍ଞାପନର ହାର ସଂଶୋଧନ ସମ୍ପର୍କରେ ସୁପାରିସ କରିବା ପାଇଁ ଏଏସ ଆଣ୍ଡ ଏଫଏଙ୍କ ଅଧ୍ୟକ୍ଷତାରେ ନବମ ଦର ଢାଞ୍ଚା କମିଟି ୧୧ ନଭେମ୍ବର, ୨୦୨୧ ରେ ଗଠିତ ହୋଇଥିଲା। କମିଟି ନଭେମ୍ବର ୨୦୨୧ ରୁ ଅଗଷ୍ଟ ୨୦୨୩ ମଧ୍ୟରେ ଏହାର କାର୍ଯ୍ୟକାଳ ସମୟରେ, ଇଣ୍ଡିଆନ୍ ନ୍ୟୁଜପେପର ସୋସାଇଟି (ଆଇଏନଏସ), ଅଲ୍ ଇଣ୍ଡିଆ ସ୍ମଲ୍ ନ୍ୟୁଜପେପର୍ ଆସୋସିଏସନ୍ (ଏଆଇଏସଏନଏ), କ୍ଷୁଦ୍ର-ମଧ୍ୟମ-ବୃହତ ସମ୍ବାଦପତ୍ର ସୋସାଇଟି (ଏସଏମବିଏନଏସ) ଏବଂ ଅନ୍ୟାନ୍ୟ ଅଂଶୀଦାରମାନଙ୍କ ପରି କ୍ଷୁଦ୍ର, ମଧ୍ୟମ ଏବଂ ବଡ଼ ଖବରକାଗଜ ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ଖବରକାଗଜ ସଂଘଗୁଡ଼ିକର ପ୍ରସ୍ତାବକୁ ବିଚାର କରିଥିଲା। କମିଟି ମୁଦ୍ରିତ ଗଣମାଧ୍ୟମରେ ବିଜ୍ଞାପନ ଦରକୁ ପ୍ରଭାବିତ କରୁଥିବା ବିଭିନ୍ନ ମାପଦଣ୍ଡ ଯଥା ସମ୍ବାଦପତ୍ର ସହ ଜଡ଼ିତ ପାଇକାରୀ ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍ଫୀତି, ମଜୁରୀ, ମୁଦ୍ରାସ୍ଫୀତି ହାର, ଆମଦାନୀ ହେଉଥିବା କାଗଜ ଦର, ପ୍ରକ୍ରିୟାକରଣ ଖର୍ଚ୍ଚ ଇତ୍ୟାଦି ଉପରେ ମଧ୍ୟ ବିଚାର କରିଥିଲା। କମିଟି ୨୩ ସେପ୍ଟମ୍ବର ୨୦୨୩ରେ ଏହାର ସୁପାରିସ ଦାଖଲ କରିଥିଲା।
ରାଜସ୍ୱ ବୃଦ୍ଧି କରିବା ଏବଂ ମୁଦ୍ରିତ ଗଣମାଧ୍ୟମ ଇକୋସିଷ୍ଟମକୁ ମଜବୁତ କରିବା ମୁଦ୍ରିତ ଗଣମାଧ୍ୟମରେ ସରକାରୀ ବିଜ୍ଞାପନର ଦର ବୃଦ୍ଧି କରିବା ଦ୍ୱାରା ସରକାର ଏବଂ ଗଣମାଧ୍ୟମ କ୍ଷେତ୍ର ଉଭୟ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ସରକାରୀ ବିଜ୍ଞାପନର ଉଚ୍ଚ ଦର ମୁଦ୍ରିତ ଗଣମାଧ୍ୟମକୁ ଅତ୍ୟନ୍ତ ଆବଶ୍ୟକ ରାଜସ୍ୱ ସହାୟତା ଯୋଗାଇବ, ବିଶେଷକରି ବିଭିନ୍ନ ଅନ୍ୟାନ୍ୟ ଗଣମାଧ୍ୟମ ପ୍ଲାଟଫର୍ମରୁ ମିଳୁଥିବା ପ୍ରତିଯୋଗିତା ଏବଂ ଗତ କିଛି ବର୍ଷ ମଧ୍ୟରେ ଖର୍ଚ୍ଚ ବୃଦ୍ଧିର ମୁକାବିଲାରେ ସହାୟକ ହେବ। ଏହା ପରିଚାଳନା କାର୍ଯ୍ୟକୁ ବଜାୟ ରଖିବା ସହିତ ଗୁଣାତ୍ମକ ସାମ୍ବାଦିକତା ବଜାୟ ରଖିବା ଏବଂ ସ୍ଥାନୀୟ ସମାଚାର ପଦକ୍ଷେପକୁ ସମର୍ଥନ କରିବାରେ ସାହାଯ୍ୟ କରିପାରିବ। ଆର୍ôଥକ ସ୍ଥିରତାକୁ ପ୍ରୋତ୍ସାହିତ କରିବା ଦ୍ୱାରା ମୁଦ୍ରିତ ଗଣମାଧ୍ୟମଗୁଡ଼ିକ ଉନ୍ନତ ବିଷୟବସ୍ତୁରେ ମନ ନିବେଶ କରିପାରିବେ। ଏହାଦ୍ୱାରା ଜନସାଧାରଣଙ୍କ ହିତ ପାଇଁ ଆହୁରି ଅଧିକ ପ୍ରଭାବଶାଳୀ ସେବା ଯୋଗାଇ ଦିଆଯାଇପାରିବ।
ବିଜ୍ଞାପନ ଦରରେ ଏହି ବୃଦ୍ଧି ଗଣମାଧ୍ୟମ ଉପଯୋଗର ବ୍ୟାପକ ଧାରା ସହିତ ସୁସଙ୍ଗତ। ଏକ ବିବିଧ ଗଣମାଧ୍ୟମ ଇକୋସିଷ୍ଟମରେ ମୁଦ୍ରିତ ଗଣମାଧ୍ୟମର ଗୁରୁତ୍ୱକୁ ସ୍ୱୀକାର କରି, ସରକାର ନିଜ ସଞ୍ଚାର ରଣନୀତିକୁ ଭଲ ଭାବରେ ଲକ୍ଷ୍ୟଯୁକ୍ତ କରିପାରିବେ। ଫଳରେ ବିଭିନ୍ନ ପ୍ଲାଟଫର୍ମ ଜରିଆରେ ପ୍ରଭାବଶାଳୀ ଭାବରେ ନାଗରିକମାନଙ୍କ ନିକଟରେ ପହଞ୍ଚିବା ସହଜ ହେବ।

ସଂକ୍ଷିପ୍ତ ଖବର

ସଂକ୍ଷିପ୍ତ ଖବର

Related Posts

Governance

ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

by ସଂକ୍ଷିପ୍ତ ଖବର
April 17, 2026

ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...

Read more

ଚଉଦ ଦିନର ସାଂସ୍କୃତିକ ଯାତ୍ରା ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରିଛି:ମୁଖ୍ୟମନ୍ତ୍ରୀ

April 14, 2026

୨୦୨୭ରେ ପଞ୍ଚାୟତ ନିର୍ବାଚନ

April 13, 2026

ସଙ୍କଟ ପରିଚାଳନା ବୈଠକରେ ସଚିବଙ୍କ ସଫେଇ

April 13, 2026

ପିପିଲି ରାଜପଥରେ ଓଡ଼ିଶା ଲୋକକଳାର ମହାକୁମ୍ଭ

April 10, 2026

ତିନିଟି ନୂତନ ଗ୍ରୀଡ ସବ ଷ୍ଟେସନ, ୮ଟି ଟ୍ରାନ୍ସମିସନ ଲାଇନ ଉଦ୍‌ଘାଟିତ

April 9, 2026

Contact
Editor – Rabipriya Dash
Mob: 9437186052
Email – info@sankhiptakhabar.com / rabipriyadash@gmail.com

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports

Archives

  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024

Categories

  • Economy
  • Governance
  • Guest Column
  • Literature
  • Media
  • More
  • Opinion
  • Politics
  • Sports
  • About
  • Contact

© 2024 www.sankhiptakhabar.com

No Result
View All Result
  • Home
  • Politics
  • Governance
  • Economy
  • Opinion
  • Video
  • Media
  • Literature
  • Guest Column
  • More

© 2024 www.sankhiptakhabar.com